ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ 

ଡାବୁଗାଁ, ୧୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଦେଶବ୍ୟାପୀ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ବୁଧବାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ସମ୍ମାନୀତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲାପାଳ ଡା. ମହେଶ୍ୱର ସ୍ଵାଇଁ , ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଡ଼ିଓ ଶରତ ମାଝି, ସିଡିପିଓ ମିନତୀ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ | ପ୍ରଧାନମନ୍ତ୍ରୀ ଙ୍କ ଅବିଭାଷଣ ଟିଭି ମାଧ୍ୟମରେ ସିଧା ପ୍ରସାରଣ ଦେଖିଥିଲେ | ଏଥିରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁ ଙ୍କ ତତ୍ଵାବଧାନରେ ଭେଷଜ ବିଶେଷଜ୍ଞ ଡା. ଜେମ୍ସ ଟି ବେନିୟା, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶ୍ଵଷଜ୍ଞ ଡା. ଦିଲ୍ଲୀପ ଦଳେଇ, କର୍ଣ୍ଣ, ନାଗ ଓ ଗଳା ବିଶେଷଜ୍ଞ ଡା. ତୃପ୍ତିରଞ୍ଜନ ଷଡଙ୍ଗୀ, ଚକ୍ଷୁ ସହାୟକ ନାନଶୀ ବେହେରା, ଦନ୍ତ ଚିକିତ୍ସକ ଡା. ସ୍ଵାଗତିକା ପ୍ରିୟଦର୍ଶନୀ ପ୍ରମୁଖ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ | ଏଥିରେ ମୋଟ ୪୦୦ ଜଣ ରୋଗୀ ଙ୍କ ଚିକିତ୍ସା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା | ରକ୍ତ ଦାନ ଶିବିରରେ ଡା. ପ୍ରଣବ ସ୍ଵର୍ଣ୍ଣକାର, ଡା. ବଦ୍ରି ପ୍ରସାଦ ନାୟକ ଙ୍କ ତତ୍ଵାବଧାନରେ ନବରଙ୍ଗପୁର ରକ୍ତ ଭଣ୍ଡାର କର୍ମଚାରୀ ମାନଙ୍କ ସହଯୋଗରେ ୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ବିଜେପି ର ବରିଷ୍ଠ ନେତା ଜେ. ରାଜଶେଖର ରାଓ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଏମ୍. ଆପ୍ପା ରାଓ, ଜି. କିରଣ କୁମାର, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ଜି. ସତ୍ୟା ରାଓ, ନରେଶ ସିଂ, ମହେଶ ପାତ୍ର, ଏମ୍. ଭାଷ୍କର ରାଓ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ ର ସର୍ବାଙ୍ଗୀନ ବିକାଶ ମୋର ଲକ୍ଷ୍ୟ,ନଗରପାଳ

Sunil Chandra Nayak

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ

masiha

National Technology Day observed by the Institution of Engineers (India) Rourkela 

Leave a Comment

error: Content is protected !!