ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ମଦନମୋହନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

ରାଜକନିକା, : ବିଶିଷ୍ଟ ସମାଜସେବୀ ମଦନ ମୋହନ ବେହେରାଙ୍କୁ ଜନ୍ମ ମାଟି ରାଜକନିକା ବ୍ଲକ ବଜରପୁର ଗ୍ରାମରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ବଡ଼ଭାଇ ତଥା ଜୟନଗର ପଂଚାୟତର ପ୍ରାକ୍ତନ ସରପଞ୍ଚ ରବିନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ ଭଣଜା ତଥା ଶିକ୍ଷକ ସଞ୍ଜୟ କୁମାର ବିଶ୍ୱାଳ ଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜୟନଗର ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତମାନର ପୂଜ୍ୟ ଶିକ୍ଷକବୃନ୍ଦ ଫକୀର ମୋହନ ନାୟକ,ବାଞ୍ଛାନିଧି ସୁତାର, ବେଣୁଧର ସାହୁ, ଅମର କୁମାର ବାରିକ, କୃଷ୍ଣଚନ୍ଦ୍ର ପାତ୍ର, ପ୍ରଫୁଲ୍ଲ ରାଉତ, ଅନିରୁଦ୍ଧ ରାଉତ,ନବୀନ କୁମାର ପାତ୍ର , ପଂଚାୟତ ନୋଡାଲ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ରାଉତ,ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ହରଗୋବିନ୍ଦ ମଢୁଆଳ, ସମ୍ପାଦକ ଡକ୍ଟର ଫକୀର ପ୍ରଧାନ, ନୀଳାମ୍ବର ପ୍ରଧାନ,ବାବୁ ଦାସ, ବନଲତା ନାୟକ, ନିରୋଦ ରାଉତଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସ୍ବର୍ଗତ ମଦନ ମୋହନ ବେହେରାଙ୍କ କୀର୍ତି ଓ କୃତି ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ l ଜନ୍ମଭୂମି ବଜରପୁରରୁ କର୍ମ ଭୂମି ଭୁବନେଶ୍ୱର ପର୍ଯ୍ୟନ୍ତ ତାଙ୍କର ସାମାଜିକ ସେବା, ଅଞ୍ଚଳବାସୀଙ୍କ ପ୍ରତି ଭଲ ପାଇବା ସମ୍ପର୍କରେ ଆଲୋଚନା କରାଯିବା ସହିତ ତାଙ୍କ କର୍ମ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ ବୋଲି କହିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସ୍ବର୍ଗତ ମଦନଙ୍କ ଅନ୍ୟତମ ବଡ଼ଭାଇ ମୀନକେତନ ବେହେରା, ସାନଭାଇ ସୁଦର୍ଶନ ବେହେରା, ବିଭୁତି ଭୂଷଣ ବେହେରା, ସୁରଥ କୁମାର ବେହେରା, ବିଶ୍ୱଭୂଷଣ ବେହେରା, ପୁତୁରା ରଶ୍ମି ରଞ୍ଜନ ବେହେରା, ରତିରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚେପଟିଆମ୍ବ ଘାଟିରେ ଅଟୋ ଓଲଟିବା ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି 

masiha

ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଋଷି ଅଷ୍ଟ ବକ୍ର ଜୟନ୍ତୀ ପାଳନ

masiha

Leave a Comment

error: Content is protected !!