ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ 

ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ  

ମୟୂରଭଞ୍ଜ, -୯/୯ ( ମସିହା)ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ରବିଶଙ୍କର ଶତପଥିଙ୍କ ମାର୍ଗଦର୍ଶନରେ ବିଶ୍ବ ଏଡସ ଦିବସ ପାଳିତ ହୋଇ ଯାଇଛି। ରେଡକ୍ରୋସ ଅଫିସର ଅଧ୍ୟାପିକା ପ୍ରିୟତମା ହେମ୍ଭ୍ରମ ଏବଂ ଅଧାପକ ଅବନି ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ ଡାକ୍ତର ସ୍ଵୟମ୍ବର ସିଂହ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ବିଷୟରେ ଅନେକ ସାରମର୍ମ ଉପଦେଶ ଦେଇଥିଲେ। ମୁଖ୍ଯବକ୍ତା ଭାବରେ ରୋଟାରି କ୍ଲବ ରାଇରଙ୍ଗପୁର ରୋୟାଲର ସଭାପତି କାଳିପ୍ରସନ୍ନ ମହାନ୍ତି ଏଡସ୍ ଦିବସର ମହତ୍ବ ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିବା ବେଳେ ପ୍ରିୟତମା ହେମ୍ଭ୍ରମ ସ୍ବାଗତମ ଭାଷଣ ଦେଇଥିଲେ । ଅଧ୍ଯାପକ ଶ୍ରୀଯୁକ୍ତ ରାମ ସଭା ପରିଚାଳନା କରିଥିଲେ। ଛାତ୍ରୀମାନଙ୍କ ମଧ୍ଯରେ ସ୍ବାସ୍ଥ୍ୟ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇ ଥିଲା। ଡକ୍ଟର ରାଜେନ୍ଦ୍ର ମଣ୍ଡଳ ଛାତ୍ରୀମାନଙ୍କୁ ସ୍ବାସ୍ଥ୍ୟ ସଚେତନତାର ଆବଶ୍ୟକତା ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଛାତ୍ରୀ କାର୍ମି ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ରାଜଶ୍ରୀ ନାୟକ, ରଂଜୁଲତା ନାୟକ, ପୁଷ୍ପଲତା ମୁର୍ମୁ, ପାନଶ୍ବରି ଟୁଡୁ,ମାୟା ମାହାଲୀ ପ୍ରମୁଖ ପରିଚାଳନାରେ ସହୋଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି ,ଡି ଜେ ବନ୍ଦ ପାଇଁ ନିଷ୍ପତି 

Sunil Chandra Nayak

ବର୍ଷା ସାଜିଲା କାଳ, ଗାଁକୁ ରାସ୍ତା ନଥିବାରୁ ତିନି କିମି ଭାରରେ ବୁହା ହେଲେ ଆଦିବାସୀ ଗର୍ଭବତୀ 

masiha

ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର

Leave a Comment

error: Content is protected !!