ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦ୍ୟାସା ଚାରିଟେବଲ୍ ଫାଉଣ୍ଡେସନର ନୂତନ କାର୍ଯ୍ୟାଳୟ ଗ୍ରୁହ ଉଦଘାଟନ

ଆଦ୍ୟାସା ଚାରିଟେବଲ୍ ଫାଉଣ୍ଡେସନର ନୂତନ କାର୍ଯ୍ୟାଳୟ ଗ୍ରୁହ ଉଦଘାଟନ 

କେନ୍ଦ୍ରାପଡ଼ା, : ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳ ସନ୍ନିକଟ ହୁରାସାହି ଛକଠାରେ ଆଦ୍ୟାସା ଚାରିଟେବଲ୍ ଫାଉଣ୍ଡେସନ ଟ୍ରଷ୍ଟର ନୂର୍ତନ କାର୍ଯାଳୟ ଗ୍ରୁହ ସମସ୍ତ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଏକ ଭବ୍ୟ ବର୍ଣ୍ଣାଢ୍ୟ ପରିବେଶ ମଧ୍ଯରେ ଉଦଘାଟନ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ଅବସର ପ୍ରାପ୍ତ ଶିଶୁ ମଙ୍ଗଳ କମିଟିର ଅଧ୍ଯକ୍ଷ ଶ୍ରୀଯୁକ୍ତ ଶିଶିର କୁମାର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କରାଯାଇଥିବା ବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ଶତପଥୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ସ୍ୱାଇଁଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ଯରେ ପରିବେଶବିତ୍ ଉମାକାନ୍ତ ମିଶ୍ର, ପଷୁ ଚିକିତ୍ସାଅଧିକାରୀ କାଶୀନାଥ ପଣ୍ଡା, ଗୀତାଞଳୀ ରାଉତରାୟ, ସଶ୍ମିତା ସାମଲ, ପ୍ରାଣେଷ ରଞନ ବସନ୍ତିଆ,ବିଭୂତି ରଞ୍ଜନ ରାଉତ,ଦୀପକ କୁମାର ଜେନା ଏବଂ ମନୋଜ କୁମାର ମଲ୍ଲିକ ପ୍ରମୂଖ ଯୋଗଦେଇ ନିଜ ନିଜର ବହୁମୂଲ୍ଯ ବକ୍ତବ୍ଯରେ କହିଥିଲେ ଯେ – ଆଦ୍ୟାସା ଫାଉଣ୍ଡେସନ ଆଣ୍ଡ ଚାରି ଟେବୁଲ ଟ୍ରଷ୍ଟ ହେଉଛି ଏମିତି ଏକ ଅନୁଷ୍ଠାନ ଯେକି ସବୁେବେଳ ସବୁ ସମୟରେ ଗରିବ, ଅସହାୟ ଲୋକମାନଙ୍କ ପଖରେ ପହଞ୍ଚି ବନ୍ୟା, ବାତ୍ୟା, ମରୁଡି ଏବଂ ମହାମାରୀ ସମୟରେ ସାହାଯ୍ୟର ହାତ ବଢାଇବା ସହିତ ବିଭିନ୍ନ ସମୟରେ ଦୀର୍ଘ ୫ ବର୍ଷଧରି ପରିବେଶ ଓ ବାୟୁମଣ୍ଡଳକୁ ସୁସ୍ଥ ରଖିବା ପାଇଁ ଚାରା ବ୍ରୁକ୍ଷ ମଧ୍ଯ ରୋପଣ କରି ଆସୁଅଛି । ଏହି ଚାରି ଟେବୁଲ ଟ୍ରଷ୍ଟ ଆଗକୁ ମଧ୍ଯ ଆହୁରି ବିଭିନ୍ନ ସମାଜ କଲ୍ୟାଣ ଉପଯୋଗୀ ଓ ଉନତି ମୂଳକ କାର୍ଯ୍ୟ କରିବା ଲକ୍ଷ ରଖିବା ସହିତ ଦୁଃଖୀ, ଦରିଦ୍ର ମାନଙ୍କ ସେବା କରିବାକୁ ଲକ୍ଷ ରଖିଥିବା ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ରାଉତ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବାବା ତାରକେଶ୍ଵର ଯଜ୍ଞ ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

ଇଏସ୍ଆଇସିର ପାତର ଅନ୍ତର ନୀତି ବିରୋଧରେ ଇଏସ୍ଆଇ ବୀମାଭୁକ୍ତ କର୍ମଚାରୀଙ୍କ ଧାରଣା ଦ୍ବିତୀୟ ଦିନରେ

Sunil Chandra Nayak

ଜାତୀୟ ଉପଭୋକ୍ତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!