ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲସରାରେ ସେବା ସଂକଳ୍ପ ଅଭିଯାନ

ପୋଲସରାରେ ସେବା ସଂକଳ୍ପ ଅଭିଯାନ

ପୋଲସରା ୧୨/୦୯ ପୋଲସରା ବିଜେପି କାର୍ଯ୍ୟାଳୟରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ନୀଳମାଧବ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ର ସେବା ଓ ସମର୍ପଣର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଯାଉଛି “ସେବା ସଂକଳ୍ପ ଅଭିଯାନ” (୧୭ ସେପ୍ଟେମ୍ବର ରୁ ୧୭ ଅକ୍ଟୋବର) ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗର ସାଂଗଠନିକ ଜିଲ୍ଲା କାର୍ଯ୍ୟାଳୟରେ ଭଞ୍ଜନଗର ସାଂଗଠନିକ ଜିଲ୍ଲା ସଭାପତି ତଥା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର ଏବଂ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ନୀତି, ଗରିବ ସେବା, ଏବଂ ବିକଶିତ ଭାରତର ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ମାସବ୍ୟାପୀ ଚାଲିବାକୁ ଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ସମାଜର ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ଓ ସେବା ହିଁ ଆମର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ଏହାର ସୁଫଳ କିଭଳି ଭାବେ ନେବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଲୋକଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସିମାଞ୍ଚାଳ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର,ଜିଲ୍ଲା ଉପସଭାପତି ସୁନୀଲ ପାଢ଼ୀ,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ରଘୁନାଥ ପଣ୍ଡା ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ।

Related posts

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

masiha

ଧାଙ୍ଗିଡିମୁତା ପଞ୍ଚାୟତରେ ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଯକେନ୍ଦ୍ର ତରଫରୁ ମେଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଲାର୍ଭା , ମଶା ତେଲ ସିଞ୍ଚନ ଓ ସଫେଇ

masiha

Leave a Comment

error: Content is protected !!