ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନ୍ଥ ବିନୋବା ଭାବେଙ୍କ ଜୟନ୍ତୀ ପାଳିତ ; ଯୁବପିଢ଼ି ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ 

ସନ୍ଥ ବିନୋବା ଭାବେଙ୍କ ଜୟନ୍ତୀ ପାଳିତ ; ଯୁବପିଢ଼ି ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ 

ରାଇରଙ୍ଗପୁର – ୧୨/୦୯ ଭୂଦାନ ଆନ୍ଦୋଳନର ପୁରୋଧା ସନ୍ଥ ବିନୋବା ଭବେଙ୍କ 132 ତମ ଜନ୍ମ ଜୟନ୍ତୀ ଉତ୍କଳ ସର୍ବୋଦୟ ମଣ୍ଡଳ ମୟୁରଭଞ୍ଜ ଜିଲ୍ଲା ଶାଖା ତରଫରୁ ଭଞ୍ଜପୁର ସ୍ଥିତ ସର୍ବୋଦୟ ଆଶ୍ରମ ଠାରେ ପାଳିତ ହୋଇଯାଇଛି | 

ଏହି ଅବସରରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ବିରଜା ଦେବୀ , ଉତ୍କଳ ସର୍ବୋଦୟ ମଣ୍ଡଳ ର ମହାସଚିବ ଆର୍ଯ୍ୟଭଟ୍ଟ ମହାନ୍ତି , ଜିଲ୍ଲା ସର୍ବୋଦୟ ମଣ୍ଡଳ ର ଉପସଭାପତି ଦୀପକ କୁମାର ନାୟକ ସମ୍ପାଦକ ଶାରଦା ବାରିକ, ସୁସ୍ମିତା ପ୍ରିୟଦର୍ଶିନୀ, ପ୍ରଜ୍ଞା ପାରମିତା , ପ୍ରିୟଦର୍ଶିନୀ ଦାସ ପ୍ରମୁଖ ଯୋଗଦେଇ ସନ୍ଥ ବିନୋବା ଗାନ୍ଧିଜୀଙ୍କର ବାସ୍ତବ ଉତ୍ତରଧିକାରୀ ଥିଲେ. ଭୂଦାନ ଗ୍ରାମଦାନ ଆନ୍ଦୋଳନ ମାଧ୍ୟମରେ ଗ୍ରାମ ସ୍ବରାଜ୍ଯ ପ୍ରତିଷ୍ଠା କରିବା, ନିଶା ମୁକ୍ତ ସମାଜ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା | ଆଜିର କଳୁଷିତ ସମୟରେ ଯୁବ ପିଢ଼ି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇ ପାରିବ ବୋଲି କହିଥିଲେ | ଅତିଥି ମାନେ ସନ୍ଥ ବିନୋବାଙ୍କ ଫୋଟ ଚିତ୍ରରେ ସୁତାମାଳା ଅର୍ପଣ କଲା ପରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା | କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ |

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ବନ୍ଧୁଗାଁ ସରସ୍ବତୀ ଶିଶୁ ମନ୍ଦିର ଠାରେ ପାଳିତ ହେଲା ଜନ୍ମାଷ୍ଟମୀ

masiha

କୁମାରୀ ପ୍ରମିଳା ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଆର ଏସ ପିରେ ଥିବା କେଣ୍ଟିନ ପରିଦର୍ଶନ କ୍ୟାଣ୍ଟିନ ଗୁଡିକରେ କୁଢ଼ କୁଢ଼ ନିଶାଦ୍ରଵ୍ୟ ଦେଖି ବିଧାୟକଙ୍କ ଅସନ୍ତୋଷ ପ୍ରକାଶ

Sunil Chandra Nayak

Leave a Comment

error: Content is protected !!