ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓ ପରିଯୋଜନା ଅନ୍ତର୍ଗତ ସାମାଜିକ ପରିଷଦର ଆର୍ଥିକ ସାକ୍ଷରତା ଅଭିଯାନ

ନୂଆ ଓ ପରିଯୋଜନା ଅନ୍ତର୍ଗତ ସାମାଜିକ ପରିଷଦର ଆର୍ଥିକ ସାକ୍ଷରତା ଅଭିଯାନ 

ରାଉରକେଲା/ ନୂଆ ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ପରିଯୋଜନା ଅନ୍ତର୍ଗତ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ ପରିଷଦର ମିଳିତ ସହଯୋଗରେ ଏକ ‘ଆର୍ଥିକ ସାକ୍ଷରତା ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ନୂଆ ଓ ନୋଡାଲ ଅଫିସର ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ‘ସ୍ବଳ୍ପ ସଞ୍ଚୟ ଏବଂ ଆର୍ଥିକ ସମାବେଶ’ ଅଧିକାରୀ କୌଶଲ୍ୟା ଭିତ୍ରିଆ, ସେକ୍ଟର -୪ ସ୍ଥିତ ଡାକଘର ଶାଖା ଅଧିକାରୀ ତରଣୀସେନ ଭୂସାଗର ଏବଂ ସେକ୍ଟର -୧୯ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସରୋଜ ରାଉତରାୟ ବିଷୟ ବିଶେଷଜ୍ଞ ଭାବରେ ଉପସ୍ଥିତ ରହି ଏ ସଂକ୍ରାନ୍ତୀୟ ସୁବିଧା-ସୁଯୋଗ-ସମସ୍ୟା ଓ ତା’ର ସମାଧାନ ବିଷୟରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ଉଭୟ ଶିକ୍ଷାନୁଷ୍ଠାନର ଛାତ୍ର-ଛାତ୍ରୀମାନେ ନିଜ ନିଜର ଅଭିଭାବକ ସହ ଉପସ୍ଥିତ ରହି ଲାଭାନ୍ବିତ ହୋଇଥିବାରୁ ଅନେକ ଖୁସି ବ୍ୟକ୍ତ କରିଥିଲେ। ରାଉରକେଲା ମହାବିଦ୍ୟାଳୟ ସାମାଜିକ ପରିଷଦର ନୋଡାଲ ଅଫିସର ଡ. ରବୀନ୍ଦ୍ର କୁମାର ଜେନା, ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓ ନୋଡାଲ ଅଫିସର ବରିଷ୍ଠ ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ ପରିଷଦର ସହ ନୋଡାଲ ଅଫିସର ଅଧ୍ୟାପିକା ବୈଜୟନ୍ତୀ ବାରିକ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ ସହ ଛାତ୍ର-ଛାତ୍ରୀ ତଥା ଅଭିଭାବକମାନଙ୍କୁ ସଞ୍ଚୟ ନିମିତ୍ତ ପ୍ରେରିତ କରିଥିଲେ। ଆର୍ଥିକ ସାକ୍ଷରତା ଏକ ପୁରୁଣା ପ୍ରସଙ୍ଗ; କିନ୍ତୁ ଆଜି ଆମକୁ ଆର୍ଥିକ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବାକୁ ହେବ। ରୋଜଗାର, ଖର୍ଚ୍ଚ, ସଞ୍ଚୟ ଭିତରେ ଶୃଙ୍ଖଳା ରହିବା ଜରୁରୀ। ଏହା ସହ ଯୋଜନା ଓ ସତର୍କତା ଯୋଡ଼ି ହେଲେ ଜୀବନ ସୁଖ-ଶାନ୍ତିରେ ଭରିଯିବ ବୋଲି ଏହି ଅବସରରେ ବିଷୟ ବିଶେଷଜ୍ଞମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ ପରିଷଦର ନୋଡାଲ ଅଫିସର ପ୍ରାଧ୍ୟାପକ ବନବିହାରୀ କିଷାନଙ୍କ ସଂଯୋଜନାରେ ସଂପାଦିତ ଏହି ଅଭିଯାନରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଡ. ଜେନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସହ ନୋଡାଲ ଅଫିସର ପ୍ରାଧ୍ୟାପିକା ବନ୍ଦନା ସୋରେଙ୍ଗ। ଉଭୟ ଅନୁଷ୍ଠାନର ସାମାଜିକ ପରିଷଦ ଦ୍ୱାରା ନୂଆ ଓ ଯୋଜନା ଅନ୍ତର୍ଗତ ପୂର୍ବରୁ କୋଏଲ ନଦୀ ସଫେଇ, ସେକ୍ଟର -୩ ଜଗନ୍ନାଥ ମନ୍ଦିର ପରିସର ସଫେଇ, ସେକ୍ଟର -୬ ଜଗନ୍ନାଥ ଆଶ୍ରମ ବସ୍ତିରେ ବାଳିକାମାନଙ୍କ ପାଇଁ ସାକ୍ଷରତା ଶିବିର, ନିଶା ସେବନ ବିରୋଧରେ ଅଭିଯାନ, ଯୋଗ ଶିବିର ପରି ସ୍ବଚ୍ଛତା ଏବଂ ସଚେତନତାଯୁକ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏଥି ସହ କ୍ରୀଡ଼ା ପରିଷଦ, ସାଂସ୍କୃତିକ ପରିଷଦ ଓ ସାମାଜିକ ପରିଷଦ ଦ୍ୱାରା ସମସ୍ତ ପ୍ରତିଯୋଗିତା ଓ ଅଭିଯାନ ସମାପ୍ତ ହୋଇଥିବାର ଏବଂ ଡିସେମ୍ବର ୨୯ ତାରିଖରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ହସ୍ତଗତ ହୋଇଛି। ପ୍ରାଧ୍ୟାପକ ମନୋଜ ଦଳାଇ, କରୁଣାକର ପାଟ୍ଟଶାଣୀ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ, ରାଜକୁମାର ସାହୁ, ଅନିଲ ରାମ, ପ୍ରାଧ୍ୟାପିକା ଭାରତୀ ବରୱା, ରଶ୍ମିପ୍ରଭା ମଥାନ, ଅମି ଢୋଲକିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ, ଛାତ୍ର ପ୍ରତିନିଧି ଗିରିଜା ଶଙ୍କର ସ୍ବାଇଁ, ଗିରିଧାରୀ ରାୟ, ରାନୀ ସାହୁ, ଜଗନ ମହାନ୍ତି ପ୍ରମୁଖ ବହୁ ଛାତ୍ର-ଛାତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡକ୍ଟର ଅଜିତ ବେହେରା ପାଇଲେ ସରସ୍ଵତୀ ସମ୍ମାନ

ଜିଲ୍ଲା ସ୍ୱରୀୟ ସ୍ୱାଉଡ଼ ଓ ଗାଇଡ଼ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ 

masiha

ଜନଗଣନା ର ଶୁଭାରମ୍ଭ ଓ କୀଟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!