ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଓ ନେଟ୍ଓ୍ଵର୍କର ଗାତରେ ପଡି ଦୁଇ ଗୁରୁତର

ବନ୍ଧୁଗାଁ ତା,୧୫।୦୭।୨୪,ଜିଓ ମୋବାଇଲ୍ ସେବାର କେବୁଲ ଜିବା ପାଇଁ ରାସ୍ତା କଡରେ ଖୋଳା ଯାଇଥିବା ଗାତରେ ପଡି ଦୁଇ ମଟର ସାଇକଲ ଆରୋହି ଗୁରୁତର ଆହାତ ହୋଇଛନ୍ତି । ଦୁହିଁଙ୍କ ମଧ୍ୟରୁ ଦୁର୍ଯ୍ୟଧନ ଶିରିକା ନାରାୟଣପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଥିବାବେଳେ ସୁରେଶ ଶିରିକାଙ୍କୁ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ଖବର ନେବାରେ ଜଣା ପଡିଛି ଯେ ଆଜି ଅପରାହ୍ନ ୪ଟା ବେଳେ ଦୃର୍ଯ୍ୟଧନ ଶିରିକା ଓ ସୁରେଶ ଶିରିକା କୌଣସି କାମରେ ଲକ୍ଷ୍ମୀପୁର ଯାଇ ନିଜ ଗ୍ରାମ ଇଛାପୁରକୁ ଏକ ବାଇକ (ଓ ଡି ୧୦ ଏନ୍ ୫୮୧୭)ରେ ଫେରୁଥିବା ସମୟରେ ପାଲାପୁଟ୍ ନିକଟରେ ଦିର୍ଘ ଦିନ ହେବ ଜିଓ ନେଟୱର୍କ କେବୁଲ ବିଛାଇବା ପାଇଁ ରାସ୍ତା କଡ଼ରେ ଖୋଳା ଯାଇଥିବା ଗାତ ଭିତରେ ଭାର ସାମ୍ୟ ହରାଇ ଗଳି ପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ନାରାୟଣପାଟଣା ଅଗ୍ନୀଶ୍ରମ କାର୍ଯ୍ୟାଳୟକୁ ଫୋନ କରି ଜଣାଇଥିଲେ।ଖବର ପାଇ ଘଟଣାସ୍ଥଳରେ ଅଗ୍ନୀଶ୍ରମର ଯରୁରୀ କାଳିନ ସେବା ବାହିନୀ ପହଞ୍ଚି ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ନାରାୟଣପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଦୁଇ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର କହିଥିବା ବେଳେ ଜଣକ ମୁଣ୍ଡ ରେ ଆଘାତ ଲାଗିଛି,ତାଙ୍କୁ ମୁଣ୍ଡ ସ୍କାନ କରିବାପାଇଁ କୋରାପୁଟ ଜିଲ୍ଲା ମିଡିକାଲ କଲେଜକୁ ନେବା ପାଇଁ କହିଥିଲେ । ଉକ୍ତ ସ୍ଥାନ ଦିର୍ଘ ଦିନ ହେଲାଣି କମ୍ପାନି ଖୋଳି ଛାଡି ଦେଉଥିବା ବେଳେ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ଧନ ଜୀବନ ନଷ୍ଟ ହେଉଥିଲେ ମଧ୍ୟ ପ୍ରସାସନ ନିରବ ଦ୍ରଷ୍ଟା ସାଜିଛି । 

କୋରାପୁଟ ଜିଲ୍ଲାର ଏବେ ଜିଓ ମୋବାଇଲ୍ କମ୍ପାନି ନିଜର କାୟା ବିସ୍ତାର କରି ଚାଲିଛି । ଫଳରେ କୋଣ ବାଡ ରାସ୍ତା କଡ ସତେ ଜେମିତିକା ନିଜର ଜାଗା ଭଳି ମନ ଇଛା ଖୋଳି ପକେଇ କେବୁଲ ବିଛା ଚଲାଇଛି । କିନ୍ତୁ ରାସ୍ତାରେ ଗାତ ହେଇ ଥିବା ସ୍ଥାନକୁ ସମତୁଲ କରୁ ନାହିଁ।ଜୋଉଠି ପାରିଲା ଖାଲି ଖୋଳିବା ଛଡା ଆଉ କମ୍ପାନିକୁ କିଛି ଦିସୁନି । ସତେ ଜେମିତି ଜିଓ କମ୍ପାନି କୋରାପୁଟ ମାଟିକୁ କିଣି ନେଇଛି ।ଜୋଉଠି ଜାହା କରିବ ତାକୁ କେହିବି କିଛି କହିବେନି । ଏତେ ସବୁ ଜାଣିବି ଜିଲ୍ଲା ପ୍ରସାସନ ଚୁପ ରହିବା କେତେଦୁର ଯଥାର୍ଥ ବୋଲି ସାଧାରଣରେ ପ୍ରସ୍ନବାଚି ଶୃଷ୍ଟି କରିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

ଧରାକୋଟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Sunil Chandra Nayak

Leave a Comment

error: Content is protected !!