ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନିଆ ଜ଼ିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୋରାପୁଟ:କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ଜ଼ିଲ୍ଲା ପ୍ରଶାସନ ତରଫରୁ ଦୁଇ ଦିନିଆ ଜ଼ିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜ଼ିଲ୍ଲାପାଳ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ବରାଜ୍ୟ ସୀସା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତି ସୁଧା ଜେନା, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ତଥା କାର୍ଯ୍ୟକ୍ରମର ନୋଡାଲ ଅଫିସର ସୂର୍ଯ୍ୟକାନ୍ତ ବେହେରା, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବାଲାଜୀ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକମାନଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରାଇବା ଏହାର ମୂଳ ଲକ୍ଷ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ l ଗାଁ ଗହଳି ରେ ରହି ଯାଉଥିବା ଲୁକାୟିତ୍ୱ ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣିବା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁ ଗାଁ ଗାଁ ତ୍ୱରାନ୍ତିତ କରିବା, ମଧୁବାବୁ ପେନସନ ଯୋଜନା,ମମତା ଯୋଜନା, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡା, ଆମ ଓଡିଶା ନବୀନ ଓଡିଶା,5 ଟି ହାଇସ୍କୁଲ ରୂପାନ୍ତରିକରଣ ସଚେତନତା ବାର୍ତ୍ତା କିପରି ଗାଁ ଗାଁ ରେ ପହଞ୍ଚିବ ସେ ନେଇ ବ୍ଲକ ସ୍ତରୀୟ କଳାକାର ମାନଙ୍କୁ ଦୁଇ ଦିନିଆ ତାଲିମ ପ୍ରଦାନ କରାଯିବ l ଦୁଇ ଦିନିଆ ତାଲିମ ସରିବା ପରେ କଳାକାର ମାନେ ନିଜ ବ୍ଲକ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକମାନଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରାଇବା ଲକ୍ଷ ରଖା ଯାଇଛି l

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପହଲଗାମ ଆତଙ୍କବାଦୀ ଆକ୍ରମଣ କୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା ଓ କୁଶ ପୁତ୍ତଳିକା ଦାହ 

masiha

ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ନଳକୂପ ଖନନ ନେଇ  ବିଧାୟକ ଓ ସାଂସଦ ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଲେ ଗ୍ରାମବାସୀ 

ରାଇରଙ୍ଗପୁର କୃଷକ ଉତ୍ପାଦର ସମନ୍ବୟ ବୈଠକ

masiha

Leave a Comment

error: Content is protected !!