ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ 

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ 

ରାଉରକେଲା: ସାମାଜିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନ ନିଜର ସାମାଜିକ ପ୍ରତିବଦ୍ଧତା କୁ ବଜାୟ ରଖି ପ୍ରତ୍ୟେକ ରବିବାର ଦିନ ୭/୧୭ ଛକରେ ପଣା ବଣ୍ଟନ କରାଯାଇଥାଏ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓ ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଏପ୍ରିଲ ମାସ ପହିଲାରୁ ଏପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ପଥଚାରୀ ଙ୍କ ପାଇଁ ପଣା ବଣ୍ଟନ କରାଯାଉଅଛି। ଏହି କାର୍ଯ୍ୟକ୍ରମ ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଅନୁଷ୍ଠାନର ସଭାପତି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ଵ ରେ ଆୟୋଜିତ ଆଜିର ଏହି ପଣା ବଣ୍ଟନ କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମିଳିତ ଭାବେ ଉଦ୍ଘାଟନ କରି ପଥଚାରୀ ଙ୍କୁ ପଣା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମକୃଷ୍ଣ ତ୍ରିପାଠୀ, ଜଗନ୍ନାଥ ରାଉତ,ବିଭୁ ନାୟକ, ଅରବିନ୍ଦ ଦାସ, ପ୍ରିୟବ୍ରତ ସାମଲ, ସସ୍ମିତା ପ୍ରଧାନ, ଗଙ୍ଗାଧର ପୁହାଣ, ଗିରିଧାରୀ ସ୍ବାଇଁ ଓ ଡିଭାଇନ ଲାଇଫ୍ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ସହସ୍ରାଧିକ ପଥଚାରୀ ଙ୍କୁ ପଣା ବଣ୍ଟନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଦେଭାରତ ଏକ୍ସପ୍ରେସକୁ ସ୍ୱାଗତ 

masiha

ସମାଜସେବୀ ଯୁଗଳ କିଶୋର ମହାକୁଡ଼ ଙ୍କ ବିୟୋଗରେ ଶୋକ 

Sunil Chandra Nayak

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

Sunil Chandra Nayak

Leave a Comment

error: Content is protected !!