ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ 

ହାପି ମୋମେଣ୍ଟସ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ 

ରାଉରକେଲା : ରାଉରକେଲା ର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟସ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ ଆଦର୍ଶ ସାହିତ୍ୟ ଘର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଆବାହକତ୍ବ ଓ ଟ୍ରଷ୍ଟି ରଶ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, କୁମାର ବେହେରା, ଉପଦେଷ୍ଟା କୁଞ୍ଜବିହାରୀ ରାଉତ ଓ ମୁଖ୍ୟବକ୍ତା ଭାବେ ବଲଭିନ୍ଦର କୈାର ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ବର୍ଷ ତମାମ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ହୋଇପାରିଛି ବୋଲି ମତ ରଖିଥିଲେ। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା କିଡ୍ସ ଫେଷ୍ଟିଭାଲ ର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଅନ୍ୟତମ ଅତିଥି ଭାବେ ସୁକାନ୍ତ ଖୁଣ୍ଟିଆ,ଗ୍ରେସି ଡେଭିଡ ପ୍ରମୁଖ ତଥା ସମସ୍ତ ଅତିଥି ଖୁସି ରହିବା, ଖୁସି ବାଣ୍ଟିବା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ୧୩ ଜଣକୁ ସେବା ସାରଥୀ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ରବର୍ଟ ହାଇଫିଲ,ବାବୁଲି ହରିପାଲ, ଶିବାନୀ ରାଣା, ଶ୍ଵେତା ରାଉତ, ହରି ସାମନ୍ତରାୟ,ଫକୀର ମୋହନ ପତି, ରାଧିକା ଛତ୍ରି ଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ଵେଷା ପଣ୍ଡା ଓ ତନିସ୍କା ସିଂ, ଡେଭିକା ଘୋଷ, ଇସିକା ଘୋଷ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନ ର କର୍ମକର୍ତ୍ତା ମାନୋସି ଘୋଷ,ତରୁଲତା ସାମଲ, ଅର୍ଚ୍ଚନା ସାହୁ, କାମିନୀ ମହନ୍ତ, ସାନୁ, ସସ୍ମିତା ପ୍ରଧାନ, ସୁନ୍ଦର ସାହୁ, ସୁଶାନ୍ତ କୁମାର ନାୟକ,ଦିନେଶ ଭୋଇ, ଗୌତମ ବାଡା, ପୁର୍ଣ୍ଣିମା ମହାନ୍ତି, ଅନିତା ବେହେରା,ସୁଚିତ୍ରା ଦର୍ଜୀ, ବିଦ୍ୟୁତଳଲତା ସୁତାର, ବିଶ୍ଵଜୀତା ମହାପାତ୍ର, ସୁଚିତ୍ରା ଦର୍ଜି, ଟୁକୁ ରାଉତ ପ୍ରମୁଖ ବିଶେଷ ସହାୟତା କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ | ଏହି ଅବସରରେ ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ଟ୍ରଷ୍ଟି ରଶ୍ମିତା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

masiha

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଅତିରିକ୍ତ ସଚିବ ଙ୍କୁ କାର୍ଯ୍ୟରତ ଏସ,ଇଏମ କର୍ମଚାରୀ ଙ୍କ ଦାବୀ ପତ୍ର ପ୍ରଦାନ

୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ମାଁ ସରସ୍ଵତୀ ପୂଜା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!