ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ I ୪୦ ରୁ ଉର୍ଦ୍ଧ ଏକର ଚାଷ ଜମିରେ ପାଣି ପଷି ଚାଷ ନଷ୍ଟ ସହ ବାଲିଚୋର
ବନ୍ଧୁଗାଁ ତା,୨୦/୦୮/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଠାରେ ଗତ ୩ ରୁ ୪ ଦିନଧରି ଲଘୁଚାପ ବର୍ଷର ବେଶ ପ୍ରଭାବ ପଡିଛି । ନିଲାବାଡ଼ି ଓ ସାନ ସରପଲି ମଧ୍ୟରେ ଗାଦ ବାଲଶା ଗ୍ରାମ ନିକଟରେ ରହିଥିବା ଅତି କମରେ ୪୦ ଏକରରୁ ରୁ ଉର୍ଦ୍ଧ ଚାଷ ଜମିରେନିଲାବାଡ଼ି ଗ୍ରାମର ଉପର ମୁଣ୍ଡ ର ପାଣି ବହୁ ମାତ୍ରାରେ ଆସି ଚାଷ ବିଲ ଜମିର ହିଡ଼ ଭାଙ୍ଗିବା ସହ ସାଧାରଣ ଭାବରେ ରହିଥିବା ଡ୍ରେନ ଦେଇ ଲଗାଣ ବର୍ଷା ହୋଉଥିବା ରୁ ବର୍ଷା ପାଣି ଆସି ଚାଷ ଜମିରେ ପଶିଯାଇ ଆଣ୍ଠୁଏ ଲେଖାଏଁ ପାଣି ରହି ଚାଷ ଜମିକୁ ନଷ୍ଟ କରିବା ସହ ବାଲିଚୋରା ହୋଇଯାଇଥିବାର ଦେଖିବାକୁ ମିଳିଛି I ଚାଷୀ ମାନେ ହେଲେ ତିରନାଥ ପିଡ଼ିକା, ଶାନ୍ତି ଦେବର ପଲି, ବାବୁରାଓ ଦେବର ପଲି,ପି, ଟାଉଟି, ପି, ଯିବାରାଓ, ବି.ଭାସ୍କର, ୧୦ ଜଣ ଚାଷୀ ଏବେ ଚିନ୍ତାରେ ଲଗାଣ ବର୍ଷା ପାଇଁ ଡ୍ରେନେଜ ସମସ୍ୟା ସହ ଅନେକ ସ୍ଥାନରେ ପାଣି ଜମି ରହି ଅସୁବିଧା ସ୍ତୁଷ୍ଟି କରିଛି । ଅନେକ କାର୍ଯ୍ୟାଳୟ ରାସ୍ତା ପାଣିରେ ବୁଡି ରହି ସମସ୍ତିଙ୍କ ପାଇଁ ସମସ୍ୟା ହେଉଛି। ସ୍ଥାନୀୟ ରାଜସ୍ବ ବିଭାଗ କାର୍ଯ୍ୟାଳୟ ସମୁଖରେ ଅଣ୍ଟାଏ ଉଞ୍ଚାର ପାଣି ଜମି ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ଡ୍ରେନେଜ ସମସ୍ୟା ଯୋଗୁଁ ବର୍ଷା ପାଣି ଅତୀବାହିତ ହୋଇ ନପାରି ଦୁଇ ଦିନ ହେଲାଣି ଜମି ରହି ଦୁର୍ଗନ୍ଧ ହେଉଛି।ଜମି ଜୁମା କାର୍ଯ୍ୟ ନେଇ ରାଜସ୍ବ ନିରୀକ୍ଷକ ପାଖକୁ ଆସୁଥିବା ଗରିବ ଗୁରୁବା ଲୋକେ ନିରାଶ ହୋଇ ଫେରି ଯାଉଛନ୍ତି।ବର୍ତମାନ କାର୍ଯ୍ୟାଳୟ ସମୁଖ ଯେପରି ଅଛି ସେଥିରେ କାର୍ଯ୍ୟାଳୟ ଖୋଲିବା ମଧ୍ୟ ମୁସ୍କିଲ ହୋଇ ପଡିଛି। ଏଥି ସହ ଆଲମଣ୍ଡା ପଞ୍ଚାୟତ ର ଆରୋକ୍ଷୀ ନିରୀକ୍ଷୀକ ଙ୍କ କାର୍ଯ୍ୟାଳୟ ଅବସ୍ଥା ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଅଛି I ତେଣୁ ବ୍ଲକ ପ୍ରଶାସନ ଏଠି ପ୍ରତି ଦୃଷ୍ଟି ଦେଇ ଡ୍ରେନେଜ ସମସ୍ୟା ସମାଧାନ କରିବାକୁ ସବୁ ମହଲରେ ଦାବି ହୋଇଛି।
ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ
ବନ୍ଧୁଗାଁ ତା,୧୯/୦୮/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଉପରେ ଲଘୁଚାପ ବର୍ଷର ବେଶ ପ୍ରଭାବ ପଡିଛି । ଲଗାଣ ବର୍ଷା ପାଇଁ ଡ୍ରେନେଜ ସମସ୍ୟା ସହ ଅନେକ ସ୍ଥାନରେ ପାଣି ଜମି ରହି ଅସୁବିଧା ସ୍ତୁଷ୍ଟି କରିଛି । ଅନେକ କାର୍ଯ୍ୟାଳୟ ରାସ୍ତା ପାଣିରେ ବୁଡି ରହି ସମସ୍ତିଙ୍କ ପାଇଁ ସମସ୍ୟା ହେଉଛି। ସ୍ଥାନୀୟ ରାଜସ୍ବ ବିଭାଗ କାର୍ଯ୍ୟାଳୟ ସମୁଖରେ ଅଣ୍ଟାଏ ଉଞ୍ଚାର ପାଣି ଜମି ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ଡ୍ରେନେଜ ସମସ୍ୟା ଯୋଗୁଁ ବର୍ଷା ପାଣି ଅତୀବାହିତ ହୋଇ ନପାରି ଦୁଇ ଦିନ ହେଲାଣି ଜମି ରହି ଦୁର୍ଗନ୍ଧ ହେଉଛି।ଜମି ଜୁମା କାର୍ଯ୍ୟ ନେଇ ରାଜସ୍ବ ନିରୀକ୍ଷକ ପାଖକୁ ଆସୁଥିବା ଗରିବ ଗୁରୁବା ଲୋକେ ନିରାଶ ହୋଇ ଫେରି ଯାଉଛନ୍ତି।ବର୍ତମାନ କାର୍ଯ୍ୟାଳୟ ସମୁଖ ଯେପରି ଅଛି ସେଥିରେ କାର୍ଯ୍ୟାଳୟ ଖୋଲିବା ମଧ୍ୟ ମୁସ୍କିଲ ହୋଇ ପଡିଛି। ଏଥି ସହ ଆଲମଣ୍ଡା ପଞ୍ଚାୟତ ର ଆରୋକ୍ଷୀ ନିରୀକ୍ଷୀକ ଙ୍କ କାର୍ଯ୍ୟାଳୟ ଅବସ୍ଥା ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଅଛି I ତେଣୁ ବ୍ଲକ ପ୍ରଶାସନ ଏଠି ପ୍ରତି ଦୃଷ୍ଟି ଦେଇ ଡ୍ରେନେଜ ସମସ୍ୟା ସମାଧାନ କରିବାକୁ ସବୁ ମହଲରେ ଦାବି ହୋଇଛି।
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

