ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଦିଶା କମିଟି ବୈଠକ  ବିଭିନ୍ନ ଯୋଜନାରର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା

ଜିଲ୍ଲା ଦିଶା କମିଟି ବୈଠକ  ବିଭିନ୍ନ ଯୋଜନାରର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା

ଭବାନୀପାଟଣା,  ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଗୁରୁବାର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା (ଦିଶା)କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାର ଦୟାମୟ ପାଢୀ,ଉତ୍ତର ଵନଖଣ୍ଡ ଅଧିକାରୀ ରମେଶ କୁମାର, ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କାଲାଇ ଭାନନ,ଧର୍ମଗଡ଼ ଉପଜିଲାପାଳ ପ୍ରେକ୍ଷା ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପାଢ଼ୀ “ଦିଶା” ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନା ର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇ ଜନ ପ୍ରତିନିଧି ଓ ସଭା ଅଧ୍ୟକ୍ଷଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଦିଶା ଅଧ୍ୟକ୍ଷା ତଥା ସାଂସଦ ମାଳବିକା ଦେବୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା,ସ୍ୱାସ୍ଥ୍ୟ,କୃଷି, ଆର ଡି,ପିଡବ୍ଲୁଡି, ଭତ୍ତା, ଜଳ ସେଚନ,ବିଦ୍ୟୁତ କରଣ,ସୁଭଦ୍ରା ଆଦି ଯୋଜନାର ର ଅଗ୍ରଗତି,ସଫଳତା ଓ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉପରେ ସମୀକ୍ଷା କରିଥିଲେ। ସେହିପରି ଜିଲାର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ଅଧ୍ୟକ୍ଷ, ପୌରପାଳିକା, ଏନ୍ ଏ ସି ଅଧ୍ୟକ୍ଷ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

( ମ ନି ସ )

Related posts

ନବରଙ୍ଗପୁର ଜିଲ୍ଲା ସଙ୍କଟକାଳୀନ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ 

Sunil Chandra Nayak

ସୀମାନ୍ତ ପତ୍ରିକା ପ୍ରତିଷ୍ଠାତା ଓ ବିଶିଷ୍ଟ ବଂଶୀ ବାଦକ ପଦ୍ମ ଚରଣ ପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

masiha

ତେଣ୍ଟେଇସୁଣୀ କମିଟି ର ବୈଠକ, ପର୍ଯ୍ୟଟନ ସ୍ଥଳୀ ଦାବି

Leave a Comment

error: Content is protected !!