ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀ ବିଦ୍ୟା ନିକେତନ ର ନୂତନ ଗୃହ ଉଦଘାଟନ

ଭାରତୀ ବିଦ୍ୟା ନିକେତନ ର ନୂତନ ଗୃହ ଉଦଘାଟନ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡବରା ଛକ ଠାରେ ଥିବା ଭାରତୀ ବିଦ୍ୟା ନିକେତନ ର ନୂତନ ଗୃହର ଶୁଭ ଉଦ୍ଘାଟନ ହୋଇଯାଇଛି I ଏହି ପରିପେକ୍ଷୀରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ଅତିରିକ୍ତ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ନେତ୍ରାନନ୍ଦ ବଡ଼ମାଲି, ବାଲେଶ୍ୱର ଯୁବ ସ୍ୱେଚ୍ଛାସେବୀ ଅମର କୁମାର ପାଲ୍ , ପି.ଇ.ଓ ଏମ୍. ରାମପୁର ରମାକାନ୍ତ ସାହୁ, ହଳଦିଆ ବଶ୍ୟ ସାହୁ ସମାଜର ସଭାପତି ନୀଳମଣି ସାହୁ , ଭାରତୀ ବିଦ୍ୟା ନିକେତନ ର ସଭାପତି ଯୁଗିଲାଲ୍ ସାହୁ, ସମ୍ପାଦିକା ଶ୍ରୀମତି ଭାଗ୍ୟବତି ସାହୁ, କୋଷାଧ୍ୟକ୍ଷ କ୍ଷେତ୍ରରାଜ ରଣା, ପ୍ରଧାନ ଶିକ୍ଷକ ରେଶବ ନାରାୟଣ ସାହୁ ଓ ବିଦ୍ୟାଳୟ ପରିଚାଲକ ଶ୍ରୀଯୁକ୍ତ ଗଗନ ବିହାରୀ ସାହୁ, ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଓ କୁନିକୁନି ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ପ୍ରମୁଖ ଯୋଗଦେଇଥିଲେ I ଶ୍ରୀ ମହାନ୍ତିଙ୍କ ଅଭିଭାଷଣ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା ସେ ନିଜର ବାଲ୍ୟ ଜୀବନୀ ବିଷୟରେ କହି ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ ଏବଂ ବିଦ୍ୟାଳୟର ବିକାଶ କାମନା କରିଥିଲେ I ପରେ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ନୃତ୍ୟ, ସଙ୍ଗୀତ, ଗୀତି ନାଟ୍ୟ ପରିବେଷଣ କରାଯାଇଥିଲା ଏବଂ ବିଶେଷ ଆକର୍ଷଣ ଥିଲା “ମହିଷା ମଦ୍ଦିନୀ” ଗୀତିନାଟ୍ୟ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା I ପରିଶେଷରେ ଭାରତୀ ବିଦ୍ୟା ନିକେତନ ର ପ୍ରଧାନ ଶିକ୍ଷକ ଶ୍ରୀମାନ ରେଶବ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

Related posts

ଆଦିବାସୀ ମାନଙ୍କ ଜନ ଗର୍ଜନ ସମାବେଶ , ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଯୁଗ୍ମରେ ଦୁଇ ଜଣ ଦ୍ୱିତୀୟ

masiha

ଓଡିଶାର ସରକାରୀ ସ୍କୁଲରେ ପାଠ୍ୟପୁସ୍ତକର ଗୁରୁତର ଅଭାବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜୁ ଛାତ୍ର ଜନତା ଦଳ 

Sunil Chandra Nayak

Leave a Comment

error: Content is protected !!