ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀ ବିଦ୍ୟା ନିକେତନ ର ନୂତନ ଗୃହ ଉଦଘାଟନ

ଭାରତୀ ବିଦ୍ୟା ନିକେତନ ର ନୂତନ ଗୃହ ଉଦଘାଟନ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡବରା ଛକ ଠାରେ ଥିବା ଭାରତୀ ବିଦ୍ୟା ନିକେତନ ର ନୂତନ ଗୃହର ଶୁଭ ଉଦ୍ଘାଟନ ହୋଇଯାଇଛି I ଏହି ପରିପେକ୍ଷୀରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ଅତିରିକ୍ତ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ନେତ୍ରାନନ୍ଦ ବଡ଼ମାଲି, ବାଲେଶ୍ୱର ଯୁବ ସ୍ୱେଚ୍ଛାସେବୀ ଅମର କୁମାର ପାଲ୍ , ପି.ଇ.ଓ ଏମ୍. ରାମପୁର ରମାକାନ୍ତ ସାହୁ, ହଳଦିଆ ବଶ୍ୟ ସାହୁ ସମାଜର ସଭାପତି ନୀଳମଣି ସାହୁ , ଭାରତୀ ବିଦ୍ୟା ନିକେତନ ର ସଭାପତି ଯୁଗିଲାଲ୍ ସାହୁ, ସମ୍ପାଦିକା ଶ୍ରୀମତି ଭାଗ୍ୟବତି ସାହୁ, କୋଷାଧ୍ୟକ୍ଷ କ୍ଷେତ୍ରରାଜ ରଣା, ପ୍ରଧାନ ଶିକ୍ଷକ ରେଶବ ନାରାୟଣ ସାହୁ ଓ ବିଦ୍ୟାଳୟ ପରିଚାଲକ ଶ୍ରୀଯୁକ୍ତ ଗଗନ ବିହାରୀ ସାହୁ, ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଓ କୁନିକୁନି ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ପ୍ରମୁଖ ଯୋଗଦେଇଥିଲେ I ଶ୍ରୀ ମହାନ୍ତିଙ୍କ ଅଭିଭାଷଣ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା ସେ ନିଜର ବାଲ୍ୟ ଜୀବନୀ ବିଷୟରେ କହି ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ ଏବଂ ବିଦ୍ୟାଳୟର ବିକାଶ କାମନା କରିଥିଲେ I ପରେ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ନୃତ୍ୟ, ସଙ୍ଗୀତ, ଗୀତି ନାଟ୍ୟ ପରିବେଷଣ କରାଯାଇଥିଲା ଏବଂ ବିଶେଷ ଆକର୍ଷଣ ଥିଲା “ମହିଷା ମଦ୍ଦିନୀ” ଗୀତିନାଟ୍ୟ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା I ପରିଶେଷରେ ଭାରତୀ ବିଦ୍ୟା ନିକେତନ ର ପ୍ରଧାନ ଶିକ୍ଷକ ଶ୍ରୀମାନ ରେଶବ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

Related posts

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା : ଭାରତ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

masiha

ବିଜାତଳା ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠାନ

masiha

Leave a Comment

error: Content is protected !!