ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର 

ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର 

ଡାବୁଗାଁ, ୧୯/୮ (ମ. ନି. ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଦରଗୁଲା ଗ୍ରାମ ନିକଟ ନଦୀରୁ ଜଣେ ଯୁବକ ର ମୃତଦେହ ମଙ୍ଗଳବାର ସନ୍ଧ୍ୟା ରେ ଉଦ୍ଧାର କରାଯାଇଛି l ସୂଚନାଯୋଗ୍ୟ :- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡି ଗ୍ରାମର ଦଇମନ ଭତ୍ରା (୩୫) ଗତ ୧୬ ତାରିଖ ଦିନ ଠାରୁ ନିଖୋଜ ଥିଲେ l ମଙ୍ଗଳବାର ଦିନ ଅପରାହ୍ନ ରେ ଅଙ୍ଗୀ ନଦୀରେ ଦରଗୁଲା ଗ୍ରାମ ନିକଟରେ କିଛି ଲୋକ ମାଛ ଧରୁଥିଲା l ସେଠାରେ ଯୁବକର ଶବ ଭାସୁଥିବା ଦେଖି ଡାବୁଗାଁ ଅଗ୍ନିଶମ କେନ୍ଦ୍ର କୁ ଖବର ଦେଇଥିଲେ l ଖବରପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ l ପରେ ସେଠାରେ ମୃତକ ର ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ l ପରେ ଅଗ୍ନିଶମ କର୍ମଚାରୀ ମାନେ ମୃତ ଦେହ କୁ ଆଣି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ଏନେଇ ମୃତକ ର ପିତା ଘନସାଇ ଭତ୍ରା ଡାବୁଗାଁ ଥାନା ରେ ଏତଲା ଦେଇଛନ୍ତି l ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୨୪/୨୫ ରେ ek ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ଘଟଣା ର ତଦନ୍ତ କରୁଛନ୍ତି ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l 

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦିଆଯିବ   ଆତଙ୍କ ସୃଷ୍ଟିକାରୀ ୫ ଅଭିଯୁକ୍ତ ଗିରଫ ; ୨ପିସ୍ତଲ ଜବତ 

Sunil Chandra Nayak

ଗହୀର ମଥା ରେ ବୋଟ ଜବତ,13ମତ୍ସଜୀବି ଗିରଫ

masiha

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!