ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଅବହେଳାର ଗର୍ଭରେ ଲୁଚି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ – ପର୍ଯ୍ୟଟନ ମାନଚିତ୍ରକୁ ଅପେକ୍ଷା କରିଛି କାମଧେନୁକୋଟ ସୁନା ଝର , ୨- ଢେଙ୍କାନାଳ ସ‌ହରରେ କାର୍ତ୍ତିକେଶ୍ୱର ପୂଜା , ୩- ଘରେ ପଶି ଶିଆଳର ଆକ୍ରମଣ, ୫୯ ବର୍ଷୀୟ ବୃଦ୍ଧ ଆହତ , ୪- ରାସୋଳର ରାସ ଉତ୍ସବ ଧାର୍ମିକ ଭାବନା ସହିତ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରାର ଏକ ସୁନ୍ଦର ନିଦର୍ଶନ

ଅବହେଳାର ଗର୍ଭରେ ଲୁଚି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ – ପର୍ଯ୍ୟଟନ ମାନଚିତ୍ରକୁ ଅପେକ୍ଷା କରିଛି କାମଧେନୁକୋଟ ସୁନା ଝର

ଢେଙ୍କାନାଳ -ଜିଲ୍ଲା ସଦର ବ୍ଲକ ଧୀରପାଟଣା ଗ୍ରାମ ପଞ୍ଚାୟତ ଅଧୀନ କାମଧେନୁକୋଟ ଗ୍ରାମ ନିକଟରେ ଲୁଚି ରହିଛି ପ୍ରକୃତିର ଏକ ଅପୂର୍ବ ଗନ୍ତାଘର। ସବୁଜ ବନାନୀ ଘେରା ମଧ୍ୟରେ କଳକଳ ନାଦରେ ପଥର ଉପରେ ବୋହି ଯାଉଛି ସୁନା ଝର। ବର୍ଷା ଦିନେ ଏହି ଝରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ। ସୂର୍ଯ୍ୟ କିରଣ ପଡି ପାଣି ସୁନା ପରି ଚମକୁଥିବାରୁ ଏହାର ନାମ ସୁନା ଝର ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ସମ୍ଭାବନା ଥାଇ ମଧ୍ୟ ଆସୁ ନାହାନ୍ତି ପର୍ଯ୍ୟଟକ:

ଢେଙ୍କାନାଳ ସହରଠାରୁ ମାତ୍ର ୧୦-୧୨ କି.ମି ଦୂରରେ ଥାଇ ମଧ୍ୟ ଏଠାକୁ ପର୍ଯ୍ୟଟକ ଆସିପାରୁ ନାହାନ୍ତି। କାରଣ ହେଉଛି – ଭଲ ରାସ୍ତା ନାହିଁ ଘଞ୍ଚ ଜଙ୍ଗଲ ଭିତରେ ଥିବାରୁ ସ୍ଥାନୀୟ କିଛି ଯୁବକଙ୍କୁ ଛାଡି ଦେଲେ ବାହାର ଲୋକ ଏ ସ୍ଥାନ ବିଷୟରେ ଜାଣନ୍ତି ନାହିଁ। ଶୀତ ଋତୁରେ ସ୍ଥାନୀୟ ଲୋକେ ବଣଭୋଜି ପାଇଁ ଆସୁଥିଲେ ମଧ୍ୟ ସୁବିଧା ଅଭାବରୁ ନିରାଶ ହୋଇ ଫେରୁଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଏଠାକୁ ଦୃଷ୍ଟି ଦିଏ,ତେବେ ଏହି ସୁନା ଝର ସାପୁଆ ଡ୍ୟାମ,କପିଳାସ,ଦଦରାଘାଟି ପରି ଢେଙ୍କାନାଳର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇପାରିବ। ଏ ନେଇ ଧୀରପାଟଣା ଅଞ୍ଚଳବାସୀ କହିଛନ୍ତି।

ଢେଙ୍କାନାଳ ସ‌ହରରେ କାର୍ତ୍ତିକେଶ୍ୱର ପୂଜା 

ଢେଙ୍କାନାଳ – କାର୍ତ୍ତିକ ଶୁକ୍ଳ ବଡ଼ ଏକାଦଶୀଠାରୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚକ ବ୍ରତ । ଆସନ୍ତା କାର୍ତ୍ତିକ ପୂର୍ଣିମା ପର୍ଯ୍ୟନ୍ତ ବ୍ରତ ଅନୁଷ୍ଠିତ ହେବ । ପଞ୍ଚକ ବ୍ରତ ପାଇଁ ଢେଙ୍କାନାଳ ଜିଲ୍ଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଦେବାଦେବୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବିଶେଷ କରି କପିଳାସରେ ବିରାଜମାନ ଶ୍ରୀଚନ୍ଦ୍ରଶେଖର ଜିଉଙ୍କୁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ କପିଳାସ ଆସୁଛନ୍ତି। ଧାଡ଼ିରେ ରହି ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ ପାଇଁ କପିଳାସ ପୀଠରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୈନିକ ଶ୍ରୀଜିଉ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସେହିପରି ସହର ସମେତ ଗ୍ରାମାଞ୍ଚଳରେ କାର୍ତ୍ତିକେଶ୍ୱରଙ୍କ ମୃଣ୍ମୟୀ ପ୍ରତିମାରେ ପୂଜାର୍ଚ୍ଚନା କରାଯାଉଛି। ଢେଙ୍କାନାଳ ସହରର ଲକ୍ଷ୍ମୀବଜାର ଡାଇମଣ୍ଡ କ୍ଲବ୍,ଜଗନ୍ନାଥ ରୋଡ୍,କାରିଗରସାହି,ପଦ୍ମବଜାର,ରଧାକୃଷ୍ଣ ବଜାର,ମୁକ୍ତାଦେଈପୁର ଶାସନ,ବାଜିଚୌକ ସୀତାରାମ ଆଶ୍ରମ,ମହାବୀର ବଜାର,କୁଞ୍ଜକାନ୍ତ ଆଦି ସ୍ଥାନରେ କାର୍ତ୍ତିକେଶ୍ୱରଙ୍କ ପୂଜା ଆୟୋଜିତ ହୋଇଛି। ସେହିପରି ଗଁଦିଆ ବୃକ୍‌ ଲତାଦେଈପୁର,ବିଧାରପୁର ପଞ୍ଚାୟତର ଅନ୍ନପୁର ସମେତ ବିଭିନ୍ନ ସ୍ଥାନରେ କାର୍ତ୍ତିକ ରାସ ଉତ୍ସବ ମଧ୍ୟ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ପୂଜାର୍ଜନା,ପ୍ରସାଦସେବନ ସମେତ ହରିନାମ ସଂକୀର୍ତ୍ତନ ଜମୁଛି।

ଘରେ ପଶି ଶିଆଳର ଆକ୍ରମଣ, ୫୯ ବର୍ଷୀୟ ବୃଦ୍ଧ ଆହତ

ରାତିରେ ଖଟରେ ଶୋଇଥିବା ବେଳେ ଗୋଡ଼କୁ କାମୁଡ଼ିଲା ଜଙ୍ଗଲୀ ଜୀବ, ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଢେଙ୍କାନାଳ – ଜନବସତି ମଧ୍ୟକୁ ଜଙ୍ଗଲୀ ଜୀବଙ୍କ ପ୍ରବେଶକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଙ୍ଗୋଲ ଗ୍ରାମରେ ଘର ଭିତରେ ପଶି ଏକ ଜଙ୍ଗଲୀ ଜୀବ (ଶିଆଳ) ଆକ୍ରମଣ କରିବାରୁ ହରିହର ଦେହୁରୀ (୫୯) ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ରାତିରେ ହରିହର ନିଜ ଘରେ ଖଟ ଉପରେ ଶୋଇଥିବା ସମୟରେ ହଠାତ୍ ଏକ ଶିଆଳ ଘର ଭିତରକୁ ପଶି ଆସିଥିଲା। ଏହାପରେ ଖଟରେ ଶୋଇଥିବା ହରିହରଙ୍କ ଗୋଡ଼କୁ ଆକ୍ରମଣ କରିଥିଲା। ହଠାତ୍ ଘଟିଥିବା ଏହି ଘଟଣାରେ ସେ ଆହତ ହୋଇଥିଲେ। ପରେ ପରିବାର ଲୋକ ଓ ପଡ଼ୋଶୀଙ୍କ ସହଯୋଗରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ମିଳିଛି। ଘର ଭିତରେ ଶୋଇଥିବା ସମୟରେ ଏଭଳି ଜଙ୍ଗଲୀ ଜୀବର ଆକ୍ରମଣ ଘଟଣା ଅଞ୍ଚଳବାସୀଙ୍କୁ ଚିନ୍ତିତ କରିଛି। ଜନବସତି ଅଞ୍ଚଳରେ ଜଙ୍ଗଲୀ ଜୀବଙ୍କ ଅବାଧ ପ୍ରବେଶକୁ ରୋକିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ରାସୋଳର ରାସ ଉତ୍ସବ ଧାର୍ମିକ ଭାବନା ସହିତ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରାର ଏକ ସୁନ୍ଦର ନିଦର୍ଶନ

ଢେଙ୍କାନାଳ – ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳଠାରେ ପଞ୍ଚୁକ ଅବସରରେ ଆୟୋଜିତ ହେଉଥିବା ଶରତ ରାସ ଉତ୍ସବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇଥିଲେ।

ଏହି ଅବସରରେ ରାଶୋଳ ରାସ କମିଟିର ସଭାପତି ରମେଶ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଶ୍ରୀ ସାହୁଙ୍କୁ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ କରିଥିଲେ। ପରେ ସେ ରାଧାକୃଷ୍ଣଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ ବିଜେଡି ସଭାପତି ଦେବିପ୍ରସାଦ ପଟ୍ଟନାୟକ, ରାଜ୍ୟ ପରିଷଦ ସଦସ୍ୟ ଅଶୋକ ନାୟକ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ, ହିନ୍ଦୋଳ ବ୍ଲକ ସାଧାରଣ ସମ୍ପାଦକ ସୁଶାନ୍ତ ବେହେରାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସହକର୍ମୀ ଉପସ୍ଥିତ ଥିଲେ। କମିଟି ପକ୍ଷରୁ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ରାଶୋଳର ଏହି ଶରତ ରାସ ଉତ୍ସବ ଅଞ୍ଚଳର ଏକ ସର୍ବପୁରାତନ ଓ ପାରମ୍ପରିକ ଉତ୍ସବ ଭାବେ ପରିଚିତ। ଉତ୍ସବ ଅବସରରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହିତ ରାଧାକୃଷ୍ଣଙ୍କ ରାସଲୀଳା ଓ ନୃତ୍ୟ ପରିବେଷଣ କରାଯାଉଛି। ଏହାକୁ ଉପଭୋଗ କରିବା ପାଇଁ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହେଉଛି।

ବିଶେଷକରି ସନ୍ଧ୍ୟା ସମୟରେ କୁନି କୁନି ପିଲାମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହୁଛି। ରାଶୋଳର ଏହି ପାରମ୍ପରିକ ରାସ ଉତ୍ସବ ଧାର୍ମିକ ଭାବନା ସହିତ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରାର ଏକ ସୁନ୍ଦର ନିଦର୍ଶନ ପାଲଟିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

Odisha Hosts 4th National EMRS Sports Meet 2025

Sunil Chandra Nayak

୧- ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ , ଶିକ୍ଷକ ବୈଠକ ,୨- ଆବାସ ପାଇବାରୁ ବଞ୍ଚିତ ହିତାଧିକାରୀ ମାନେ ପିଓ ଘର କାଟି ଥିବାନେଇ କଲେ ଅଭିଯୋଗ

Sunil Chandra Nayak

ହାଟବାଦଡାରେ ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟ ଆନୁକୂଲ୍ୟରେ କମ୍ପ୍ୟୁଟର ସେଣ୍ଟର୍ ଉଦ୍ଘାଟିତ 

masiha

Leave a Comment

error: Content is protected !!