ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ରାୟଗଡ ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ

ରାୟଗଡ ତା 18-07-2023ରିଖ ଦିନ ରାୟଗଡ ଜିଲ୍ଲାପାଳ ଗ୍ରହଣ କରିଛନ୍ତି ଭୂମି ସମ୍ମାନ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଭୂମି ସମ୍ମାନ ପ୍ରଦାନ କରିବା ସହ ମାନପତ୍ର, ଓ ଫଳକ ପ୍ରଦାନ କରିଥିଲେ । ରାୟଗଡ ଜିଲ୍ଲାର ସମସ୍ତ ତହସିଲର ଖତିୟାନ କମ୍ପ୍ୟୁଟିକରଣ, କlଡାଷ୍ଟ୍ରାଲ ମ୍ୟାପ ଅଧୁନିକିକରଣ , ଖତିୟାନ ସହ କlଡଷ୍ଟ୍ରାଲ ମ୍ୟାପ ସଂଯୋଗୀକରଣ, ଅନ ଲାଇନ ଜମି ପଞ୍ଜୀକରଣ, ରେକର୍ଡ ରୁମ ଅଧୁନିକରଣ ଆଦିର ମପଦଣ୍ଡ ଉପରେ ସମୀକ୍ଷା କରି ଏସବୁଥିରେ ଶତପ୍ରତିଶତ ଲକ୍ଷ ଧାର୍ଯ୍ୟ ହାସଲ କରିଥିବାରୁ ରାୟଗଡ ଜିଲ୍ଲାକୁ ପ୍ଲାଟିନମ ଗ୍ରେଡ଼ର ସଫଳତା ମିଳିଥିବା ବେଳେ ଆଜି ଭୂମି ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ ସରକାରଙ୍କ ଗ୍ରାମୀୟ ଉନ୍ନୟନ ମନ୍ତ୍ରଣାଳୟର ଭୁ ସମ୍ପଦ ବିଭାଗ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି l ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଜିଲ୍ଲାପାଳଙ୍କ ସହିତ ଗୁଡ଼ାରି ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ମୁନିଗୁଡା ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଉପସ୍ଥିତ ଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିବ୍ଯାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

masiha

ଆତ୍ମା କମିଟି ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିହନ ଟଙ୍କା ପ୍ରଦାନ

Sunil Chandra Nayak

ଧର୍ମଗଡ଼ ପଞ୍ଚାୟତ ସମିତି ର ନବମ ବୈଠକ

masiha

Leave a Comment

error: Content is protected !!