ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ପରିଚାଳନା ସମିତି କର୍ତ୍ତୃପକ୍ଷ ଙ୍କ ବିଶେଷ ସୂଚନା

                    ବିଶେଷ ସୂଚନା

    ଏଥିଦ୍ବାରା ନିଶିଗନ୍ଧାର ସମସ୍ତ ସଭ୍ୟ ସଭ୍ୟା ଭାଇ ଭଉଣୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଛି କି   ଆଗାମୀ ତା ୨୩ – ୦୭ – ୨୩ ରିଖ, ରବିବାର ଦିନ ୧୧ ଘଟିକା ସମୟରେ ହଂସପାଳ ଓଭର ବ୍ରିଜ୍ ଅତିକ୍ରମ କଲାପରେ ,ମଞ୍ଚେଶ୍ବର ଛକ ନିକଟବର୍ତ୍ତୀ ନଦୀ କୂଳରେ ଆମର ଭାରତବର୍ଷର ମହାମହିମ ରାଷ୍ଟ୍ରପତି ,ରାଜ୍ୟପାଳ,ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ,ପଦ୍ମଶ୍ରୀ,ପଦ୍ମ ବିଭୂଷଣ,ପଦ୍ମଭୂଷଣ,ପ୍ରତିଷ୍ଠିତ କବି ଓ ଲେଖକ,ସମାଜସେବୀ,ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀ ( ପୂର୍ବତନ ଓ ବର୍ତ୍ତମାନ) ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବାକୁ ଯାଉଛି।

         ଆମର ସଭାପତି ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ, ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ୍ ଟ୍ରଷ୍ଟ୍ ଓ ନିଶିଗନ୍ଧା ସାହିତ୍ୟ ସ°ସଦର ମିଳିତ ଆନୁକୂଲ୍ୟରେ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାକୁ ଯାଉଛି।  ଏଣୁ ଆପଣମାନଙ୍କୁ ସବିନୟ ଅନୁରୋଧ ଆପଣମାନେ ଏହି କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ଯୋଗଦାନ କରିବେ। 

  ଏଠିକାର କର୍ପୋରେଟର୍ , ପ୍ରଶାସନିକ ଅଧିକାରୀ,ଓ ରାଜନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେଉଛନ୍ତି ।

     ଆପଣମାନେ ଏଥିରେ ଠିକ୍ ସମୟରେ ଯୋଗଦାନ କରି ପରିବେଶ ସୁରକ୍ଷା ଉପରେ କବିତା , ଗଳ୍ପ ଆସର ତଥା ଆଲୋଚନା ଚକ୍ରରେ ଭାଗନେଇ ପୂର୍ଣ୍ଣମାତ୍ରାରେ ଏହି ଜନମଙ୍ଗଳ କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି ଆଶା ଓ ବିଶ୍ବାସ ।

                           ଧନ୍ୟବାଦ 

ଜୟ ଜଗନ୍ନାଥ । Call ୯୪୩୭୩୦୧୯୦୬/ ୮୮୪୭୮୨୪୭୨୯
ନିଶିଗନ୍ଧା ପରିଚାଳନା ସମିତି କର୍ତ୍ତୃପକ୍ଷ

Related posts

ଜଳସେଚନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଚାଷି

masiha

ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ 

masiha

ରାମ ନାଥ ଉଚ୍ଚ ବିଦ୍ୟାପୀଠ ଚଲାନପଡା-ଗୋଇମୁଣ୍ଡି ୧୯୯୦ ପ୍ରଥମ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!