ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଏମବିପିଏଲ ସିଜନ-୩ କ୍ରିକେଟ ଉଦଯାପିତ ,ଧର୍ମଗଡ ଲାୟନ ଚାମ୍ପିଅନ

ଧର୍ମଗଡ:୮/୩/୨୩: ଧର୍ମଗଡ ଠାରେ ଚାଲିଥିବା ନାଇଟ ସାର୍କିଲ କ୍ରିକେଟ ପ୍ରତିଯୋଗୀତା ମାଁ ଭଣ୍ଡାର ଘରଣୀ ପ୍ରିମିୟର ଲିଗ ସିଜନ୍ -୩ ଉଦଯାପିତ ହୋଇ ଯାଇଛି। ଆଇପିଏଲ ଢାଞ୍ଚା ରେ ହେଉଥିବା ଏହି କ୍ରିକେଟ ପ୍ରତିଯୋଗୀତା ରେ ୪ଟି ପ୍ରାୟୋଜିତ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳ ଧର୍ମଗଡ ଲାୟନ ଓ ବ୍ଲାକ ପେନ୍ଥର ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା। ଟସ୍ ଜିଣି ଧର୍ମଗଡ ଲାୟନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୩ୱିକେଟ ବିନିମୟ ରେ ୧୨୩ ରନ କରିଥିଲେ। ଜବାବ ରେ ବ୍ଲାକ ପେନ୍ଥର ଦଳ ୭ ୱିକେଟ ବିନିମୟ ରେ ୮୦ ରନ କରିବାକୁ ସମର୍ଥ ହୋଇ ଥିଲେ। ଧର୍ମଗଡ ଲାୟନ ଦଳ ୪୩ ରନ ରେ ବିଜୟୀ ହୋଇ ଥିଲେ । ପ୍ରବୀଣ ଖରସେଲ ଓ କ୍ଷମା ତାଣ୍ଡି ଖେଳ ପରିଚାଳନା କରିଥିଲେ । କ୍ଷିତିସ ସୁନାନି ଙ୍କୁ ମେନ୍ ଅଫ ଦି ମ୍ୟାଚ ଓ ଅଭିଜିତ ମହାନ୍ତି ଙ୍କୁ ମେନ୍ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ଧର୍ମଗଡ ନଗରପାଳ ଅଶୋକ ମହାନ୍ତି, ଉପ ନଗର ପାଳ ମନିଷା ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ବିଧାୟକ ପ୍ରତିନିଧି ମାନସ ବାଗ, ସ୍ଵାଧୀନ ବାଗ, ବିବେକ ରଂଜନ ମିଶ୍ର, ବିଶିଷ୍ଟ ବ୍ୟବସାୟୀ କିଶୋର ଅଗ୍ରୱାଲ, ବୁବୁନ ମୁଣ୍ଡ, ସୁଧିର ସାହୁ,ସାମ୍ୱାଦିକ ବିରଞ୍ଚି ଜାଲ, ବୈଦ୍ୟ ନାଥ ବେହେରା, ଅଂଶୁମାନ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । କ୍ରୀଡା ଆୟୋଜନ କମିଟି ସଭାପତି ଅଜୁ ପଟ୍ଟଯୋଷୀ, ସମ୍ପାଦକ ଜିତେନ୍ଦ୍ର ପାତ୍ର , ମ୍ୟାନେଜର ସନ୍ତୋଷ ନାୟକ ଓ ଜନାର୍ଦ୍ଧନ ମୁଣ୍ଡ, ରାଜା ପଣ୍ଡା ଖେଳ ଆୟୋଜନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ 

Sunil Chandra Nayak

ସହିଦ୍ ରେଣ୍ଡୋ ମାଝୀ ଟି – ୧୦ ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତା, ରୁପ୍ରା ଚାମ୍ପିଅନ୍ 

Sunil Chandra Nayak

ବ୍ଲକ ସ୍ତରୀୟ ସ୍କୁଲ କ୍ରୀଡ଼ା ସଂଘ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ମନୋନୟନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

masiha

Leave a Comment

error: Content is protected !!