ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବନ୍ୟାରେ ଜଳବନ୍ଦୀ ହେଲା କୋଟେନ ଗାଁ , ୨- ମଟର ସାଇକେଲ ଦୁର୍ଘଟଣା ୧ ମୃତ ୨ ଗୁରୁତର 

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ବନ୍ୟାରେ ଜଳବନ୍ଦୀ ହେଲା କୋଟେନ ଗାଁ

ଜୁନାଗଡ଼୨୩/୮(ମନିସ)ଗତ ଦୁଇ ଦିନ ଧରି ଲଗାଣବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଇନ୍ଦ୍ରାବତୀ ମଙ୍ଗଳପୁର ଡ୍ୟାମର ୬ ଟି ଗେଟ ଖୋଳି ଦେବା ଫଳରେ ହାତୀନଦୀରେ ବନ୍ୟା ହୋଇଛି । ଯାହା ଫଳରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ପଞ୍ଚାୟତ ଅନ୍ତର୍ଗତ ନଦୀକୁଳିଆ ଗାଁ କୋଟେନ ଗାଁ ପାଣି ଘେରରେ ଅଛି । ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ 412 କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି। ଏହାଯୋଗୁଁ ତଳିଆ ମୁଣ୍ଡ ରେ ଥିବା ଗାଁ ମାନଙ୍କୁ ସତର୍କ ସୂଚନା ଦେଇଛି ଇନ୍ଦ୍ରାବତୀ ବିଭାଗ। ବର୍ତ୍ତମାନ କୋଟେନ ଗାଁ ପାଣି ଘେରରେ ଥିବା ବେଳେ ବଣିଜରା ସରପଞ୍ଚ ଏବଂ ବ୍ଲକ ଅଧ୍ୟକ୍ଷ୍ୟା ଆସି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ମଟର ସାଇକେଲ ଦୁର୍ଘଟଣା ୧ ମୃତ ୨ ଗୁରୁତର 

 ଜୁନାଗଡ ୨୩/୮ ( ମନୀ ସ ) ଜୁନାଗଡ ବ୍ଲକ ଅନ୍ତର୍ଗତ ବାଙ୍କପଳାସ ଗ୍ରାମ ନିକଟରେ ମଟର ସାଇକେଲ ଦୁର୍ଘଟଣା ଆଜି ସନ୍ଧ୍ୟାରେ ଘଟିଥିବା ଜଣାଯାଇଛି ।ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହେଇ ଛନ୍ତି । ଖବର ପାଇ ଚିଲିଗୁଡା ଫାଣ୍ଡି ଅଧିକାରୀ ମିନ ରାଓ ଶବର ଆହତ ବ୍ୟକ୍ତି ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇଥିଲେ । ପୋଲିସ ଙ୍କ କହିବାନୁଯାୟୀ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା କହିଛନ୍ତି ।ଗୁରୁତର ଚିକିତ୍ସାଧୀନ ରହିଥିବା ଜଣାପଡିଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କ୍ଷତ୍ରିୟ ଧାକଡ ସମାଜ ମହା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ 

masiha

ଜୁନାଗଡ଼ ରେ ମା ଗଜଲଷ୍ମୀ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!