ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣର ୫ ମ ବାର୍ଷିକ ୪ ଦିବସୀୟ ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି ସଂପନ୍ନ 

ରାଇରଙ୍ଗପୁର ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣର ୫ ମ ବାର୍ଷିକ ୪ ଦିବସୀୟ ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି ସଂପନ୍ନ 

 ମୟୂରଭଞ୍ଜ- ୩୧/୩ // ସୃଷ୍ଟି ସର୍ଜନାରେ ଯଜ୍ଞର ଭୂମିକା ଅନନ୍ୟ ।ତେତିଶ କୋଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ଏବଂ ଆମ ପରିବେଶକୁ ପାବନମୟ କରିବା ଭୂମିକା ଯଜ୍ଞ ହିଁ ନେଇଥାଏ ।ଆବାହମାନ ପୌରାଣିକ ଯୁଗରୁ, ରାମାୟଣ,ମହାଭାରତ ଯୁଗରୁ ତଥା ରାଜାରୁଜୁଡା ଅମଳରୁ ବହୁ ବଡ଼ ଯଜ୍ଞ ଆୟୋଜନ ହୋଇଆସୁଛି ।ଯଜ୍ଞ ଆୟୋଜନ କରିଵାର‌ଏକମାତ୍ର ଉଦେଶ୍ୟ ସମସ୍ତ ଜୀବଜଗତର ପ୍ରାଣୀ ଅନ୍ନରୁ ଉତ୍ପନ୍ନ ହୁଅନ୍ତି,ଅନ୍ନର ଉତ୍ପତ୍ତି ଵୃଷ୍ଟିରୁ ହୁଏ,ବୃଷ୍ଟି ଯଜ୍ଞ ରୁ ହୁଏ ଏବଂ ଯଜ୍ଞ ବିହିତ କର୍ମରୁ ଉତ୍ପନ୍ନ ହୁଏ ।କର୍ମ ବେଦରୁ ଉତ୍ପନ୍ନ‌ ହୁଏ ଏବଂ ବେଦ ଅବିନାଶୀ ପରମାତ୍ମା ଙ୍କ ଠାରୁ ଉତ୍ପନ୍ନ ହୁଅନ୍ତି ବୋଲି ସମସ୍ତଙ୍କୁ ଜଣା ଓ ଶାସ୍ତ୍ର ବିଦିତ ।ପରମାତ୍ମା ହିଁ ସର୍ବଦା ଯଜ୍ଞରେ ପ୍ରତିଷ୍ଠାତା ।ଯଜ୍ଞର ପ୍ରଭାବରେ ଅଶାନ୍ତ ପରିବେଶ ଓ ମନ ଏକ ଶାନ୍ତିର ହୋଇ ଉଠିଥାଏ ।

ଓଡ଼ିଶା ବ୍ରାହ୍ମଣ ମହାସଂଘ ବାମନଘାଟି ଶାଖା ଦ୍ଵାରା ୪ ଦୀବସୀୟ‌ ବ୍ୟାପି ବିଶ୍ବ କଲ୍ୟାଣ ମହାଯଜ୍ଞର ରାଇରଙ୍ଗପୁରର କୁଚେଇବୁଢି ଗ୍ରାମର ବହୁ ପୁରାତନ ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି l

ଶ୍ରୀ କ୍ଷେତ୍ର ପୁରୀ ରୁ ଆସିଥିବା ବେଦଜ୍ଞ ପଣ୍ଡିତ ସୌମ୍ଯପ୍ରିତମ୍ ପଣ୍ଡା, ସତ୍ୟଜିତ ପଣ୍ଡା, ଜଗନ୍ନାଥ ଦାସ, ଆଠଗଡ଼ ଅଂଚଳର ଏବଂ :ସଂଘର ବରିଷ୍ଠ ସଦସ୍ୟ ପଣ୍ଡିତ ଜନ ରଞ୍ଜନ ଦାଶ, ପଣ୍ଡିତ ସମୀର ଦାଶ, ଚିକୁ ମିଶ୍ରଙ୍କ ଦ୍ଵାରା ଯଜ୍ଞକାର୍ଯ୍ୟ ଅତି ନିଷ୍ଠା ଓ ଭକ୍ତିର ସହ ଆୟୋଜିତ ହୋଇଥିଲା lକର୍ତା ହିସାବରେ ଈଶ୍ବର ପ୍ରହରାଜ ଏବଂ ତାଙ୍କ ସହଧର୍ମିଣୀ ନିଷ୍ଠାର ସହ ଦାୟିତ୍ଵ ନିଭାଇଥିଲେ ।

ପ୍ରଥମ ଦିନ ଅଙ୍କୁରା ରୋପଣ, ଦ୍ଵିତୀୟ ଦିନରେ ଘଟ ପୂଜା, କଳସ ସର୍ବ ଦେବଦେବୀ ହୋମ,ଯାତ୍ରା, ଗୋପୂଜା, ବ୍ରତ ପୋନୋୟନ, ଚଣ୍ଡୀ ପୂଜା,ଚତୁର୍ଥ ଦିନ, ସୂର୍ଯ୍ୟ ପୂଜା, ରୁଦ୍ରାଭିଷେକ, ଗୀତା ଯଜ୍ଞ, ଆଳତୀ ଆଦି ରୀତି କାନ୍ତି ସମାପନ ହେଲା ପରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପ୍ତ ହୋଇଥିଲା l ଓଂ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଉଚ୍ଚାରଣ ରେ ସମଗ୍ର ଅଂଚଳ କମ୍ପୁଥିଲା ।ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କ ଆଶୀର୍ବାଦ ନେଇଥିଲେ ।କମିଟି ତରଫରୁ ଅନ୍ନପ୍ରସାଦ ଵଣ୍ଟନ କରାଯାଇଥିଲା । ସମଗ୍ର ଅଂଚଳ ରେ ଭକ୍ତିମୟ,ଐଶ୍ବରିକମୟ, ଆଧ୍ୟାତ୍ମିକ ମଧ୍ୟ ହୋଇ ଉଠିଥିଲା । ଏହି ବିଶ୍ଵଶାନ୍ତି ମହାଯଜ୍ଞ ରେ ଦୁଇ ଜଣଙ୍କୁ ନି଼ଃଶୁଳ୍କ ବ୍ରତୋପୟନ କରାଯାଇଥିଲା ।ସଂଘର ସଭାପତି ଗଣେଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଆୟୋଜିତ ଉକ୍ତ କର୍ଯ୍ୟକ୍ରମରେ କାର୍ଯ୍ୟକରୀ ସଭାପତି ଅର୍ଦ୍ଧେନ୍ଦୁ ଶେଖର ରଥ,ସମ୍ପାଦକ ସୁଶାନ୍ତ ଶର୍ମା, ଉପସଭାପତି ତରୁଣ ନନ୍ଦ, ଇଶ୍ୱର ପ୍ରହରାଜ,ସହ ସମ୍ପାଦକ କ୍ରିଷ୍ଣା ଶର୍ମା , ବରିଷ୍ଠ ସଦସ୍ୟ ରବିନାରାୟଣ ହୋତା, ଟୁନା ପାଣି, ଲକ୍ଷ୍ମୀକାନ୍ତ ତ୍ରିପାଠୀ,ଜୟକୃଷ୍ଣ ଦାଶ, ଧନେଶ୍ଵର ଶତପଥୀ, ଦୁଃଖୁ ପ୍ରହରାଜ, ଦେବକୁମାର ହୋତା,ହେମନ୍ତ ଶତପଥୀ, ଟୁନା ପାଣି, ଦୀପକ ମିଶ୍ର,ଗଣେଶ ଦୀକ୍ଷିତ, କବି ସଂଗ୍ରାମ ଶତପଥୀ,ସଂଗ୍ରାମ ଶତପଥୀ, କଟି ପଣ୍ଡା,ଲୋକନାଥ ଦାଶ ପ୍ରମୁଖ ସହଯୋଗ କରିଥିଲେl ବିଶ୍ୱ ଶାନ୍ତି ଓ କଲ୍ୟାଣ ନିମନ୍ତେ ଯଜ୍ଞ ଭଳି ମହତ୍ କାର୍ଯକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ତେରେସିଂହାରେ ରଜ ପର୍ବ ପାଳିତ

masiha

ମିଲେଟ ମଦର ଇଭେଣ୍ଟ କାର୍ଯ୍ୟକ୍ରମ 

masiha

ଓଷ୍ଟା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ 

masiha

Leave a Comment

error: Content is protected !!