ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇୱାକୁ ପିଟି ବାଇକ ଆରୋହୀଙ୍କ ମୃତ୍ୟ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ହାଇୱାକୁ ପିଟି ବାଇକ ଆରୋହୀଙ୍କ ମୃତ୍ୟ

କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଲାଞ୍ଜିଗଡ, ୩୧/୦୩(ମନିସ)-ଆଜି ବିଳମ୍ବିତ ସନ୍ଧ୍ୟାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱାର ପଛ ପଟେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ଜଣକ ବେଦାନ୍ତ ଲିମିଟେଡ କର୍ମଚାରୀ ଓ ସ୍ଥାନୀୟ ଆରବିକେ କଲୋନୀର ପବିତ୍ର ମାଝୀ ବୋଲି ଜଣାପଡିଛି। ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ଡ୍ୟୁଟିରେ ଥିବାବେଳେ ବେଦାନ୍ତ ମୁଖ୍ୟ ଫାଟକ ଓ ମେଟେରିଆଲ ଗେଟ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପିଟି ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଉତ୍ୟକ୍ତ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବାବେଳେ ଲାଞ୍ଜିଗଡ- ଦହିଖାଲ ରାସ୍ତାରେ ଯାତାୟତ ଠପ ହୋଇଯାଇଛି। ଏନେଇ ଲାଞ୍ଜିଗଡ ଥାନାରେ କେସ ନଂ ୩୫/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ସୂଚନା ମିଳିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଡାଇରିଆ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଘଷିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସାଂସଦ, ରାଜ୍ୟସଭା

masiha

ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ 

masiha

Leave a Comment

error: Content is protected !!