ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇସ୍ପାତ ସାହିତ୍ୟ ସଂସଦର ସଭାପତି ନୃସିଂହ ଚରଣ ବିଶ୍ୱାଳ, ଆଲୋଚକ ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆଲୋଚ୍ୟ ବିଷୟ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଜନ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ବାଳ ଓ ମୁଖ୍ୟ ଆଲୋଚକ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜଗନ୍ନାଥ ସଂସ୍କୃତି ଆମକୁ ଅନେକ କ୍ଷେତ୍ରରେ ପ୍ରଭାବିତ କରିଛି। ଏହି ସଂସ୍କୃତି ରେ ଥିବା ବିଭିନ୍ନ ଉତ୍ସବ ଆମ ଦୈନଦିନ ଜୀବନର ଅନେକ ଆବଶ୍ୟକତା କୁ ପୁରଣ କରିବା ସହ ସମାଜରେ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଜଗନ୍ନାଥ ସଂସ୍କୃତି ଆମ ଜୀବନ ପ୍ରଣାଳୀ ସହ ଓତଃପ୍ରୋତ ଭାବେ ଜଡ଼ିତ। ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକ ବିଜୟ କୁମାର ସାହୁ ଭାରତ ବନ୍ଦ ଶୀର୍ଷକ ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟରେ କବି ବିଜୟିନି ଜେନା ଓ ଉର୍ବଶୀ ଦାଶଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସଞ୍ଜୁକ୍ତା ଦାଶ, ବଳରାମ ଦାଶ,ସୁମିତା ସ୍ବାଇଁ, ସୁଭାଷିନୀ ସାହୁ, ନୃସିଂହ ବିଶ୍ୱାଳ,ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ମଞ୍ଜୁଳା କୁମାରୀ ରଥ, ବ୍ରଜେନ୍ଦ୍ର ଦାଶ, କିଶୋରୀ ମୋହନ କର, ବିଜୟିନୀ ଜେନା, ଉର୍ବଶୀ ଦାସ,ଗାୟତ୍ରୀ ସେଠି ପ୍ରମୁଖ କବିତା ପାଠ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବିଭୁଦତ୍ତ ବେହେରା, କୈାଶଲ୍ୟା ମହାରଣା, ଗୀତାଞ୍ଜଳି ମହାରଣା, କବିତା ଦାଶ,ସମ୍ରିଧୀ ମହାରଣା, ପ୍ରିୟା ପାତ୍ର,ଶରତ ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ଶର୍ମିଷ୍ଠା କଵି ଶତପଥୀ, ବ୍ରଜେନ୍ଦ୍ର ଦାଶ,ଶୁକଦେବ ସାହୁ, ନିରୁପମା ଚାନ୍ଦ, ସ୍ବର୍ଣ୍ଣଲତା ଘଡେଇ, ପୁତୁଲ ଡଗରା, ରବିନ୍ଦ୍ର ଠାକୁର, ପ୍ରବୀର କୁମାର ଦୁବେ, କମଳାକାନ୍ତ ମହାନ୍ତି, ସୁବାସ ମହାପାତ୍ର, ରାଜଲକ୍ଷ୍ମୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ ର ବାର୍ଷିକ ଉତ୍ସବ

Sunil Chandra Nayak

ମୋହନଗିରୀ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ଖଡ଼ିଆଳ ବିଦ୍ୟା ମନ୍ଦିର ରାକ୍ଷୀ ପୂର୍ଣ୍ଣିମା

masiha

Leave a Comment

error: Content is protected !!