ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସେକ୍ଟର-୨ ଲକ୍ଷ୍ମୀ ମଣ୍ଡପରେ ମହାସମାରୋହରେ ପାଳନ ହେଲା ହିନ୍ଦୁ ନବବର୍ଷ-୨୦୨୫

ରାଉରକେଲା ସେକ୍ଟର-୨ ଲକ୍ଷ୍ମୀ ମଣ୍ଡପରେ ମହାସମାରୋହରେ ପାଳନ ହେଲା ହିନ୍ଦୁ ନବବର୍ଷ-୨୦୨୫

ରାଉରକେଲା: ହିନ୍ଦୁ ନବବର୍ଷ ଆୟୋଜନ ସମିତି ସେକ୍ଟର-୨ ପକ୍ଷରୁ ରବିବାର ଲକ୍ଷ୍ମୀ ପୂଜା ମଣ୍ଡପରେ ସୃଷ୍ଟି ଅୟମାରମ୍ଭ ଦିବସ ତଥା ହିନ୍ଦୁ ନବବର୍ଷ-୨୦୨୫ ମହାସାମାରୋହରେ ପାଳିତ ହୋଇଯାଇଛି। ଏନେଇ ସ୍ଥାନୀୟ ଗାୟତ୍ରୀ ପରିବାର ପକ୍ଷରୁ ଭଗବତ ପ୍ରେମୀଙ୍କୁ ୫ଶହ ଖଣ୍ଡ ଶ୍ରୀମଦ ଭଗବତ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସିଆଇଏସଏଫର ସିନିୟର କମାଣ୍ଡାଣ୍ଟ ଅଶୋକ ଜାଲୱନିଆ ଯୋଗଦାନ ଦେଇ ସଂଘ ଭାରତବର୍ଷର ମହାନ ପରମ୍ପରା ଓ ଗୌରବଶାଳୀ ଇତିହାସ ଉପରେ ଆଲୋକପାତ କରି ରାଷ୍ଟ୍ରୀୟ ସାଭିମାନକୁ ଅକ୍ଷୁର୍ଣ ରଖିବା ନିମନ୍ତେ ଅନୁରୋଧ କରିଥିଲେ।।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ ଭାବେ ଭାଗବତ ସଂସ୍ଥାପନ ସମିତି,ଓଡିଆର ଶ୍ରୀମଦ ବାୟାବାବା ଏବଂ ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସୟଂ ସେବକ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପାତ୍ର ଯୋଗ ଦେଇ ହିନ୍ଦୁ ନବବର୍ଷ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଏନେଇ ଗୋମାତା ସେବାରେ ସମର୍ପିତ ତଥା ସମାଜସେବାରେ ନିୟୋଜିତ ବିଶିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରା ଯାଇଥିଲା। କାର୍ଯ୍ୟକ୍ରମରେ ରାଉରକେଲା ରଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି ସଭାପତି ଯୋଗେନ୍ଦ୍ର ବେହୁରା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସମାଜପତି ରାୟ କାର୍ଯକ୍ରମ ସଂଯୋଜନା କରିଥିଲେ । ଏଥିସହ କାର୍ଯ୍ୟକ୍ରମର କୁନି କୁନି ଛାତ୍ରୀଛାତ୍ରଙ୍କର ଦ୍ଵାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ପରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା। ସମିତିର ସଭାପତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ରାଷ୍ଟ୍ରୀୟ ନବବର୍ଷର ବୈଶିଷ୍ଟ୍ୟତା ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ସମାଜପତି ରାୟଙ୍କ ସମେତ ହରେକୃଷ୍ଣ ମାଝୀ ସତ୍ୟ ନାରାୟଣ ଦାସ,ପ୍ରଭାତ ପ୍ରଧାନ,ରଘୁନାଥ ଦାସ,ସୁଦର୍ଶନ ମହନ୍ତ,ତିଲିପ ରାଉତ, ବନବିହାରୀ ଜେନା,ଚନ୍ଦ୍ରଭାନୁ ମୁଣ୍ଡା,ଅନୀଳ ଚୌଧୁରୀ ପ୍ରମୁଖ ବିଶେଷ ସହଯୋଗୀତା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂତନ ଥାନା ନିର୍ମାଣ ପାଇଁ ଦାବି 

masiha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!