ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଥମ ଏକ ଦିବସୀୟ ନୀନା ପଟ୍ଟନାୟକ ଓ କିଶୋର ଦାସ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା 

ପ୍ରଥମ ଏକ ଦିବସୀୟ ନୀନା ପଟ୍ଟନାୟକ ଓ କିଶୋର ଦାସ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା 

ରାଉରକେଲା: ସେକ୍ଟର ୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍ ଠାରେ ମା ସମଲେଶ୍ଵରୀ ୟୁଥ୍ କ୍ଳବ୍ ଆନୁକୁଲ୍ୟ ରେ ସ୍ବର୍ଗତ ଜାତୀୟ ଫୁଟବଲ୍ ଖେଳାଳି ନିନା ପଟ୍ଟନାୟକ ଓ କିଶୋର ଦାସଙ୍କ ଉଦ୍ଦେଶ୍ୟ ରେ ପ୍ରଥମ ବାର୍ଷିକ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହା ରାଉରକେଲାର ପ୍ରତିଷ୍ଠିତ ଆଠ ଗୋଟି ଦଳ କୁ ନେଇ ଆୟୋଜନ କରା ଯାଇ ଥିଲା , ଯଥା ଷ୍ଟିଲ ସିଟି ଫୁଟବଲ୍ କ୍ଲବ୍, ରାଉରକେଲା ମାଞ୍ଜି ପଟେଲ ବ୍ରଦର୍, ୟୁନାଇଟେଡ ସପୋର୍ଟ କ୍ଲବ୍ ଜଲଦା, ବଂପୋଷ ଫୁଟବଲ୍ କ୍ଲବ୍, ଆଶିଷ ବ୍ରୋଦର୍, ଇସ୍ପାତ ସ୍ପୋର୍ଟସ କ୍ଲବ୍ ଓ ଟିଚର୍ସ କଲୋନୀ ହମିରପୁର ମଧ୍ୟ ରେ ଖେଳ ଗୁଡିକ ଅନୁଷ୍ଠିତ ହୋଇ ଥିଲା। ଉଦଘାଟନ ମ୍ୟାଚ୍ ରେ ପୁରାତନ ଫୁଟବଲ୍ ଖେଳାଳି ବିଭୂତି ଭୂଷଣ ମହାନ୍ତି ମୁଖ୍ୟ ଅତିଥି ଯୋଗ ଦେଇ ଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ରକ୍ଷିତ୍ ମୋହନ ଦାସ ସମେତ ଆନ୍ତର୍ଜାତିକ ମହିଳା ଖେଳାଳି ଆଶ୍ରିତା କିସାନ, କୁନ୍ତୀ ଲାକ୍ରା, ଜାତୀୟ ଖେଳାଳି ଜୟନ୍ତ ମହାରଣା, ହିମାଦ୍ରି ବରୁଆ ଉପସ୍ଥିତ ଥିଲେ। ଖେଳ ଆରମ୍ଭ ରେ ସ୍ବର୍ଗତ ଖେଳାଳି ଦ୍ବୟ ଙ୍କ ଉଦ୍ଦେଶ୍ୟ ରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା। ଶେଷ ରେ ଟିଚର୍ସ କଲୋନୀ ୧-୦ ଗୋଲ ବ୍ୟବଧାନ ରେ ୟୁନାଇଟେଡ ସପୋର୍ଟ କ୍ଲବ୍ ଜଲଦା କୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଫାଇନାଲ ଖେଳ ରେ ଜାତୀୟ ରେଫରୀ ଭାସ୍କର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମନୋଜ ସାମନ୍ତ, ସନ୍ତୋଷ ସ୍ୱାଇଁ, ଆନନ୍ଦ ବେହେରା, ଆସୋସିଏସନ୍ ର ସଭାପତି ବିଜୟ କିଶାନ, ଉପସଭାପତି ଜସ୍ମିନ ମାଝୀ, ସମ୍ପାଦକ ଜନ୍ମ ଖେଶ୍ ଓ ଉପଦେଷ୍ଠା ମଣ୍ଡଳୀର ସଦସ୍ୟ କେଶବ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଗଣ ବାଜା ବଜାଇ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ମଞ୍ଚ କୁ ପାଛୋଟି ନେଇଥିଲେ। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ସମ୍ମାନିତ ଅତିଥି ବିଜେତା ଦଳ କୁ ଟ୍ରଫି ସହ ୧୫ ହଜାର ଓ ଉପ ବିଜେତା ଦଳ କୁ ଟ୍ରଫି ସହ ୧୦ ହଜାର ନଗଦ ଅର୍ଥ ପ୍ରଦାନ କରାଯାଇଥିଲା। ସମସ୍ତ ଖେଳ ଗୁଡିକୁ ଭାନୁ ବାଉରି, ରାଜେଶ ଭାଇଁସା, ସାମୁ ହାଁସଦା, ଠାକୁରା ମୁର୍ମୁ, ସୁଶାନ୍ତ ଧର୍ତ୍ତି, ହେମନ୍ତ ହାଁସଦା ପରିଚାଳନା କରିଥିବା ବେଳେ ଆସୋସିଏସନ୍ ର କୂଷା ବିଭାର, ସୁଜିତ୍ କିଷାନ, ରାଜେଶ କିସାନ୍, ପ୍ରେମ କିଷାନ୍ ଉପସ୍ଥିତ ରହି ପ୍ରତିଯୋଗିତା କୁ ସଫଳ କରିଥିଲେ। ଶେଷ ରେ ବୁଦ୍ଧୁ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡା ଠାରେ ଦ୍ଵି ଦିବସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

ନଳିନୀକାନ୍ତ ମହାନ୍ତି ସ୍ମୃତି କ୍ରିକେଟ ପ୍ରତିଯୋଗିତା : ବାଲାବା, କେନ୍ଦ୍ରାପଡ଼ା ବିଜୟୀ

masiha

Leave a Comment

error: Content is protected !!