ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

ରାଉରକେଲା: ୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଜଲଦା ତରଫରୁ ଜଲଦା ସି ବ୍ଲକ ପଡ଼ିଆ ଠାରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଏଥିରେ ଜିଲ୍ଲାର ୧୬ଟି ଟିମ୍ ଅଂଶଗ୍ରହଣ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ସେକ୍ଟର ୧୯ ଏଲଆଇସି କାର୍ଯ୍ୟାଳୟର ବରିଷ୍ଠ ପ୍ରବନ୍ଧକ ସଞ୍ଜୟ କୁମାର ରାଉତ ଓ ସହାୟକ ପ୍ରବନ୍ଧକ ନାରାୟଣ ସେଠୀ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଆୟୋଜନ କମିଟିର ସଭାପତି ଚିତ୍ତରଞ୍ଜନ ଭୂମିଜ, ସଂପାଦକ ସୁନିଲ ଭଞ୍ଜ ଓ କୋଷାଧ୍ୟକ୍ଷ ଶଙ୍କର ରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଦଳକୁ ଏକ ଲକ୍ଷ ନଗଦ ଅର୍ଥ ସହ ଟ୍ରଫି, ରନର୍ସ ଅପ୍ ଦଳକୁ ୭୦ ହଜାର ନଗଦ ଅର୍ଥ ସହ ଟ୍ରଫି ତଥା ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୧୫ହଜାର ନଗଦ ଅର୍ଥ ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ଫରୱାର୍ଡ, ଶ୍ରେଷ୍ଠ ଗୋଲ କିପର, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଙ୍କୁ ପୁରସ୍କୃତ କରାଯିବ। ଫାଇନାଲ ଖେଳ ପୂର୍ବରୁ ମହିଳା ଫୁଟବଲ୍ ଖେଳାଳୀ ଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳିଛି। ଆଜିର ଏହି ମ୍ୟାଚ୍ କୁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଦର୍ଶକ ଉପଭୋଗ କରିଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ଉପଦେଷ୍ଟା ପିତାମ୍ବର ଭୁମିଜ, ବୁଦ୍ଦୁରାମ ଖାଡିଆ, ଘନଶ୍ୟାମ କାୟସ୍ଥ, ସୁକଦେବ ପୁରାନ, ମନବୋଧ ଭୁମିଜ,ଦିସମ୍ବର ପଶାୟତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଇତିହାସରେ ପ୍ରଥମ ଥର ପାଇଁ ହକି ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!