ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡ଼ିଶା କ୍ରିକେଟ କୋଚ୍ ଦ୍ଵାରା କୋଚିଂ କେମ୍ପ ଆରମ୍ଭ

ଓଡ଼ିଶା କ୍ରିକେଟ କୋଚ୍ ଦ୍ଵାରା କୋଚିଂ କେମ୍ପ ଆରମ୍ଭ 

ନବରଙ୍ଗପୁର:(୨୭|୩)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଓଡିଶା କ୍ରିକେଟ ସଂଘ ଓ ନବରଙ୍ଗପୁର କ୍ରିକେଟ ସଂଘର ମିଳିତ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର କ୍ରିକେଟ ଖେଳାଳିଙ୍କ ପାଇଁ ଏକ ତିନିଦିନିଆ କୋଚିଂ କେମ୍ପ୍ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ କୋଚିଂ କେମ୍ପ ର ଶୁଭାରମ୍ଭ କରିଥିଲେ। ଏହି କୋଚିଂ କେମ୍ପ ଦ୍ଵାରା ନବରଙ୍ଗପୁର ଜିଲ୍ଲାର ସମସ୍ତ କ୍ରିକେଟ ଖେଳାଳୀ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ। କ୍ରୀଡାବିତ୍ ଏବଂ ଖେଳ ପ୍ରେମୀଙ୍କ ପାଇଁ ଏହା ଏକ ଖୁସି ଏବଂ ଗର୍ବର ବିଷୟ ବୋଲି ବରିଷ୍ଠ ଏବଂ ପ୍ରାକ୍ତନ କ୍ରୀଡାବିତ୍ ମାନେ ମତବ୍ୟକ୍ତ ପ୍ରକାଶ କରିଛନ୍ତି। ଏହି କୋଚିଂ କେମ୍ପରେ ଓଡିଶା କ୍ରିକେଟ ଏକାଡେମୀର ଟେକ୍ନିକାଲ ଡାଇରେକ୍ଟର ଶ୍ରୀ ଭି ଭେଙ୍କେଟ ରମଣ, କୋଚ ସୌରଭ ସେଗାଲ, କୋଚ ପ୍ରିତମଜିତ ଦାସ ଏବଂ ମେନେଜର ଅଭିଳାଷ ହରିଚନ୍ଦନ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ କ୍ରିକେଟ ସମ୍ଵନ୍ଧିତ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେଇଥିଲେ। ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ କେମ୍ପ ରେ ଜିଲ୍ଲାର କୋଣ ଅନୁକୋଣ ପ୍ରାୟ ୧୦୦ରୁ ଉର୍ଦ୍ଧ ଖେଳାଳି ମାନେ ଯୋଗ ଦେଇ ଥିଲେ। ସୂଚନା ଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଦିବା ୬ ଘଣ୍ଟା ୩୦ ମିନିଟ ରୁ ୯ ଘଣ୍ଟା ପୁଣି ଅପରାହ୍ନ ୪ ଘଣ୍ଟା ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଉକ୍ତ ଶିବିରରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ଉପସଭାପତି ଶୁଭେନ୍ଦୁ ବେହେରା, ସହ ସମ୍ପାଦକ ଏମ. ବାଲ କ୍ରିଷ୍ଣା ରାଓ, ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ଅଶୋକ ନାୟକ, ଶଶାଙ୍କ ବେହେରା, ନବରଙ୍ଗପୁର , ଜିଲ୍ଲା କ୍ରିକେଟ ସଂଘର ଲମ୍ବୋଦର ସୈରା, ଦୁର୍ଯ୍ୟ ହରିଜନ, ମହିଳା କ୍ରିକେଟ ଦଳର ଅଜିତା ଦାସ , ବିକ୍ରମ ଦାସ ପ୍ରମୁଖ ଏହି କୋଚିଂ କେମ୍ପରେ ଉପସ୍ଥିତ ରହି ସହଯୋଗ କରୁଛନ୍ତି । ଦୁଇ ଦିନ ପ୍ରଶିକ୍ଷଣ ପରେ ଖେଳାଳିଙ୍କ ମଧ୍ୟରେ ଦକ୍ଷତା ପ୍ରମାଣ ନିମନ୍ତେ କ୍ରିକେଟ ମ୍ୟାଚ୍ କରାଯିବ ବୋଲି ଜିଲ୍ଲା କ୍ରିକେଟ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୮୦ ତମ ସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ 

Sunil Chandra Nayak

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

Sunil Chandra Nayak

India Emerges Victorious in Bilateral ODI Deaf Cricket Series against Sri Lanka.

masiha

Leave a Comment

error: Content is protected !!