ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା 

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା 

ନବରଙ୍ଗପୁର:( ତା ୨୭.୩.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଏବଂ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ସୁଚନା ଅଧିକାର ଆଇନ -୨୦୦୫ ଉପରେ ସମ୍ୟକ୍ ଧାରଣା ଦେଇଥିଲେ। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ୱଜିତ୍ ବର୍ମନ୍ ଏବଂ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ ଯୋଗ ଦେଇ ଉପସ୍ଥିତ ସମସ୍ତ ଜନ ସୂଚନା ଅଧିକାରୀ ଙ୍କୁ ପ୍ରଶିକ୍ଷଣ ଶିବିରରେ ସୁଚନା ଅଧିକାର ଆଇନ ଉପରେ ବିଶେଷ ଜ୍ଞାନ ଆହରଣ କରିବା ସହ ପୋର୍ଟାଲ ରେ ଆବଶ୍ୟକ ଅପଲୋଡ କରିବାକୁ କହିଥିଲେ। ସୂଚନା ଅଧିକାର ଆଇନ- ୨୦୦୫ ବଳରେ ଜନ ସାଧାରଣ ଙ୍କ ଦ୍ଵାରା ଆଗତ ଆବେଦନକୁ ଗ୍ରହଣ,ତଥ୍ୟ ପ୍ରଦାନ,ସମୟ ସୀମା ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ମନୋନୀତ ମାଷ୍ଟର ଟ୍ରେନର ରଶ୍ମୀ ରଞ୍ଜନ ରାଉତ ସମସ୍ତ ଏଫ୍ ଏ ଏ ଏବଂ ପି ଆଇ ଓ ମାନଙ୍କୁ ସୁଚନା ଅଧିକାର ଆଇନ ଉପରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ମାର୍ଚ୍ଚ ୩୧ ,୨୦୨୫ ସୁଦ୍ଧା ଯେଭଳି ସମସ୍ତ କାର୍ଯ୍ୟାଳୟରେ ଅନଲାଇନ୍ ପୋର୍ଟାଲ ରେ ୧୭ ଟି ମାନୁଆଲରେ ସ୍ଵେଚ୍ଛାକୃତ ସୁଚନା,୪ (୧)( ଖ)ର ଅଧିନିୟମ ଓଡ଼ିଆ ଏବଂ ଇଂରାଜି ଭାଷା ରେ ଉପଲବ୍ଧ ହେବ ତା ଉପରେ ବିଶେଷ ଗୁରୁତ୍ବ ଦେଇ ତାଲିମ ପ୍ରଦାନ କରିଥିଲେ।ମାଷ୍ଟର ଟ୍ରେନର ସୁଚନା ଅଧିକାର ଆଇନ, ସ୍ଵେଚ୍ଛାକୃତ ସୁଚନା, ନାଗରିକର ସୂଚନା ଅଧିକାର,ସମୟ ସୀମା, ଆର୍ ଟି ଆଇ -ସି ଏମ ଏମ, ରେଜିଷ୍ଟର ,ସୂଚନା ପ୍ରଦାନ ଫିସ୍ ଉପରେ ବିଶେଷ ପ୍ରଶିକ୍ଷଣ ଦେଇଥିଲେ। ପି ଆଇ ଓ ମାନେ ସୁଚନା ଅଧିକାର ଆଇନ ଉପରେ ନିଜ ନିଜର ସନ୍ଦେହ ପ୍ରଶ୍ନ ପଚାରି ବୁଝି ଥିଲେ।କର୍ମଶାଳାରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ ଙ୍କ ସହ ସମସ୍ତ ମୁଖ୍ୟ ବିଭାଗୀୟ କାର୍ଯ୍ୟଳୟ, ବ୍ଲକ୍ ,ତହସିଲ,ଆଇ ସି ଡି ଏସ , ବି ଇ ଓ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ୍ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

masiha

ରାୟଗଡାରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!