ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଧାନ ମଣ୍ଡି ରେ ଧାନ କିଣା ନୋହିଲା:ମିଲର୍ସ ମାନେ ଏଫ୍ ଏ କ୍ୟୁ ଧାନ ନେବାକୁ ଚାହିଁଲେ 

ଡାବୁଗାଁ ଧାନ ମଣ୍ଡି ରେ ଧାନ କିଣା ନୋହିଲା:ମିଲର୍ସ ମାନେ ଏଫ୍ ଏ କ୍ୟୁ ଧାନ ନେବାକୁ ଚାହିଁଲେ 

ନବରଙ୍ଗପୁର:(୧୭|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଡାବୁଗାଁ ଧାନ ମଣ୍ଡି ଥିବାରୁ ବହୁ ସଂଖ୍ୟାରେ ଚାଷୀ ନିଜ ନିଜର ଧାନ ବିକ୍ରି କରିବା ପାଇଁ ଆଣିଥିଲେ lକିନ୍ତୁ ଧାନ କିଣା ହୋଇପାରି ନ ଥିଲା lଡାବୁଗାଁ ଲ୍ୟାମ୍ପ ଏମ୍ ଡି, ବଜାର ପରିଦର୍ଶକ ରହିଥିବା ବେଳେ ମିଲର୍ସ ମଧ୍ୟ ଉପସ୍ଥିତ ଥିଲେ l ଆସିଥିବା ଧାନ ଗୁଡିକ ଏଫ୍ ଏ କ୍ୟୁ ମାନର ଧାନ ନ ଥିବାରୁ ମିଲର୍ସ ମାନେ ଧାନ ନେବାକୁ ରାଜି ହୋଇ ନ ଥିଲେ l ଏଣୁ ଧାନ ମଣ୍ଡି ରୁ କିଛି ଗୋଦାମ ଘରେ ରହିଥିଲା ଓ ଅନ୍ୟ ଚାଷୀ ମାନେ ଆଣିଥିବା ଧାନ କୁ ନିଜ ଘରକୁ ଫେରାଇ ନେଇଥିଲେ। ଏଫ୍ ଏ କ୍ୟୁ ଧାନ ନ ହୋଇ ଥିବାରୁ ଚାଷୀ ତିନି କେଜି କାଟିବା ପାଇଁ ରାଜି ହୋଇ ଥିବା ବେଳେ ମିଲର୍ସ ମାନେ ରାଜି ହୋଇ ନ ଥିଲେ l ଏଣୁ ସମାଧାନ ଚାଷୀ ଓ ମିଲର୍ସ ମାନଙ୍କ ମଧ୍ୟରେ ହୋଇ ପାରି ନ ଥିଲା l ଆଜି ମଧ୍ୟ ବଜାର ନିୟନ୍ତ୍ରିତ ବିଭାଗ ଦ୍ଵାରା ମଣ୍ଡି ରେ ଧାନ ର ମାନ ନିର୍ଦ୍ଧାରଣ କରିବା ପାଇଁ କୌଣସି ଯନ୍ତ୍ରପାତି ରଖା ଯାଇ ନ ଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ଆସନ୍ତା କାଲି କୁ ଏ ବିଷୟରେ ବାଟ ବାହାରିବ ବୋଲି ଆନୁମାନ କରାଯାଉଛି l

( ମ ନି ସ )

Related posts

ମନ୍ଦିର ପ୍ରତିଷ୍ଠାତା ଙ୍କ ବିୟୋଗ

Sunil Chandra Nayak

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

masiha

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

masiha

Leave a Comment

error: Content is protected !!