ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଧାନ ମଣ୍ଡି ରେ ଧାନ କିଣା ନୋହିଲା:ମିଲର୍ସ ମାନେ ଏଫ୍ ଏ କ୍ୟୁ ଧାନ ନେବାକୁ ଚାହିଁଲେ 

ଡାବୁଗାଁ ଧାନ ମଣ୍ଡି ରେ ଧାନ କିଣା ନୋହିଲା:ମିଲର୍ସ ମାନେ ଏଫ୍ ଏ କ୍ୟୁ ଧାନ ନେବାକୁ ଚାହିଁଲେ 

ନବରଙ୍ଗପୁର:(୧୭|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଡାବୁଗାଁ ଧାନ ମଣ୍ଡି ଥିବାରୁ ବହୁ ସଂଖ୍ୟାରେ ଚାଷୀ ନିଜ ନିଜର ଧାନ ବିକ୍ରି କରିବା ପାଇଁ ଆଣିଥିଲେ lକିନ୍ତୁ ଧାନ କିଣା ହୋଇପାରି ନ ଥିଲା lଡାବୁଗାଁ ଲ୍ୟାମ୍ପ ଏମ୍ ଡି, ବଜାର ପରିଦର୍ଶକ ରହିଥିବା ବେଳେ ମିଲର୍ସ ମଧ୍ୟ ଉପସ୍ଥିତ ଥିଲେ l ଆସିଥିବା ଧାନ ଗୁଡିକ ଏଫ୍ ଏ କ୍ୟୁ ମାନର ଧାନ ନ ଥିବାରୁ ମିଲର୍ସ ମାନେ ଧାନ ନେବାକୁ ରାଜି ହୋଇ ନ ଥିଲେ l ଏଣୁ ଧାନ ମଣ୍ଡି ରୁ କିଛି ଗୋଦାମ ଘରେ ରହିଥିଲା ଓ ଅନ୍ୟ ଚାଷୀ ମାନେ ଆଣିଥିବା ଧାନ କୁ ନିଜ ଘରକୁ ଫେରାଇ ନେଇଥିଲେ। ଏଫ୍ ଏ କ୍ୟୁ ଧାନ ନ ହୋଇ ଥିବାରୁ ଚାଷୀ ତିନି କେଜି କାଟିବା ପାଇଁ ରାଜି ହୋଇ ଥିବା ବେଳେ ମିଲର୍ସ ମାନେ ରାଜି ହୋଇ ନ ଥିଲେ l ଏଣୁ ସମାଧାନ ଚାଷୀ ଓ ମିଲର୍ସ ମାନଙ୍କ ମଧ୍ୟରେ ହୋଇ ପାରି ନ ଥିଲା l ଆଜି ମଧ୍ୟ ବଜାର ନିୟନ୍ତ୍ରିତ ବିଭାଗ ଦ୍ଵାରା ମଣ୍ଡି ରେ ଧାନ ର ମାନ ନିର୍ଦ୍ଧାରଣ କରିବା ପାଇଁ କୌଣସି ଯନ୍ତ୍ରପାତି ରଖା ଯାଇ ନ ଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ଆସନ୍ତା କାଲି କୁ ଏ ବିଷୟରେ ବାଟ ବାହାରିବ ବୋଲି ଆନୁମାନ କରାଯାଉଛି l

( ମ ନି ସ )

Related posts

ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଚିନାସାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ର ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

ସ୍ଵେଚ୍ଛାସେବୀଙ୍କ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ

masiha

ଦୁର୍ଗମ ଅଂଚଳ ମାଣିକପୁର ପଞ୍ଚାୟତରେ ବିକାଶ ରଥ ଗଡିଲା

masiha

Leave a Comment

error: Content is protected !!