ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ଗଞ୍ଜେଇ ଜବତ, ୦୨ ଗିରଫ 

ବିପୁଳ ପରିମାଣର ଗଞ୍ଜେଇ ଜବତ, ୦୨ ଗିରଫ 

ରାଇରଙ୍ଗପୁର -୧୮/୧୨ // ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଏବଂ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଉଯୋଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୩.୮୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଉଯୋଡ଼ା ଗ୍ରାମର ମହେନ୍ଦ୍ର ବେହେରା ଓ କୌଶଲ୍ୟା ବେହେରା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୪୦,୦୦୦ /- ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ କନେଷ୍ଟବଳ ଦିଲ୍ଲୀପ ଜେନା, ବିପ୍ଳବ କୁମାର ମଲ୍ଲିକ, ତମନ ପରିଡ଼ା, ସଂଜୀବ ମହାପାତ୍ର, ପ୍ରିୟଙ୍କା ମହନ୍ତ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ କେସ ନଂ: ୧୩୭/୨୦୨୪-୨୫ ମୂଳେ ମାମଲା ରୁଜ୍ଜୁ କରାଯାଇଛି l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମୋଟର ପମ୍ପ ଚୋରି ଅଭିଯୁକ୍ତଙ୍କୁ ଧରିଲା ତେନ୍ତୁଳିଖୁଣ୍ଟି ପୋଲିସ

Sunil Chandra Nayak

୩୫ ବର୍ଷ ର ଶତ୍ରୁତା ନେଇ ବୃଦ୍ଧଙ୍କୁ ହତ୍ୟା ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ 

Sunil Chandra Nayak

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜା ର ଆତ୍ମସମର୍ପଣ

masiha

Leave a Comment

error: Content is protected !!