ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଣପୁରରେ ଆଶୁତୋଷ ହତ୍ୟା ମାମଲା : ଅଭିଯୁକ୍ତ କୁ ୨ ଦିନ ରିମାଣ୍ଡରେ ନେଲା ପୋଲିସ !!!

ବାଣପୁର:- ଗତ ୨୫ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଦୀକ୍ଷିତ ପଡା ଗ୍ରାମ ସନ୍ନିକଟ ଏକ ନିର୍ମାଣ ଧୀନ ଘର ପଛପଟ କୁହଁ ରୁ ତିନି ଦିନ ତଳେ ଅପହୃତ ହୋଇଥିବା ଗୋଦାବରୀଶ ମହାବିଦ୍ୟାଳୟ ରେ ପଢ଼ୁଥିବା ନାବାଳକ ଛାତ୍ର ଆଶୁତୋଷ ମହାପାତ୍ର ର ମୃତ ଦେହ କୁ ଉଦ୍ଧାର କରି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ର ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ କୁ ଗିରଫ କରି ବାଣପୁର ପୋଲିସ ୨୬ ତାରିଖ ଦିନ କୋର୍ଟ ଚାଲାଣ କରିଛି । ବାଣପୁର କଲେଜର ଯୁକ୍ତ ଦୁଇ ଛାତ୍ର ଆଶୁତୋଷ ମହାପାତ୍ରଙ୍କୁ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନା ଅପହରଣ ପରେ ତଣ୍ଟିଚିପି ହତ୍ୟା କରି କୂଅରେ ଫୋପାଡି ଦେଇଥିଲା ବୋଲି ସ୍ୱୀକାର କରି ସେ ହତ୍ୟା କାଣ୍ଡ ର କାରଣ ଦର୍ଶାଇ ବାକୁ ଯାଇ ପୋଲିସ କୁ କହିଛି ଯେ ଆଶୁତୋଷ ଏବଂ ସେ ବୟସ ର ତାରତମ୍ୟ ସତ୍ୱେ ସାଙ୍ଗ ଭଳି ଚଳୁଥିଲେ .କିନ୍ତୁ ଆଶୀର୍ବାଦ ର କୌଣସି ଏକ ଦୁର୍ବଳ ମୁହୂର୍ତ୍ତ ର ମୋବଇଲ ରେକର୍ଡ ଆଶୁତୋଷ ରଖି ଆଶୀର୍ବାଦ ଓରଫ କାହ୍ନା କୁ ବ୍ଲାକ ମେଲ କରି ଅନେକ ଥର ଟଙ୍କା ନେଉ ଥିଲା ତେଣୁ ତା ଠାରୁ ନିସ୍ତାର ପାଇବା ପାଇଁ ରାସ୍ତାରୁ ହଟାଇ ଦେଇଛି .ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଉଭୟଙ୍କ ଯୁବତୀମାନଙ୍କ ପ୍ରତି ଦୁର୍ବଳତା ରହୁଥିଲା। ଯାହାର ଫାଇଦା ନେଇ ଉକ୍ତ ଦିନ ଆଶୀର୍ବାଦ ଓରଫ କାହ୍ନା ଆଶୁତୋଷଙ୍କୁ ଉକ୍ତ ଘରକୁ ଡାକିଥିଲେ। ସେଠାରେ ଉଭୟ ମଦ୍ୟ ପାନ କରିଥିଲେ। ଆଶୁତୋଷଙ୍କୁ ନିଶା ହେବାପରେ ବ୍ଲାକମେଲ ରେ ଅତିଷ୍ଠ ହୋଇ ପ୍ରତିଶୋଧ ପରାୟଣ କାହ୍ନା ତା ବେକରେ ଦଉଡି ଦେଇ ମାରିଦେଇ ଆଶୁତୋଷ କୁ ଘର ପଛପଟେ ଥିବା କୁଅଁ ରେ ଫିଙ୍ଗି ଦେଇଥିଲା ଏବଂ ପ୍ରତିଶୋଧ ସ୍ୱରୂପ ତାର ଫୋନ ରୁ ବାପା ପ୍ରସନ୍ନ ଙ୍କୁ ଟଙ୍କା ପାଇଁ ମେସେଜ କରୁଥିଲା ତେବେ ଏହି ଘଟଣା ର ପରଦାଫାସ ବାଣପୁର ପୋଲିସ କରିଥିବା ବେଳେ ହତ୍ୟାକାଣ୍ଡ କୁ ନେଇ ବିଭିନ୍ନ ପ୍ରଶ୍ନ ବାଚୀ ସାଧାରଣ ରେ ସୃଷ୍ଟି ହେଉଛି .କୌଣସି ଲୋକ କୁ ଜଣେ ଘରେ ବାନ୍ଧି ଦୁଇଦିନ ରଖିବା ପରେ ଏକା ତାକୁ ଦଉଡି ବାନ୍ଧି ମାରିପାରିବକି ??ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହି ଥାଇ ପାରେ .କାହ୍ନା ର କେଉଁ ଦୁର୍ବଳ ମୁହୂର୍ତ୍ତ ର ପ୍ରମାଣ ଆଶୁତୋଷ ପାଖରେ ରହିଥିଲା ତାହାର ପ୍ରମାଣ ପୋଲିସ ପାଇଛି କି ? ନା ତାର କେବଳ ସ୍ବୀକାରୋକ୍ତି କୁ ପୋଲିସ ବିଶ୍ୱାସ କରିଛି ! ସାଧାରଣ ରେ ଆଲୋଚନା ହେଉଛି ଯେ ପୋଲିସ ଅଟକ ରଖିଥିବା ଅନ୍ୟ ଜଣେ ଯୁବକ ଯେକି ଏହି ଦୁଇ ଜଣଙ୍କ ଅତି ଅନ୍ତରଙ୍ଗ ତାକୁ କିପରି କ୍ଲିନ ଚିଟ ଦେଲା ? ଉକ୍ତ ଗ୍ରାମ ରେ ଥିବା ପୋଲିସ ଗ୍ରାମ ରଖି ଆଶୁତୋଷ କୁ ବନ୍ଧା ହୋଇଥିବା ର ଦେଖିଥିବା ଏବଂ ପାଣି ମାଗୁଥିବା ର ସ୍ୱୀକାର କରି ଥିବା ବେଳେ କେଉଁ କାରଣ ରୁ ଏ ସମ୍ପର୍କ ରେ ପୋଲିସ କୁ ଜଣାଇ ନଥିଲେ କି ଗ୍ରାମବାସୀ ଙ୍କ ସାହାଯ୍ୟ ଲୋଡି ନଥିଲେ ?ଅଭିଯୁକ୍ତ ଆଶୀର୍ବାଦ ଓରଫ କାହ୍ନା ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ରେକର୍ଡ ରହିଥିବା ବେଳେ ପୋଲିସ ସେ ସମ୍ପର୍କ ରେ କିପରି ଆଜ୍ଞା ରହିଛି ? ଘଟଣା ଘଟିବା ସ୍ଥାନ ର ମାତ୍ର ୫୦ ମିଟର ଦୂରରେ କିଛି ବର୍ଷ ତଳେ ଜଣେ ଯୁବତୀ ଙ୍କୁ ନିର୍ମମ ଭାବେ ହତ୍ୟା କରି ଫୋପାଡ଼ି ଦିଆ ଯାଇଥିଲା ପୋଲିସ ତାହାର ପରିଚୟ ଆଜି ସୁଦ୍ଧା ପାଇ ନାହିଁ କି ହତ୍ୟା କାଣ୍ଡ ର ଅଭିଯୁକ୍ତ ଙ୍କୁ ଗିରଫ କରିପାରିନଥିବା ବେଳେ ବର୍ତମାନ ହତ୍ୟା କାଣ୍ଡ ର ତାର ସେଠାକୁ ଲମ୍ବି ନାହିଁ କି ?ଏହାର ଉପଯୁକ୍ତ ତଦନ୍ତ ହେଲେ ବହୁ ଘଟଣା ର ପରଦା ଫାସ ହୋଇ ପାରିବ । .ଏ ସମ୍ପର୍କ ରେ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ଙ୍କୁ ପ୍ରଶ୍ନ କରିବାରେ ସେ କହିଛନ୍ତି ଅଭିଯୁକ୍ତ ର ମୋବଇଲ ଫୋନ କୁ ଖମାର ସାଇ ସ୍ଥିତ ନିଜ ଘର କୁଅଁ ରୁ ଉଦ୍ଧାର କରା ଯାଇଛି . ତଦନ୍ତ ର ଅଗ୍ରଗତି ପାଇଁ କାହ୍ନା କୁ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ କୋର୍ଟ ଦୁଇ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି .ଅଧିକ ପଚରା ଉଚରା ପରେ ସବିଶେଷ ତଥ୍ୟ ମିଳିବ.ଶେଷ ସୂଚନା ଅନୁଯାଇ ବାଲୁଗାଁ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ବାରିକ ଙ୍କ ସୂଚନା ଯେ ତଦନ୍ତ ପ୍ରାୟ ଶେଷ ହୋଇ ଯାଇଥିବରୁ ରିମାଣ୍ଡ ପୂର୍ବରୁ ଆସାମୀ କୁ କୋର୍ଟ କୁ ହସ୍ତାନ୍ତର କରାଯିବ ।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଜୟପାଟଣା:ଦିନ ଦ୍ବିପ୍ରହରରେ ଗୁଣ୍ଡାଗିରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟି ମକାଚାଷ ପାଇଁ ଟ୍ରାକ୍ଟର ଲଙ୍ଗଲ କରିବା ସମୟରେ , ବନପାଲଙ୍କ ଦ୍ଵାରା ଟ୍ରାକ୍ଟର ଜବତ

Sunil Chandra Nayak

ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ

masiha

Leave a Comment

error: Content is protected !!