ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ

ବାଲିଗୁଡା, ତା, ୦୬/୧୦: (ମନିସ): ଘରେ କେହି ନଥିବାର ସୁଯୋଗ ନେଇ ଝରକା ବାଟେ ପଶି ସୁନା ଅଳଙ୍କାର ଚୋରି। ଚୋରି କରିଥିବା ସୁନା ବିକ୍ରି କରି ସେହି ଟଙ୍କାରେ ଟ୍ରାକ୍ଟର କିଣିଥିବା ଅଭିଯୋଗରେ କୋଟଗଡ଼ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୨.୦୮୫ ଗ୍ରାମ ସୁନା, ନଗଦ ୨,୧୦୦ ଟଙ୍କା ଏବଂ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୩୦ ତାରିଖ ରାତିରେ ଶ୍ରୀରାମପୁର ଗ୍ରାମର ଲୁସିଆନ ବଡ଼ନାୟକ ଓ ତାଙ୍କ ପରିବାର ସଦସ୍ୟ ଘରେ ନଥିବା ସମୟରେ ଅଭିଯୁକ୍ତମାନେ ଝରକା ଦେଇ ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଆଲମାରୀ ଭାଙ୍ଗି ସେଥିରେ ଥିବା ସୁନା ଅଳଙ୍କାର ଚୋରି କରି ନେଇଥିଲେ।

ଚୋରି ହୋଇଥିବା ସୁନା ଅଳଙ୍କାରକୁ ବିକ୍ରି କରି ମିଳିଥିବା ଟଙ୍କାରେ ଅଭିଯୁକ୍ତ ମାନେ ଏକ ଟ୍ରାକ୍ଟର କିଣିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ କୋଟଗଡ଼ ଥାନା କେସ୍‌ ନଂ-୧୮୪, ତାରିଖ ୦୪.୧୦.୨୦୨୬ ରୁଜୁ କରାଯାଇ BNSର ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଶ୍ରୀରାମପୁର ନୂଆସାହିର ଲେଟ୍‌ ଚକ୍ରଧର ଉଠାଣସିଂହଙ୍କ ପୁଅ ଲିଟୁ ଉଠାଣସିଂହ, ଶ୍ରୀରାମପୁର ଓଡ଼ିଆସାହିର ନିରାକାର ବଡ଼କାନହରଙ୍କ ପୁଅ ପିତାବାସ ବଡ଼କାନହର ଏବଂ ମିଶନସାହି ଜୁବାଗୁଡ଼ାର କର୍ମ ବଡ଼ସେଠଙ୍କ ପୁଅ ପ୍ରେମାନନ୍ଦ ବଡ଼ସେଠ। ତିନିଜଣଙ୍କୁ ପୁଲିସ ଗିରଫ କରିବା ପରେ ଅଦାଲତକୁ ଚାଲାଣ କରିଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

Corruption Scandal Rocks Odisha’s Watershed Department

masiha

୮୦ କେଜି ଗଞ୍ଜେଇ ଜବତ , ଦୁଇ ଗିରଫ

Sunil Chandra Nayak

Leave a Comment

error: Content is protected !!