ଚୋରା କାଠ ବୋଝେଇ ପିକଅପ୍ ଜଵତ
ରାଇରଙ୍ଗପୁର ( ଅକ୍ଷୟ ବିଶ୍ବାଳ)- ତା ୨୬/୮ ; ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳ ଘଣ୍ଟିଆଦର ସାଳନ୍ଦୀ ନଦୀ ସେତୁ ନିକଟରୁ ବନ ବିଭାଗ ଦ୍ଵାରା ଏକ ଚଉକାଠ ବୋଝେଇ ପିକଅପ୍ ଜଵତ। କରଞ୍ଜିଆ ଡିଏଫଓ ଅଜୟ କୁମାର ସାହୁ ଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ବିଶେଷ ସୁତ୍ରରୁ ଖବର ପାଇ ଜରକ ଗ୍ରାମ ପଞ୍ଚାୟତ ଘଣ୍ଟିଆଦର ସାଳନ୍ଦୀ ନଦୀ ସେତୁ ନିକଟରେ ଛକି ରହିଥିଲେ। ମଙ୍ଗଳବାର ରାତି ପ୍ରାୟ ୧,୪୫ ମିନିଟ୍ ସମୟରେ ଏକ ପିକ୍ଅପ (ଓ ଆର ୦୨ଵିଟି୫୦୧୩) କୁ ଅଟକାଇ ତଲାସୀ କରିବାରୁ କାଠ ବୋଝେଇ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଚାଳକ ଦୌଡ଼ି ପଳାଇଥିଲା। ଵନବିଭାଗ କର୍ମଚାରୀ ପିକଅପ୍ କୁ ଜବତ କରି ଠାକୁରମୁଣ୍ଡା ଵନବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ। ପିକଅପ୍ ରେ ୭୮ ଖଣ୍ଡ ଶାଳ ଚଉକାଠ (୬୮.୪୬ ସିପ୍ଟି)ଲୋଡହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ ୮୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଵନବିଭାଗ ସୁଚନା ଦେଇଛନ୍ତି। ଏହି ଚଢ଼ାଉ କାର୍ଯ୍ୟକ୍ରମ ରେ ଵନପାଳ ବିଦ୍ୟାଧର ମହାନ୍ତ, ବିଶ୍ଵଜିତ ମହାନ୍ତ,ଵନରକ୍ଷୀ ମନୋଜ କୁମାର ବେହେରା,ତପନେଶ୍ଵର ପାଲ୍ ଏବଂ ସମସ୍ତ ଵନ କର୍ମଚାରୀମାନେ ସାମିଲ ହୋଇଥିଲେ।

