ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡ଼ି ରାଜ୍ୟ ସଂଖ୍ୟା ଲଘୁ ସେଲ୍ ସମ୍ପାଦକ ରୂପେ ଜଳେଶ୍ଵରର ବରିଷ୍ଠ ସାମ୍ବାଦିକ ସେକ ଅବଦୁଲ ରହିମ ନିଯୁକ୍ତ: ବିଭିନ୍ନ ନେତୃବୃନ୍ଦଙ୍କ ସମ୍ବର୍ଦ୍ଧନା

ବିଜେଡ଼ି ରାଜ୍ୟ ସଂଖ୍ୟା ଲଘୁ ସେଲ୍ ସମ୍ପାଦକ ରୂପେ ଜଳେଶ୍ଵରର ବରିଷ୍ଠ ସାମ୍ବାଦିକ ସେକ ଅବଦୁଲ ରହିମ ନିଯୁକ୍ତ: ବିଭିନ୍ନ ନେତୃବୃନ୍ଦଙ୍କ ସମ୍ବର୍ଦ୍ଧନା

ଜଳେଶ୍ଵର,୨୬/୮(ମନିସ)- ବିଜେଡ଼ି ରାଜ୍ୟ ସଂଖ୍ୟା ଲଘୁ ସେଲ୍ ସମ୍ପାଦକ ରୂପେ ଜଳେଶ୍ଵରର ବରିଷ୍ଠ ସାମ୍ବାଦିକ ସେକ ଅବଦୁଲ ରହିମ ନିଯୁକ୍ତ କରାଯାଇଥିବାରୁ ଉତ୍ତର ବାଲେଶ୍ୱର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।ଏହି ଅବସରରେ ବିଭିନ୍ନ ନେତୃବୃନ୍ଦଙ୍କ ପକ୍ଷରୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଜଳେଶ୍ଵର ନଗରପାଳ ପ୍ରତୀପ କୁମାର ପ୍ରଧାନ,ନଗର ବିଜେଡ଼ି ସଭାପତି ସୁରଜିତ ଘୋଷ, ନଗର ଯୁବ ବିଜେଡ଼ି ସଭାପତି ଆନନ୍ଦ କର,ନଗର ଛାତ୍ର ବିଜେଡି ସଭାପତି ସୁରଜ ଚୌରାସିଆ, କାଉନସିଲର ସେକ ସାଇଫୁଦ୍ଦିନ, ଚିତ୍ତ ରଞ୍ଜନ ମହାନ୍ତି,ସତ୍ୟବତୀ ଗିରି ଓ ପୂର୍ବତନ କାଉନସିଲର ବିଜୟ କୁମାର କାମିଲା,ଶେକ୍ ସତ୍ତାର, କୌସର୍ ମହମ୍ମଦ ପ୍ରମୁଖ ଏହି ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ।ଏହି ନୂତନ ନିଯୁକ୍ତି ପାଇଁ ସେକ ଅବଦୁଲ ରହିମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ,ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୌତମ ବୁଦ୍ଧ ଦାସ ,ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର,ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ,ନାରୀ ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର,ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ରାଜ୍ୟ ସଂଖ୍ୟା ଲଘୁ ସେଲ୍ ସଭାପତି ସେକ୍ ନିଜାମୁଦ୍ଦିନ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଅପରପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ସେକ ଅବଦୁଲ ରହିମଙ୍କୁ ମଧ୍ୟ ବାଲେଶ୍ୱର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରୂପେ ନିଯୁକ୍ତ କରାଯାଇଛି ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

masiha

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ

Leave a Comment

error: Content is protected !!