ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗାଁ ଲୋକେ ଚୋରଙ୍କୁ କାବୁ କରି ବାଇକ,୨ ଟି ଛୁରୀ ଓ ସୁତୁଲି ଦୌଡ଼ି ଜବତ କରି ପୋଲିସକୁ ହସ୍ତାନ୍ତର 

ଗାଁ ଲୋକେ ଚୋରଙ୍କୁ କାବୁ କରି ବାଇକ,୨ ଟି ଛୁରୀ ଓ ସୁତୁଲି ଦୌଡ଼ି ଜବତ କରି ପୋଲିସକୁ ହସ୍ତାନ୍ତର 

ବନ୍ଧୁଗାଁ ତା ୨୦/୮/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ବିଭିନ୍ନ ଗାଁ ଗହଳିରେ ଆଜକୁ ପ୍ରାୟ ୨ ବର୍ଷ ହେଉଛି ଚୋର ମାନେ ଛେଳି ମେଣ୍ଢାଙ୍କୁ ଚୋରି କରିବା ସହିତ କିଛି ଦୋକାନ ଗୁଡିକରୁ ଚୋରି କରିବା ଅଭିଯୋଗ ଶୁଣିବାକୁ ମିଳୁଥିଲା । ଅଧିକାଂଶ ସମୟ ଏହି ଗୃହପାଳିତ ପଶୁ ମାନେ ଜଙ୍ଗଲରେ ହିଁ ରହନ୍ତି। ଏହାର ସୁଯୋଗ ନେଇ ଆଜକୁ ଦୁଇ ବର୍ଷ ହେଉଛି ଚୋର ମାନେ କେତେ ବେଳେ ଅଟ ଓ ବାଇକରେ ବଣ ପାହାଡ କିମ୍ବା ସୁନସାନ ଥିବା ଖୋଲା ରାସ୍ତା ଠାରୁ ଛେଳି, ମେଣ୍ଢା ଙ୍କୁ ଉଠାଇ ନେ଼ଇ ଯାଇଛନ୍ତି । ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ଗାଁରୁ ଶହ ଶହ ଛେଳି ମେଣ୍ଢା ଚୋରି ହୋଇଥିବା ଜାଣିବାକୁ ମିଳିଛି ।  ରବିବାର ଦିନ ରାତ୍ରରେ ବନ୍ଧୁଗାଁ ବ୍ଲକର ସଦର ପଞ୍ଚାୟତ ତୁରୁକୁପେଟା, ବଡ଼ସରପଲ୍ଲୀ ପଞ୍ଚାୟତର ବଡ଼ସରପଲ୍ଲୀ ରୁ କାନାଗାଁ ମଝିରେ ଓ ନିଲାବାଡି ପଞ୍ଚାୟତର ସବଡମ ଗାଁରେ କିଛି ଚୋର କିମ୍ବା ଖଳ ପ୍ରକୃତି ଲୋକ ଉନକ୍ତ କାଣ୍ଡ ଘୋଟାଇଛନ୍ତି । ସନ୍ଧ୍ୟା ୬ ରୁ ୭ଘଣ୍ଟା ମଧ୍ୟରେ ବଡ଼ସରପଲ୍ଲୀ ପଞ୍ଚାୟତର ସମିତି ସଭ୍ୟ ସିନାଜି ପିଡ଼ିକା ବହୁତ ମାଡ ମାରି ରକ୍ତାତ କରିଥିଲେ । ତୁରୁକୁପେଟା ଗ୍ରାମରେ ଥିବା କୁମୁଟି ସାହୁକାର ବି ନାଗେଶ ଙ୍କୁ ଲିମନ ତେଲ ବିକ୍ରୀ କରିବାକୁ ଘରେ ଯାଇ ରାତ୍ର ୧୧ ଘଣ୍ଟା ସମୟରେ ଚୋର ମାନେ ସାହୁକାରଙ୍କୁ ଦୁଇ ହାତ ଜାବୁଡ଼ି ଧରି ମୁଁହରେ କପଡା ବାନ୍ଧୁ ଥିବା ବେଳେ ପାଟି କରିବାରୁ ଚୋର ମାନେ ଦୌଡ଼ି ପଳେଇ ଯାଇଥିଲେ । କିନ୍ତୁ ରାତ୍ର  ୧୨ରୁ ୧ ଘଣ୍ଟା ମଧ୍ୟରେ କିଛି ଚୋର ଦୁଇଟି ବାଇକରେ  ନିଲାବାଡି ପଞ୍ଚାୟତ ସବଡମ ଗାଁରେ ପଶି ଥିଲେ । କିଛି କିଛି ଦୁରତାରେ ବାଇକ ୨ ଟି ରଖି ଭିତରକୁ ଆସିଥିଲେ । ଏହି ସମୟରେ ଗାଁର କୁକୁର ଭୁକିବାରୁ ଗାଁର ମାଳତୀ ହୁଇକା ବାହାରକୁ ବାହାରି ଥିଲେ । ଚୋର ମାନେ ମାଳତୀ ହୁଇକା ଙ୍କୁ ଦେଖି ଦୌଡ଼ି ଯାଇ ଗାଁ ପଛ ପଟେ ଲୁଚି ରହି ଥିବା ବେଳେ ମାଳତୀ ହୁଇକା ପୁର୍ନବାର ଟର୍ଚ୍ଚ ମାରିବା ପରେ ଚୋର ମାନେ ମାଣ୍ଡିଆ ଜମି ଦେଇ ଚାଲି ଯାଇ ଗୋଟିଏ ବାଇକ ଛାଡି ବାଟରେ ଥିବା ଆଉ ଏକ ବାଇକରେ ବସି ଚମ୍ପୋଟ ମାରିଥିଲେ । ଗାଁ ଲୋକେ  ଅଟକ ରଖିଥିବା ବାଇକ ଓ ଦୁଇଟି ଛୁରୀ ଏବଂ ସୂତୁଲି ଦୌଡ଼ି ଆଜି ସ୍ଥାନୀୟ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଥାନା ଆଇ ଆଇ ସି ପ୍ରସନ୍ନ କୁମାର ମିଶ୍ର ଓ ଏ ଏସ ଆଇ ବି ଟି ସାଧୁ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ବାଇକ ଓ ଛୁରିକୁ ଜବତ କରି ଥାନାକୁ ଆଣିଥିବା ଦେଖିବାକୁ ମିଳିଛି। ପୋଲିସ ଚୋର କୁ ଧରିବାକୁ ଅଧିକ ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

masiha

ପିସ୍ତଲ ସହ ଦୁଇଜଣଙ୍କୁ କୋର୍ଟ୍ ଚାଲାଣ

Sunil Chandra Nayak

ନକଲି ମଦ ସହ ଜଣେ ଗିରଫ

masiha

Leave a Comment

error: Content is protected !!