ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରୁ ୩ ମୋବାଇଲ ଲୁଟେରା ଜଳେଶ୍ୱରରେ ଗିରଫ 

ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରୁ ୩ ମୋବାଇଲ ଲୁଟେରା ଜଳେଶ୍ୱରରେ ଗିରଫ 

ଜଳେଶ୍ଵର,୮/୮(ମନିସ)-,ଜଳେଶ୍ଵର ଷ୍ଟେସନରେ ଗତକାଲି ଅପ୍ ପୁରୀ – ହାୱଡା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ (୧୮୪୧୦) ଟ୍ରେନରୁ ଜଳେଶ୍ଵର ଆର.ପି.ଏଫ୍ ୩ ଜଣ ମୋବାଇଲ୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଲୁଟେରା ୩ ଜଣ ହେଲେ ଭୁବନେଶ୍ୱର ଅଞ୍ଚଳର ବରଗଡ଼ ଥାନା ଅନ୍ତର୍ଗତ ମାନସ କୁମାର ସାହୁ ଓରଫ ସୁଦର୍ଶନ (୨୯) ଓ ରାଜୀବ ନାୟକ(୨୮) ଏବଂ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମୁନା ସାହୁ(୪୦) ବୋଲି ପୋଲିସ୍ ସୂତ୍ରରୁ ଜଣା ପଡିଛି।ସେହି ଟ୍ରେନରେ ଆସୁଥିବା ଜଣେ ଯାତ୍ରୀ ରଞ୍ଜିତ୍ ଗିରିଙ୍କ ସୂଚନା ଅନୁଯାୟୀ ତାଙ୍କର ଏକ ୧୮,୦୦୦ ଟଙ୍କା ମୂଲ୍ୟର ଭିଭୋ ମୋବାଇଲ୍ ଚୋରି ଅଭିଯୋଗରେ ସେ ମୁନା ସାହୁଙ୍କୁ ଧରି ଜଳେଶ୍ଵର ଷ୍ଟେସନରେ ଆର.ପି.ଏଫ୍ ହେଡ କନେଷ୍ଟବଳ ପି.ଏନ୍.ସିଂ ଓ ଏନ୍. କେ. ସିଂ,କନେଷ୍ଟବଳ ବି. ବୈଦ୍ୟଙ୍କ ନିକଟରେ ଜମା ଦେଇଥିଲେ। ମୁନାର ସୂଚନା ଅନୁଯାୟୀ ସେମାନଙ୍କ ସହିତ ଭୁବନେଶ୍ୱର ଷ୍ଟେସନରୁ ଅନ୍ୟ ୨ ଜଣ ସହଯୋଗୀ ମଧ୍ୟ ଏହି ମୋବାଇଲ ଚୋରି ଅଭିଯୋଗରେ ସଂପୃକ୍ତ ଅଛନ୍ତି।ଏହି ୨ ଜଣ ଲୁଟେରା ଜଳେଶ୍ଵର ଷ୍ଟେସନ୍ ୨ ନମ୍ବର ପ୍ଲାଟଫର୍ମରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ତାଙ୍କୁ ଅଟକ ରଖିବା ପରେ ସେମାନେ ସମସ୍ତ ବିଷୟ ସ୍ୱୀକାର କରିଥିଲେ।ଖବର ପାଇ ରୁପ୍ସା ଆର.ପି.ଏଫ୍ ଥାନାର ସବ୍ ଇନ୍ସପେକ୍ଟର ଗୋପାଳ କୃଷ୍ଣ ଓ ଖଡଗପୁର ଟିମ୍ ହେଡ କନେଷ୍ଟବଳ ପୁରୁସ୍ତତ୍ତମ ରଣା ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଜଳେଶ୍ଵର ଷ୍ଟେସନରେ ପହଞ୍ଚିବା ପରେ ୩ ଜଣ ଲୁଟେରାଙ୍କୁ ଗିରଫ କରି ଚୋରୀ ହୋଇଥିବା ମୋବାଇଲକୁ ଜବତ କରିବା ସହିତ ସେମାନଙ୍କୁ ରୁପ୍ସା ଥାନାକୁ ନେଇଯାଇଥିଲେ।ପରେ ଗିରଫ ହୋଇଥବା ୩ ଜଣ ଲୁଟେରାଙ୍କୁ ବାଲେଶ୍ୱର ଜି.ଆର.ପି ଥାନାକୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଠା ଯିବା ପରେ ୧୩୦/୨୬ ମୂଳେ ଏକ ମାମଲା ରୁଜୁ ହୋଇଛି।ଏହି ଗିରଫଦାରୀକୁ ଭାରତୀୟ ରେଳବାଇର ଯାତ୍ରୀ ସୁରକ୍ଷା ଯୋଜନା ଅନ୍ତର୍ଗତ ବୋଲି ରୁପ୍ସା ଥାନା ପକ୍ଷରୁ ଜଣା ପଡିଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆକାଉଣ୍ଟ ରୁ କଟିଗଲା ୫ଲକ୍ଷ ୪୯ ହଜାର ୯ଶହ ୯୫ ଟଙ୍କା  ଡିଜିଟାଲ ଠକେଇର ଶିକାର ହେଲେ ବୟସ୍କ ନାଗରିକ 

Sunil Chandra Nayak

ଜୁନାଗଡ଼ରେ ମନ୍ଦିର ଓ ବ୍ୟାଙ୍କ କାନ୍ଥକୁ ଲାଗି ମଦ ଦୋକାନ  ଦୋକାନ ସମ୍ଭୁଖରେ ଠିପି ଖୋଲା ମଦ ବିକ୍ରି କରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ?

ଦହିବରା ବିକ୍ରେତା ଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!