ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନର ହୁଇଲ କ୍ଲବ୍ ଓ ରୋଟାରୀ କ୍ଲବ୍ ଅଫ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ କର୍ମଶାଳା 

ଇନର ହୁଇଲ କ୍ଲବ୍ ଓ ରୋଟାରୀ କ୍ଲବ୍ ଅଫ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ କର୍ମଶାଳା 

ଜଳେଶ୍ଵର ,୮/୮(ମନିସ)-ଇନର ହୁଇଲ କ୍ଲବ୍ ଅଫ ସୁବର୍ଣ୍ଣରେଖା ରାଇବଣିଆ ଓ ରୋଟାରୀ କ୍ଲବ୍ ଅଫ୍ ସୁବର୍ଣ୍ଣରେଖା ରାଇବଣିଆ ମିଳିତ ଆନୁକୁଲ୍ୟରେ ଜଳେଶ୍ଵର ସହରର ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଶ୍ବ ସ୍ତନ୍ୟ ସପ୍ତାହ ପାଳନ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ରୋଟାରୀ କ୍ଲବର ସଭାପତି ସୁକୁମାର ରଣାଙ୍କ ପୌରହିତ୍ଵରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ମୋହନଲାଲ ମହାନ୍ତି ଯୋଗଦେଇ ମାତୃ କ୍ଷୀରର ବିକଳ୍ପ ନାହିଁ,ଏହି କ୍ଷୀର ଅମୃତ ସହିତ ସମାନ ବୋଲି ମତ ପ୍ରକାଶ କରିବା ସହିତ ବୈଜ୍ଞାନିକ ଭିତ୍ତିକ ଉଦାହରଣ ପ୍ରଦାନ କରିଥଲେ।ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଇନର୍ ହୁଇଲ କ୍ଲବର ସଭାପତି(୨୦୨୬-୨୭) ମଧୁଛନ୍ଦା ମହାନ୍ତି,ବିଦାୟୀ ସଭାପତି ଆରତୀ ଦାସ,ପୂର୍ବତନ ସଭାପତି ସୁଷମା ରାଣୀ ଭୂୟାଁ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।ସେହିପରି ରୋଟାରୀ କ୍ଳବର ପୂର୍ବତନ ସଭାପତି ଡ. ଅଜିତ୍ କୁମାର ମହାନ୍ତି,ସୁନୀଲ କୁମାର ନାୟକ ଓ ପ୍ରାଣକୃଷ୍ଣ ଗିରି ,ଇନରହୁଇଲ କ୍ଳବର କୋଷାଧ୍ୟକ୍ଷ ରଞ୍ଜିତା ଭୂୟାଁ, ସଭ୍ୟା ଅନନ୍ୟା ଭୁୟାଁ ପ୍ରମୁଖ ଯୋଗଦେଇ ବିଜ୍ଞାନ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲେ।ଏହି ଅବସରରେ ଇନର୍ ହୁଇଲ୍ କ୍ଲବ୍ ପକ୍ଷରୁ ମୁଖ୍ୟ ଅତିଥି ଡ. ମୋହନ ଲାଲ ମହାନ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା।ଶେଷରେ ଇନର୍ ହୁଇଲ୍ କ୍ଲବ୍ ସଂପାଦିକା ସ୍ମରଣିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କର୍ମଶାଳାରେ ୧୨୫ରୁ ଉର୍ଦ୍ଧ୍ବ ଛାତ୍ରୀ ଯୋଗଦେଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଓଡିଶା ପତ୍ରକାର ସଂଘର 15 ତମ ବାର୍ଷିକ ଉତ୍ସବ

masiha

ଯୁବ ଓଡିଶା ନବୀନ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

masiha

ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟ କ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!