ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ଏଫ ଏମ ଟ୍ରାନ୍ସମିଟର ଉଦ୍ଗାଟିତ କିନ୍ତୁ ନବରଙ୍ଗପୁର ଆକାଶବାଣୀ କଳାକାର ଦୁଃଖିତ

ନବରଙ୍ଗପୁର:(ମସିହା)ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କୋରାପୁଟ, ଜୟପୁର ସମେତ ନବରଙ୍ଗପୁରରେ ମଧ୍ୟ ଗୋଟିଏ ଏଫ ଏମ ଟ୍ରାନ୍ସମିଟର ଉଦ୍ଘାଟିତ ହୋଇଯାଇଛି l ଏଇ କାର୍ଯ୍ୟକ୍ରମ ବେଳେ ନବରଙ୍ଗପୁର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସଂଗୀତ ଓ ନାଟକ କ୍ଷେତ୍ରରେ ପ୍ରତିଷ୍ଠିତ କଳାକାର ମାନେ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲା ପାଇଁ ଏଫ. ଏମ. ଟ୍ରାନ୍ସମିଟର ସ୍ଥାପନ କରାଯାଇଥିଲେ ମଧ୍ୟ ଏହା ଦ୍ୱାରା ଶ୍ରୋତା କେବଳ ବିବିଧ ଭାରତୀ ଶୁଣିପାରିବେ, ଏହା ଛଡା ଆକାଶବାଣୀ ଦ୍ୱାରା ପ୍ରଚାରିତ ଆଞ୍ଚଳିକ ଓଡ଼ିଆ ସାହିତ୍ୟ, ସଙ୍ଗୀତ ତଥା ସଂସ୍କୃତି ଭିତ୍ତିକ କୌଣସି କାର୍ଯ୍ୟକ୍ରମ ପ୍ରଚାରିତ ହେଇ ପାରୁ ନ ଥିବାରୁ ନବରଙ୍ଗପୁର କଳାକାର ମହଲରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଆକାଶବାଣୀ କଳାକାରଙ୍କୁ ନେଇ ସ୍ଥାନୀୟ ଚୈତନ୍ୟ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଓ ମାଲକାନଗିରିରେ ଆଞ୍ଚଳିକ ଓଡ଼ିଆ ସାହିତ୍ୟ, ସଙ୍ଗୀତ ତଥା ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ଉପଲବ୍ଧ ହେଉଥିବା ବେଳେ ନବରଙ୍ଗପୁରକୁ ଏପରି ଓଡିଆ କାର୍ଯ୍ୟକ୍ରମ ଶୁଣିବାରୁ ବଞ୍ଚିତ କରାଯାଇ ଥିବାରୁ ସଭାରେ ସମସ୍ତ କଳାକାର କ୍ଷୋଭ ପ୍ରକାଶ କରିଛନ୍ତି। ଏହି ବିଷୟ ନେଇ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ ତଥା ପ୍ରସାରଣ ମନ୍ତ୍ରୀଙ୍କୁ ଦିଆଯିବ ବୋଲି ସର୍ବସମ୍ମତ କ୍ରମେ ନିଷ୍ପତ୍ତି ନିଆଗଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ତଥା ନିର୍ଦେଶକ ଗୋକୁଳ ଚନ୍ଦ୍ର ଖାଡ଼ଙ୍ଗା, ଗାୟକ ସୁରେଶ ଚନ୍ଦ୍ର ମିଶ୍ର,ବିଜୟ ପାଣିଗ୍ରାହୀ, ସଙ୍ଗୀତ ଗୁରୁ ବାଲାଜୀ କିଶୋର ରାୟ, ପ୍ରଦୀପ କୁମାର ମିଶ୍ର, ସୁକୁମାର ସୁନା, ଯୁଗଳ ତ୍ରିପାଠୀ,ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ସମେତ ସମସ୍ତ ଆକାଶ ବାଣୀ କଳାକାର ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ 

Sunil Chandra Nayak

ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ରାୟଗଡ଼ ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା 

Sunil Chandra Nayak

Leave a Comment

error: Content is protected !!