ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଧାପୂର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର  

ସରଧାପୂର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର  

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ସରଧାପୂର ନିକଟରେ ଗୁରୁବାର ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଜୁନାଗଡ଼ ଥାନା ଡୁମେରବାହାଲ ଗ୍ରାମର ତୁଷାର କାଣ୍ଡ ବୟସ ୨୫ ଏବଂ ଗୁରୁତର ଯୁବକ ଜଣକ ହେଲେ ଜୁନାଗଡ଼ ଥାନା ଖଇରଭାଡ଼ି ଗାଁ ର କ୍ଷୀରୋଦ ଘି ବୋଲି ଜଣା ପଡିଛି। ଓଡି ୦୮ ଏକ୍ସ ୪୭୨୩ ନମ୍ବର ବିଶିଷ୍ଟ ବାଇକ ଯୋଗେ ତୁଷାର ନିଜ ଗାଁ କୁ ଯାଉଥିବା ବେଳେ ଓଡି 08 ଭି ୩୩୪୯ ନମ୍ବର ବିଶିଷ୍ଟ ବାଇକ ଯୋଗେ କ୍ଷୀରୋଦ ଘି ଜୁନାଗଡ଼ ରାସ୍ତା ଦେଇ ଧର୍ମଗଡ ପଟକୁ ଆସୁଥିବା ବେଳେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଥିଲା। ଯାହାରୀ ଫଳରେ ତୁଷାର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ବାଇକ ଆରୋହୀ ଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତର ଖାନା କୁ ନେଇ ଭର୍ତ୍ତି କରିଥିଲେ। ଉଭୟ ଙ୍କୁ ପୋଲିସ ଉଦ୍ଧାର କରି ପୋଲିସ ଗାଡ଼ିରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

Entrepreneurship Awareness Programme Held for Rural Unemployed Youths at Therubali

masiha

ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ,କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା

Sunil Chandra Nayak

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା 

masiha

Leave a Comment

error: Content is protected !!