ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଧାପୂର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର  

ସରଧାପୂର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର  

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ସରଧାପୂର ନିକଟରେ ଗୁରୁବାର ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଜୁନାଗଡ଼ ଥାନା ଡୁମେରବାହାଲ ଗ୍ରାମର ତୁଷାର କାଣ୍ଡ ବୟସ ୨୫ ଏବଂ ଗୁରୁତର ଯୁବକ ଜଣକ ହେଲେ ଜୁନାଗଡ଼ ଥାନା ଖଇରଭାଡ଼ି ଗାଁ ର କ୍ଷୀରୋଦ ଘି ବୋଲି ଜଣା ପଡିଛି। ଓଡି ୦୮ ଏକ୍ସ ୪୭୨୩ ନମ୍ବର ବିଶିଷ୍ଟ ବାଇକ ଯୋଗେ ତୁଷାର ନିଜ ଗାଁ କୁ ଯାଉଥିବା ବେଳେ ଓଡି 08 ଭି ୩୩୪୯ ନମ୍ବର ବିଶିଷ୍ଟ ବାଇକ ଯୋଗେ କ୍ଷୀରୋଦ ଘି ଜୁନାଗଡ଼ ରାସ୍ତା ଦେଇ ଧର୍ମଗଡ ପଟକୁ ଆସୁଥିବା ବେଳେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଥିଲା। ଯାହାରୀ ଫଳରେ ତୁଷାର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ବାଇକ ଆରୋହୀ ଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତର ଖାନା କୁ ନେଇ ଭର୍ତ୍ତି କରିଥିଲେ। ଉଭୟ ଙ୍କୁ ପୋଲିସ ଉଦ୍ଧାର କରି ପୋଲିସ ଗାଡ଼ିରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଶ୍ରେଷ୍ଠ ନାଟ୍ୟକାର ଅଧ୍ୟାପକ ଶ୍ରୀଯୁକ୍ତ ଗୋପାଳ ମହାରଣା

Sunil Chandra Nayak

ଦୁଇ ବାଇକ ମୁହାଁ ମୁହଁ ଧକ୍କା,ଜଣେ ମୃତ ଦୁଇଜଣ ଗୁରୁତର

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!