ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଣା ସରରେ ଘୁମୁରା ପ୍ରତିଯୋଗିତା

ପୁରୁଣା ସରରେ ଘୁମୁରା ପ୍ରତିଯୋଗିତା 

ଚିଲିଗୁଡା ତା ୧/୧୨ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତ ର ପୁରୁଣା ସର ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା ପ୍ରତିଯୋଗିତା ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ଚିତ୍ତ ରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପ।ଧକ୍ଷ ପ୍ରମୋଦ ବେହେରା ,ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ,ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ,ପେକ୍ସ ସଭାପତି ସୁନୀଲ ମେହେର ,ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ଅବସର ଯବାନ କୁସ ମାଝି ଏବଂ ଲବ ମାଝି ଯୋଗଦାନ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ବ୍ରଜ ମୋହନ ପଟ୍ଟନାୟକ ,ଉପ ସଭାପତି ଖଗେଶ୍ୱର ପଟେଲ ଏବଂ ସମ୍ପାଦକ ସୁଶାନ୍ତ ନ।ଏକ , ୟସ ପାଳ ପଣ୍ଡା ,ଦେବରାଜ ପଟ୍ଟନାୟକ ,ବାଲ୍ମିକୀ ନ।ଏକ ,ଅଟଳ ବିହାରୀ ନ।ଏକ,ଶୈଳେନ୍ଦ୍ର ନ।ଏକ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଘୁମୁରା ପ୍ରତିଯୋଗିତାରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ ।ଏଥି ମଧ୍ୟରୁ ଅନ୍ତର୍ଲା ଘୁମୁରା ଦଳ ପ୍ରଥମ ,କଦଳୀ ମୁଣ୍ଡା ଘୁମୁରା ଦଳ ଦୂତୀୟ ଏବଂ ଡାଳ ଗୁମା ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ କରାଯାଇଛି ।ଏଥିରେ ବିଚାରକ ଭାବରେ ଜ୍ଞାନ ରଞ୍ଜନ ପାଣିଗ୍ରାହୀ ,ସୁଶୀଲ ପଣ୍ଡା ,ରାମ ଚନ୍ଦ୍ର ଲହଜଳ ଏବଂ ରଘୁରାଜ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ରେ ଲିଙ୍ଗରାଜ ପଟ୍ଟନାୟକ ,ବସନ୍ତ ଲହଜଳ ଏବଂ ସନ୍ତୋଷ ଲହଜଳ ମଞ୍ଚ ପରିଚାଳନା କରିଥିଲେ । ବିନୋଦ ପଟେଲ ,ସୁନ୍ଦରମଣି ପଟେଲ ,ଵିକର୍ଣ ପଟେଲ ,ଜୟ ଧନ ମଶ୍ରା ,ଅଶ୍ଵବିନ ପଟେଲ ଏବଂ ବଂଶୀଧର ଲହଜଳ ପ୍ରମୁଖ ସହଯୋଗ କରିଥିବା ବେଳେ ବରିଷ୍ଠ ଶିକ୍ଷାବିତ ଜ।ମିନିକାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ନୂତନ ଫ୍ୟୁଚର ଓଡ଼ିଶା ପଵ୍ଳିକ ସ୍କୁଲ ସାଂସଦଙ୍କ କରକମଳରେ ଶୁଭ ଉଦଘାଟିତ

Sunil Chandra Nayak

ବ୍ରହ୍ମା କୁମାରୀ ଆଶ୍ରମରେ ମାତୃ ଦିବସ ପାଳନ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସୁରକ୍ଷା କାର୍ଯ୍ୟକ୍ରମ

Leave a Comment

error: Content is protected !!