ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ଓ ଦ୍ଵାଦଶ ଜ୍ୟୋର୍ତି ଲିଙ୍ଗ ଦର୍ଶନ ପାଇଁ ଅଜୟ ଙ୍କ ସାଇକେଲ ରେ ଭାରତ ଯାତ୍ରା

ପରିବେଶ ସୁରକ୍ଷା ଓ ଦ୍ଵାଦଶ ଜ୍ୟୋର୍ତି ଲିଙ୍ଗ ଦର୍ଶନ ପାଇଁ ଅଜୟ ଙ୍କ ସାଇକେଲ ରେ ଭାରତ ଯାତ୍ରା

ଓଡିଶା ରେ ପହଞ୍ଚି ଥିବା ବେଳେ ୧୪ ହଜାର କିମି ଅତିକ୍ରମ କରି ସାରିଛନ୍ତି

ଯୁବ ବୟସ ରେ ନିଆଁରା ଚିନ୍ତାଧାରା,ପରିବେଶ କୁ ଆଗାମୀ ପିଢ଼ି ପାଇଁ କେମିତି ସୁରକ୍ଷା କରିବା ସେହି ଚିନ୍ତା ଓ ଉଦ୍ଦେଶ୍ୟ ନେଇ ଡିସେମ୍ବର ୨୦୨୨ ରୁ ହରିଆଣା ରାଜ୍ୟ ରୁ ସାଇକେଲ ଯୋଗେ ସାଇକେଲ ରେ ଭାରତ ଯାତ୍ରା ରେ ବାହାରିଛନ୍ତି । ହରିଆଣା ରାଜ୍ୟ କାଇଥାଳ ଜିଲ୍ଲାର ଯୁବକ ଅଜୟ କୁମାର(୨୧) ଯୁକ୍ତ ୩ ପଢିବା ପରେ ମନ ଭିତରେ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ଭାରତ ର ବିଭିନ୍ନ ରାଜ୍ୟ ଦେଇ ସେ ଓଡିଶା ପହଞ୍ଚି ଥିବା ବେଳେ ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେ ୧୪ ରାଜ୍ୟର ୧୨ ହଜାର କିମି ସାଇକେଲ ରେ ଯାତ୍ରା କରି ପରିବେଶ ସୁରକ୍ଷା ସହ ଦ୍ଵାଦଶ ଜ୍ୟୋର୍ତି ଲିଙ୍ଗ ଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ୨୦୨୫ ଜାନୁଆରୀ ରେ ସେ ତାଙ୍କର ଲକ୍ଷ୍ୟ ପଥ ରେ ପହଞ୍ଚିବା ପାଇଁ ଧାର୍ଯ୍ୟ ସମୟ ରଖିଛନ୍ତି। ପ୍ରତିଦିନ ସେ ପ୍ରାୟ ୧୦୦ କିମି ଯାତ୍ରା କରି ବିଭିନ୍ନ ସ୍ଥାନରେ ଲୋକଙ୍କୁ ପରିବେଶ ପ୍ରଦୂଷଣ ରୋକିବା ନେଇ ସଚେତନ କରୁଛନ୍ତି। ଆଜି କୋକସରା।ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ସ୍ୱାଗତ କରିଥିଲେ। ଇତି ମଧ୍ୟରେ ସେ ୧୬ ଟି ରାଜ୍ୟ ଦେଇ ଓଡିଶା ରେ ପହଞ୍ଚି ଥିବା ବେଳେ ୧୪ ହଜାର କିମି ଅତିକ୍ରମ କରି ସାରିଛନ୍ତି। ଏହି ଭ୍ରମଣ ମଧ୍ୟରେ ସେ ଦ୍ଵାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ କିଛି ଦର୍ଶନ କରିଥିବା କହିଛନ୍ତି। ସାଇକେଲ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଯୁବଗୋଷ୍ଠୀ ମାନେ ତାଙ୍କୁ ସୋସିଆଲ ମିଡ଼ିଆ ରେ ତାଙ୍କ ଯାତ୍ରା କୁ।ପୋଷ୍ଟ କରି ତାଙ୍କ ସଫଳତାର କାମନା କରିଛନ୍ତି। ଦେଶ ର ବିଭିନ୍ନ ରାଜ୍ୟ ଅତିକ୍ରମ କରିବା ଭିତରେ ଦେଶବାସୀ ଙ୍କ ଠାରୁ ଅନେକ କିଛି ଶିଖିବାକୁ ମିଳିଛି ଓ ଏହା ତାଙ୍କ ଜୀବନ ର ଅଭୁଲା ଅନୁଭୂତି ହୋଇ ରହିବ ବୋଳି ଅଜୟ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

୪୨ ମୌଜାର ବିଭିନ୍ନ କାର୍ତ୍ତିକେଶ୍ଵର ମଣ୍ଡପ ଭ୍ରମଣ କଲେ ଯୁବ ଜନ ନେତା 

Sunil Chandra Nayak

କାର୍ମେଲ ସ୍କୁଲର ସଫଳତା 

Leave a Comment

error: Content is protected !!