ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭ ଜଣ ଚାଷୀ ଙ୍କ ୧୬ ଏକର ଜମିର ଧାନ ଗଦା ନିଆଁ ଲାଗି ପୋଡି ଯାଇଛି 

୭ ଜଣ ଚାଷୀ ଙ୍କ ୧୬ ଏକର ଜମିର ଧାନ ଗଦା ନିଆଁ ଲାଗି ପୋଡି ଯାଇଛି 

ଡାବୁଗାଁ, ୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଟିପାଗୁଡା ଗ୍ରାମରେ ଗୁରୁବାର ରାତ୍ର ପ୍ରାୟ ୨ ଘ. ସମୟରେ ନିଆଁ ଲାଗି ୧୬ ଏକର ଧାନ ପୋଡି ନଷ୍ଟ ହୋଇଛି l ଗ୍ରାମର ଅମ୍ବତୋଟାରେ ଥିବା ୭ ଜଣ ଚାଷୀ ଧାନ କାଟି ଆଣି ଗଦା କରି ରଖିଥିଲେ | ଗୁରୁବାର ବିଳମ୍ବିତ ରାତିରେ ହଠାତ ଧାନ ଗଦାରେ ନିଆଁ ଲାଗି ଯାଇଥିଲା | ପାଖରେ ଧାନ ଜଗିଥିବା ଲୋକ ଟି ପାଟି କରି ଡ଼ାକିଥିଲା | ତାଙ୍କ ଡାକ ଶୁଣି ଗ୍ରାମବାସୀ ଆସି ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଧିକାରୀ ଉପେନ୍ଦ୍ର କୁମାର ମହାରଣା ଙ୍କ ସମେତ ଏଫ ଏମ ଡି ମଙ୍ଗଳ ଦାନ ହିକ୍କକା ଓ ପ୍ରଶାନ୍ତ କୁମାର ବିଶ୍ଵାଳ, ଅଗ୍ନିସମ କର୍ମଚାରୀ ମଳୟ ନାୟକ, ଜନ୍ମେଜୟ ପଟେଲ, ହେମନ୍ତ ମାଝୀ, ମନସିଂ ଶବର ପ୍ରମୂଖ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ l ଏଥିରେ ଭାଗବାନ ମାଝୀ ଙ୍କ ର ୫ ଏକର, ଲଛମନ ଭତ୍ରା ଙ୍କର ୧ ଏକର, ସିନ୍ଧୁ ମାଝୀ ଙ୍କ ୨ଏକର, ଦାମ ଭତ୍ରl ଙ୍କ ୨ ଏକର, ତୁଳା ରାମ ମାଝୀ ଙ୍କ ୨ ଏକର, କୁଶ ଭତ୍ରl ଙ୍କ ୨ ଏକର, ବସୁଦେବ ମାଝୀ ଙ୍କ ୨ ଏକର ମୋଟ ୧୬ ଏକର ଜମି ର ଧାନ ଗଦା ଓ ତିନି ଜଣ ଙ୍କ ପାଳ ଗଦା ରେ ଅଗ୍ନି କାଣ୍ଡ ଘଟିଥିଲା l ଅଗ୍ନିଶମ ବିଭାଗ ଦ୍ଵାରା ଧାନ ଆନୁମାନିକ ମୂଲ୍ୟ ୯୫ ହଜାର ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି l ସମ୍ପୂର୍ଣ୍ଣ କ୍ଷତି ରୁ ଅଗ୍ନିଶମ ବିଭାଗ ଯୋଗୁଁ ରକ୍ଷା ପାଇ ଥିଲା l ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା ଶକ୍ତି ମେଲୋଡି ଦଳ ଉଦଘାଟିତ

Sunil Chandra Nayak

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

Sunil Chandra Nayak

ବିଜୁ ଏକ୍ସପ୍ରେସ ୱେ ବାଇକ ଦୁର୍ଘଟଣା,ବାଇକ ଚାଳକ ମୃତ୍ୟୁ,ପୋଲିସ ର ତଦନ୍ତ ଜାରି

masiha

Leave a Comment

error: Content is protected !!