୭ ଜଣ ଚାଷୀ ଙ୍କ ୧୬ ଏକର ଜମିର ଧାନ ଗଦା ନିଆଁ ଲାଗି ପୋଡି ଯାଇଛି
ଡାବୁଗାଁ, ୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଟିପାଗୁଡା ଗ୍ରାମରେ ଗୁରୁବାର ରାତ୍ର ପ୍ରାୟ ୨ ଘ. ସମୟରେ ନିଆଁ ଲାଗି ୧୬ ଏକର ଧାନ ପୋଡି ନଷ୍ଟ ହୋଇଛି l ଗ୍ରାମର ଅମ୍ବତୋଟାରେ ଥିବା ୭ ଜଣ ଚାଷୀ ଧାନ କାଟି ଆଣି ଗଦା କରି ରଖିଥିଲେ | ଗୁରୁବାର ବିଳମ୍ବିତ ରାତିରେ ହଠାତ ଧାନ ଗଦାରେ ନିଆଁ ଲାଗି ଯାଇଥିଲା | ପାଖରେ ଧାନ ଜଗିଥିବା ଲୋକ ଟି ପାଟି କରି ଡ଼ାକିଥିଲା | ତାଙ୍କ ଡାକ ଶୁଣି ଗ୍ରାମବାସୀ ଆସି ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଧିକାରୀ ଉପେନ୍ଦ୍ର କୁମାର ମହାରଣା ଙ୍କ ସମେତ ଏଫ ଏମ ଡି ମଙ୍ଗଳ ଦାନ ହିକ୍କକା ଓ ପ୍ରଶାନ୍ତ କୁମାର ବିଶ୍ଵାଳ, ଅଗ୍ନିସମ କର୍ମଚାରୀ ମଳୟ ନାୟକ, ଜନ୍ମେଜୟ ପଟେଲ, ହେମନ୍ତ ମାଝୀ, ମନସିଂ ଶବର ପ୍ରମୂଖ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ l ଏଥିରେ ଭାଗବାନ ମାଝୀ ଙ୍କ ର ୫ ଏକର, ଲଛମନ ଭତ୍ରା ଙ୍କର ୧ ଏକର, ସିନ୍ଧୁ ମାଝୀ ଙ୍କ ୨ଏକର, ଦାମ ଭତ୍ରl ଙ୍କ ୨ ଏକର, ତୁଳା ରାମ ମାଝୀ ଙ୍କ ୨ ଏକର, କୁଶ ଭତ୍ରl ଙ୍କ ୨ ଏକର, ବସୁଦେବ ମାଝୀ ଙ୍କ ୨ ଏକର ମୋଟ ୧୬ ଏକର ଜମି ର ଧାନ ଗଦା ଓ ତିନି ଜଣ ଙ୍କ ପାଳ ଗଦା ରେ ଅଗ୍ନି କାଣ୍ଡ ଘଟିଥିଲା l ଅଗ୍ନିଶମ ବିଭାଗ ଦ୍ଵାରା ଧାନ ଆନୁମାନିକ ମୂଲ୍ୟ ୯୫ ହଜାର ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି l ସମ୍ପୂର୍ଣ୍ଣ କ୍ଷତି ରୁ ଅଗ୍ନିଶମ ବିଭାଗ ଯୋଗୁଁ ରକ୍ଷା ପାଇ ଥିଲା l ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l