ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଶିବରାତ୍ରୀ ଅବସରରେ ଶିବ ମନ୍ଦିର ପରିସରରେ ଯୋଗଶିକ୍ଷା ଦେଲେ ଜ଼ିଲ୍ଲାପାଳ

ବୌଦ୍ଧ – ୧୮.୦୨.-( ହୃଦାନନ୍ଦ ମେହେର )- ପବିତ୍ର ମହାଶିବରାତ୍ରୀ ଅବସରରେ ସକାଳ ଘ.୭.୩୦ ମିନିଟ ସମୟରେ ବୌଦ୍ଧ ସହରର ପ୍ରସିଦ୍ଧ ଶୈବପୀଠ ଚନ୍ଦ୍ରଚୂଡ ମନ୍ଦିର ପରିସରରେ ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଜନସାଧାରଣଙ୍କୁ ଯୋଗଶିକ୍ଷା ପ୍ରଦାନ କରିବା ସହିତ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର,ମନ ସୁସ୍ଥ ରହିବା ସହିତ କାମ କରିବା ପାଇଁ ଉତ୍ସାହ ଆସିବା ସହ ସ୍ଥିର ଚିତ୍ତରେ ଯୋଗ,ଧ୍ୟାନ,ଉତ୍ତମ ଚିନ୍ତାଧାରା ସହିତ ମାନବ ସେବା କରିବା ପାଇଁ ବୋଲି ପରାମର୍ଶ ଦେଇଛନ୍ତି । ଜ଼ିଲ୍ଲାପାଳ ଶ୍ରୀସାହୁଙ୍କ ଦିଗଦର୍ଶନରେ ଏବଂ ବ୍ରାହ୍ମଣ ସମାଜର ଉଦ୍ୟମରେ ଚନ୍ଦ୍ରଚୂଡ ମନ୍ଦିର ମହାନଦୀ ଘାଟଠାରେ ବିଶିଷ୍ଟ ଦିବସ ଗୁଡିକରେ ମହାନଦୀ ଆଳତୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବୌଦ୍ଧବାସୀଙ୍କ ଦ୍ୱାରା ଏହା ଆଦୃତ ହୋଇପାରିଛି । ତେବେ ଚନ୍ଦ୍ରଚୂଡ ମନ୍ଦିରର ମନୋରମ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରତିଦିନ ଯୋଗଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜ଼ିଲ୍ଲାପାଳ ଶ୍ରୀସାହୁ ପରାମର୍ଶ ଦେଇଛନ୍ତି । ଏହି ଯୋଗଶିକ୍ଷା ଅବସରରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,ଉପଜିଲାପାଳ ରବିନ୍ଦ୍ରନାଥ କହଁର,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ବ୍ରାହ୍ମଣ ସମାଜ ସଂପାଦକ ଦେବାଶିଷ ପୁରୋହିତଙ୍କ ସମେତ ବହୁ ସଂଖ୍ୟାରେ ବୁଦ୍ଧିଜିବୀ ଓ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ ।

Related posts

ଶିକ୍ଷା ହେଉଛି ଦେଶର ଭବିଷ୍ୟତ ….ଶିଶୁ ହେଉଛନ୍ତି କଞ୍ଚା ମାଟି ,ତାକୁ ଆମେ ଯେମିତି ଗଢ଼ିବା ସେମାନେ ସେମିତି ଗଢ଼ି ଉଠିବେ

masiha

ଡିପିଏଲ କ୍ରିକେଟ ଖେଳର ଚମ୍ଫିୟନ ହେଲା ରୟାଲ ଷ୍ଟ୍ରାଇକର ଦଳ 

masiha

ଶିକ୍ଷା ଏକ ବ୍ୟାପକ ପରିଭାଷା, ଶିକ୍ଷା ମଣିଷ ଜୀବନରେ ଶ୍ରେଷ୍ଠ ଆବିଷ୍କାର –ରନ୍ଧାରି

masiha

Leave a Comment

error: Content is protected !!