ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ କାମୁଡାରେ ଯୁବକ ଗୁରୁତର 

ଭାଲୁ କାମୁଡାରେ ଯୁବକ ଗୁରୁତର 

ଡାବୁଗାଁ, ୨୯/୩ (ମ.ନି.ସ.)- ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମର ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମର ତ୍ରିନାଥ ମୁଦୁଲି (୩୨) ଆଜି ସକାଳ ୬ ଘ. ସମୟରେ ନିଜ ଗ୍ରାମ ପାଖରେ ଥିବା ପାହାଡ ତଳେ ଥିବା ନିଜ ଜମିରେ ଥିବା ମହୁଲ ଗଛ ତଳୁ ମହୁଲ ଫୁଲ ଗୋଟାଉ ଥିବା ସମୟରେ ହଠାତ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଯୁବକଙ୍କ ବାମ ହାତ ଓ ଡାହାଣ କାନ୍ଧରେ ଗଭୀର କ୍ଷତ ହୋଇଛି | ଯୁବକ ଜଣଙ୍କ ଭାଲୁ ଠାରୁ ନିଜ ଜୀବନ ବଞ୍ଚାଇ ରକ୍ତାକ୍ତ ଅବସ୍ଥାରେ ଘରକୁ ଆସିଥିଲେ । ପରେ ପରିବାର ଲୋକେ ୧୦୮ଆମ୍ବୁଲେନ୍ସ ଯୋଗେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରବଳ ବର୍ଷାରେ ରାୟଗଡ଼ା ଡିଭିଜନରେ ରେଳ ଚଳାଚଳ ପ୍ରଭାବିତ

Sunil Chandra Nayak

ଯାମଦା ବ୍ଳକ ବିଜେଡି ସଭାପତି ସିଦ୍ଧିଲାଭ ହେମ୍ବ୍ରମଙ୍କ ଅକାଳ ବିୟୋଗ

Sunil Chandra Nayak

ଯୋଗିକ କୃଷିରୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଗୁଣୁପୁର ଓ ଗୁମୁଡ଼ାରେ ସଚେତନତା କାର୍ଯ୍ୟକ୍ରମ; ଯୁବପିଢ଼ିଙ୍କୁ ଦକ୍ଷତା ବିକାଶ ଓ ଶୃଙ୍ଖଳିତ ଜୀବନର ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!