ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ କାମୁଡାରେ ଯୁବକ ଗୁରୁତର 

ଭାଲୁ କାମୁଡାରେ ଯୁବକ ଗୁରୁତର 

ଡାବୁଗାଁ, ୨୯/୩ (ମ.ନି.ସ.)- ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମର ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ବନ୍ଧକଣା ଗ୍ରାମର ତ୍ରିନାଥ ମୁଦୁଲି (୩୨) ଆଜି ସକାଳ ୬ ଘ. ସମୟରେ ନିଜ ଗ୍ରାମ ପାଖରେ ଥିବା ପାହାଡ ତଳେ ଥିବା ନିଜ ଜମିରେ ଥିବା ମହୁଲ ଗଛ ତଳୁ ମହୁଲ ଫୁଲ ଗୋଟାଉ ଥିବା ସମୟରେ ହଠାତ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଯୁବକଙ୍କ ବାମ ହାତ ଓ ଡାହାଣ କାନ୍ଧରେ ଗଭୀର କ୍ଷତ ହୋଇଛି | ଯୁବକ ଜଣଙ୍କ ଭାଲୁ ଠାରୁ ନିଜ ଜୀବନ ବଞ୍ଚାଇ ରକ୍ତାକ୍ତ ଅବସ୍ଥାରେ ଘରକୁ ଆସିଥିଲେ । ପରେ ପରିବାର ଲୋକେ ୧୦୮ଆମ୍ବୁଲେନ୍ସ ଯୋଗେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୃନ୍ଦାବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଉଦ୍ଘାଟିତ

ରାଜସ୍ଵ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶାରେ ଅଧିକ ମଦ ଦୋକାନ ଖୋଲାନଯାଉ : ଓଡ଼ିଶା ନିଶା ନିବାରଣ ଅଭିଯାନ

Sunil Chandra Nayak

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!