ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୌଦ୍ଧଜିଲାରେ ସଫଳତାର ସହ ଶେଷ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର

ବୌଦ୍ଧ-18-02-( ହୃଦାନନ୍ଦ ମେହେର ) : ଗତ ୧୪ ତାରିଖ ଦିନ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ , ୧୬ ତାରିଖରେ କଣ୍ଟାମାଳ ହାଇସ୍କୁଲ ଏବଂ ୧୭ ତାରିଖରେ ହରଭଙ୍ଗା ବ୍ଲକ ଚାରିଛକ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକରେ ୧୮୪ ଜଣ ପଂଜିକୃତ ହୋଇଥିବାବେଳେ ସେଥିରୁ ୪୩ ଜଣଙ୍କୁ ୟୁଡି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ୭ ଜଣଙ୍କୁ ତିନିଚକିଆ ସାଇକେଲ ,୧୦ ଜଣଙ୍କୁ ହୁଇଲ ଚେୟାର ଓ ୨୦ ଟି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । କଣ୍ଟାମାଳ ବ୍ଲକରେ ୫୦୧ ଜଣ ପଂଜିକୃତ ହୋଇଥିବାବେଳେ ୮୫ ଜଣଙ୍କୁ ୟୁଡି ଆଇଡି ପ୍ରମାଣପତ୍ର,୧୦ ଜଣଙ୍କୁ ତିନି ଚକିଆ ସାଇକେଲ,୧୦ ଜଣଙ୍କୁ ହୁଇଲ ଚେୟାର ଏବଂ ଦୁଇଟି ଆଶାବାଡି ପ୍ରଦାନ କରାଯାଇଥିଲା । ସେହିପରି ହରଭଙ୍ଗା ବ୍ଲକର ୨୩୦ ଜଣ ପଂଜିକୃତ ମଧ୍ୟରୁ ୮୦ ଜଣଙ୍କୁ ୟୁଡି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର,୧୩ ଜଣଙ୍କୁ ତିନି ଚକିଆ ସାଇକେଲ,୧୭ ଜଣଙ୍କୁ ହୁଇଲ ଚେୟାର,୪ଟି ଶବଣ ଯନ୍ତ୍ର,୪ଟି ଆଶାବାଡି ଏବଂ ଦୁଇଗୋଟି ସିପି ଚେୟାର ପ୍ରଦାନ କରାଯାଇଥିଲା । ଚାରିଛକ ହାଇସ୍କୁଲଠାରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଶିବିର ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହି ସମସ୍ତ କାଉଣ୍ଟରକୁ ତଦାରଖ କରିବା ସହ ଲୋକଙ୍କ ଅଭିଯୋଗ ଶୁଣି ତାର ଆଶୁ ସମାଧାନ କରିଥିଲେ । ଏହି ଅବସରରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଣେ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୮୫ ହଜାର ଟଙ୍କା ଏବଂ ୫ ଜଣକୁ ରେଡକ୍ରସ ପାଣ୍ଠିରୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ,ବିଡିଓ ବୌଦ୍ଧ ଅବିନାଶ ପାଣ୍ଡିଆ, କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ ,ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ,ସିଡିପିଓ ବୌଦ୍ଧ ମିନତୀ ଦେଓ,କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢି ଓ ହରଭଙ୍ଗା ସିଡିଫିଓ ନିରୁପମା ପାଣି,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବୌଦ୍ଧ ସାନନ୍ଦ ସାହୁ, କଣ୍ଟାମାଳ ସୂର୍ଯ୍ୟ ନାରାୟଣ ଦାଶ,ହରଭଙ୍ଗା ସୁନିଲ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ଶିବିରରେ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ଣ୍ଣ,ନାଶା, ଗଳା,ଚକ୍ଷୁ,ଭେସଜ,କୁଷ୍ଠ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ଥିଲେ । ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଜୟକୃଷ୍ଣ ମିଶ୍ର, କିମ୍ସ ର ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଦିପ୍ତ କୁମାର ପାତ୍ର,ବୌଦ୍ଧ ମେଡିକାଲର ଡା. କିଶୋର ଚନ୍ଦ୍ର ପଟ୍ଟନାୟକ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ପୋଲିସ କର୍ମଚାରୀ,ଅଙ୍ଗନବାଡି କର୍ମୀ,ଆଶା କର୍ମୀ,ସ୍ୱେଛାସେବୀ,ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ତାଲିମ ଅଧିକାରୀ,ସହକାରୀ ଜିଲାପାଳମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସୂଚନା ଯୋଗ୍ୟଯେ, ଆସନ୍ତା ମାର୍ଚ୍ଚ ୩ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରଥମ ଭତ୍ତା ବାଣ୍ଟିବାର ବ୍ୟବସ୍ଥା କରାଯାଉଛି ।

Related posts

ବନ୍ଧୁଗାଁରେ ଜିଲ୍ଲାସ୍ତରୀୟ ଜନଶୁଣାନୀ ଅବଭିଯୋଗ କାର୍ଯ୍ୟକ୍ରମ 

masiha

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଡ଼ହଗାଁ ହାଇସ୍କୁଲରେ ଖୋଲିଲା ଗଭୀର ନଳକୂପ

Sunil Chandra Nayak

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

masiha

Leave a Comment

error: Content is protected !!