ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

3 ମାସର STT(short term training ) ପ୍ରୋଗ୍ରାମ ର ଉଦଘାଟନ

Skill Council for Mining Sector ଏବଂ DMF କଳାହାଣ୍ଡି ର ମିଳିତ ଉଦ୍ୟମ ରେ 3 ମାସର STT(short term training ) ପ୍ରୋଗ୍ରାମ ର ଉଦଘାଟନ ଥୁଆମୂଳ ରାମପୁର ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ।ଏହି ଟ୍ରେନିଙ୍ଗ ପ୍ରୋଗ୍ରାମ 4 ଟି ବିଭାଗ ଯଥା mining welder, HEMM mechanic, DUPMER /TIPPER ଏବଂ excavator ଅପରେଟର ରେ ଦିଆ ଯାଉଛି। ଏହି mining ଟ୍ରେନିଙ୍ଗ ପ୍ରୋଗ୍ରାମ କଳାହାଣ୍ଡି ଜିଲ୍ଲାର ପ୍ରଥମ କରି ଆରମ୍ଭ ହୋଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ଶତପ୍ରତିଶତ ପିଲାମାନଙ୍କୁ ବିଭିନ୍ନ mining ସମ୍ପର୍କିତ job ଯୋଗାଇଦେବା । ଜିଲ୍ଲା ପ୍ରଶାସନ ତରଫରୁ ଏଠାରେ ରହିବା, ଖାଇବା, ଟ୍ରେନିଙ୍ଗ ନେବା ସମ୍ପୂର୍ଣ ମାଗଣା କରାଯାଇଛି । ଏହା କେବଳ ଜିଲ୍ଲାପାଳ ଙ୍କ ର ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ହୋଇପାରିଛି।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବଚରଣ ମୁଦୁଲି ବିଡ଼ିଓ, ଥୁଆମୂଳ ରାମପୁର, ପ୍ରଶାନ୍ତ ମିଶ୍ର (DMF Team Leader କଳାହାଣ୍ଡି ), ଅଜିତ କୁମାର ଉତ୍ତରାୟ (DSDEO, କଳାହାଣ୍ଡି ), ରାହୁଲ ନାୟକ (national skill head) ପ୍ରମୂଖ ଯୋଗଦେଇଥିଲେ। 

( ମ ନି ସ ) 

Related posts

ଧର୍ମଗଡ଼ ପଞ୍ଚାୟତ ସମିତି ବୈଠକ , ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

Sunil Chandra Nayak

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!