ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଆଇନ ନିର୍ମାଣରେ କାହାର ଅନୁମତି ? ବ୍ୟବସାୟ ନିମନ୍ତେ ସରକାରୀ ଜାଗା କିଣା’ବିକାରେ ମାଲେମାଲ

ବେଆଇନ ନିର୍ମାଣରେ କାହାର ଅନୁମତି ? ବ୍ୟବସାୟ ନିମନ୍ତେ ସରକାରୀ ଜାଗା କିଣା’ବିକାରେ ମାଲେମାଲ

ବଡ଼ବିଲ:-ଯୋଡ଼ା, ବଡ଼ବିଲ ଏବଂ ଆଖା’ପାଖ ଅଞ୍ଚଳରେ ଥିବା ଖଣି ଖାଦାନ ଯେପରି ଦିନକୁ’ଦିନ ଅସୁରକ୍ଷିତ ବଢ଼ି ଚାଲିଛି। ଠିକ ସେହିପରି ଖଣି’ଖାଦାନ ଅଞ୍ଚଳରେ ସରକାରୀ ଜମି ବା ଖାଲି ସ୍ଥାନ(ପ୍ଲଟ)ଆଉ ସୁରକ୍ଷିତ ବିଲକୁଲ ନୁହଁ, ତାହାର ଜ୍ୱଳନ୍ତ ଉଦାହରଣ ଯୋଡ଼ାବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଠାରେ ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ,ପରିବାର ଚଳାଇବା ନିମନ୍ତେ ସହରର କେତେକ ଛକ’ବଜାରରେ ସାଧାରଣ ଗରିବ ଲୋକଟିଏ ଛୋଟ ବ୍ୟବସାୟ, ଠେଲା ଗାଡି ସରକାରୀ ସ୍ଥାନ ମାନଙ୍କରେ ଗଢି ଉଠିଥିବାର ଦେଖିବାକୁ ମିଳେ କିନ୍ତୁ ଯୋଡ଼ାବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସଂମ୍ପୂର୍ଣ ଭିର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି।ହେଲେ ଏଠାରେ ପ୍ରକାଶଯୋଗ୍ୟ ଲୋଭର ଆସକ୍ତିରେ ବୁଡି ବ୍ଲକ’ଛକ ନିକଟ ଏକ ତେଜରାତି(ଗ୍ରୋସରୀ)ବ୍ୟବସାୟୀ ଦୀର୍ଘବର୍ଷ ସେଠାର ଏକ ସରକାରୀ ସ୍ଥାନରେ ସାଧାରଣ ଦୋକାନ ଘରରେ ନିର୍ମାଣ କରି, ବେପାର କରି ଅଜସ୍ର ସମ୍ପତିର ଅଧିକାରୀ ବନିଥିବା ବେଳେ ନିକଟର ଆଉ ଏକ ସରକାରୀ ତଥା ଯୋଡ଼ା ପୌରପାଳିକା ଜାଗା’ଜମିରେ ଥିବ ସାଧାରଣ ଦୋକାନକୁ କିଣି,ତାହାକୁ ଭାଙ୍ଗି ସେଠାରେ ନୂତନ ପକ୍କା ମଜବୁତ ଘର ନିର୍ମାଣ କରୁଥିବାର ଦେଖିବାକୁ ମିଳେ।ହେଲେ ଏପରିପକ୍ଷରେ ଦେଖିବାକୁ ଗଲେ ଉକ୍ତ ବେଆଇନ କିଣା’ବିକା ଉପରେ ପ୍ରସାଶନ ପକ୍ଷରୁ କୌଣସି ଅଙ୍କୁଶ ନଥିବାବେଳେ ମାତ୍ର ଦୁଇଶହ ମିଟର ଦୂରତାରେ ଥିବା ଯୋଡ଼ା ପୌରପାଳିକାର ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନଥିବାର ଦେଖିବାକୁ ମିଳେ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାର ଜଣାପଡେ।ତେବେ ନିକଟରେ ଥାଇ ମଧ୍ୟ ଯୋଡ଼ା ପୌରକାର୍ଯ୍ୟାଳୟ ଉକ୍ତ ବେଆଇନ ସରକାରୀ ପ୍ଲଟ କିଣା’ବିକା ଏବଂ ପକ୍କାଘର ନିର୍ମାଣ ଉପରେ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଯାହା ଦେଖିବାକୁ ବାକି ରହିଲା। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାରେ ମା ଓ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ବୈଠକ 

Sunil Chandra Nayak

କାମାକ୍ଷାନଗର ମେଡିକାଲରେ ସମୀକ୍ଷା କଲେ ମନ୍ତ୍ରୀ 

Sunil Chandra Nayak

ସାଇବର ସୁରକ୍ଷା ସଚେତନତା ରଥ କୁ ବିପୁଳ ସମର୍ଦ୍ଧନା

masiha

Leave a Comment

error: Content is protected !!