ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ପରିବେଶ ସୁରକ୍ଷା ଦିବସ ଅବସରରେ ନିଶିଗନ୍ଧା ଭାଷା ପ୍ରତଷ୍ଠାନ “ପ୍ରକୃତି ମିତ୍ର” ଭାବରେ ପୁରସ୍କୃତ

 ବ୍ୟୁରୋ ନିଉଜ // ଓଡିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା , ଚିଲକା ବ୍ଲକ ର ନିଶିଗନ୍ଧା ଭାଷାପ୍ରତଷ୍ଠାନ “ପ୍ରକୃତି ମିତ୍ର” ଭାବରେ ପୁରସ୍କୃତ କରାଯାଇଅଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଳକା ବ୍ଲକର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ ସହ ଏହାର ରକ୍ଷଣାବେକ୍ଷଣ ଦିଗରେ ଏହାର ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପରିବେଶ ସମିତି ପକ୍ଷରୁ ନିଶି ଗାନ୍ଧ ଭାଷାପ୍ରତଷ୍ଠାନ ମନୋନୀତ କରାଯାଇଥିଲା I ଆଜି ଭୁବନେଶ୍ୱର ଲୋକସଭା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ବିଶ୍ୱ ପରିବେଶ ଦିବସ (ଜୁନ 5 ତାରିଖ) ଅବସରରେ ପୁରସ୍କାର ବିତରଣ କରାଯାଇଅଛି I ପ୍ରତ୍ୟେକ ପ୍ରକୃତି ମିତ୍ରଙ୍କୁ ପ୍ରମାଣପତ୍ର ସହ ୨୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଅଛି I କାର୍ଯ୍ୟକ୍ରମଟିରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ (ଭିଡ଼ିଓ କନଫରେନ୍ସ ଯୋଗେ) ଙ୍କ ସମେତ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ (ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର), ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ (ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର), ଶ୍ରୀଯୁକ୍ତ ଦେବୀଦତ୍ତ ବିଶ୍ୱାଳ (ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ) ପ୍ରମୁଖ ଯୋଗ ଦେଇଥିଲେ I

ମସିହା ନିଉଜ ସର୍ଭିସ୍ 

Related posts

ବରସୁଆଁ ରେ ଉତ୍କଳ ଦିବସ ପାଳନ

Sunil Chandra Nayak

ବିଭିନ୍ନ ଦାବି ନେଇ ଓଡ଼ିଶା ଆଦିବାସୀ ମଞ୍ଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲା

masiha

ବଜ୍ରାଘାତ ରେ ତିନିଗୃହପାଳିତ ଗାଈ ମୃତ

Sunil Chandra Nayak

Leave a Comment

error: Content is protected !!