ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଦୂଷଣ ମୁକ୍ତ ଭାରତ ପାଇଁ ସାଇକେଲ ରେ ଓଡିଶା ଯାତ୍ରାରେ ନସ୍କର

କୋକସରା,୫/୬- ପଶ୍ଚିମବଙ୍ଗର ରାମ ପ୍ରସାଦ ନସ୍କର ପେଶାରେ ଜଣେ ଶିକ୍ଷକ । ପ୍ରଦୂଷଣ ମୁକ୍ତ ଭାରତ ଯାତ୍ରା ସଚେତନତା ପାଇଁ ସାଇକେଲ ଯାତ୍ରା କରି ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି l ୨୦୧୫ ମସିହାରୁ ପ୍ରତିବର୍ଷ ଗ୍ରୀଷ୍ମ ଛୁଟିରେ ପରିବେଶ ସଚେତନତା ଯାତ୍ରା ଆରମ୍ଭ କରି ଭାରତ, ବାଙ୍ଗଳାଦେଶ ଓ ନେପାଳ ସାଇକେଲରେ ୨୫ ହଜାର କିଲୋମିଟରରୁ ଅଧିକ ଯାତ୍ରା କରି ରେକର୍ଡ କରିବା ପାଇଁ ଯାଉଛନ୍ତି l ସେ ଗତ ୨୨ ତାରିଖରୁ କୋଲକତାରୁ ବାହାରି ଓଡ଼ିଶାର ସମସ୍ତ ଜିଲ୍ଲା ପରିଭ୍ରମଣ କରି ପୁରୀ ଜଗନ୍ନାଥ ଦର୍ଶନ କରି ଜୁନ୍ ୧୨ ତାରିଖରେ ଘରେ ପହଞ୍ଚିବା ସୂଚନା ଦେଇଛନ୍ତି । ରବିବାର ନସ୍କର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ଦେଇ ନବରଙ୍ଗପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ଭୁର୍ଷାଗୁଡା ନିକଟରେ ନିଜର ଯାତ୍ରାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ନସ୍କର ସାରାଜୀବନ ସାଇକେଲ ଯାତ୍ରlକରି ସ୍ୱଚ୍ଛ ପରିବେଶ, ପଲିଥିନ ମୁକ୍ତ, ଗଙ୍ଗା ବଞ୍ଚାଅ, ଓଡ଼ିଶାର ଗଙ୍ଗା ମହାନଦୀ ବଞ୍ଚାଅ ଅଭିଯାନ ଚାଲୁ ରଖିବାକୁ ମତ ଦେଇଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି 

masiha

ସରସ୍ବତୀ ଶିଶୁ ମନ୍ଦିର ଜାମଦାରେ ଅଷ୍ଟବିଂଶତି ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ

Sunil Chandra Nayak

ସୁନ୍ଦରଗଡ଼ଠାରେ ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ ପ୍ରଦର୍ଶିତ

masiha

Leave a Comment

error: Content is protected !!