ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସମାସ ଧରି ଆରମ୍ଭ ର ନାଁ ଧରୁନି ଵରଡିହ- ବାଲୁଗାଁ ରାସ୍ତା : ପାଲଟିଛି ପଥଚାରୀ ଙ୍କ ମରଣ ଯନ୍ତା !!!

ବାଲୁଗାଁ:-ଏକଦା ୫ନମ୍ଵର ଜାତୀୟ ରାଜପଥ ଭାବେ ପରିଗଣିତ ହୋଇଥିବା କଲିକତା ମାଡ୍ରାସ ରାଜପଥ ୧୬ନମ୍ବର ଜାତୀୟ ରାଜପଥ ଭାବେ ୪ଲେନ୍ ବିଶିଷ୍ଟ ପ୍ରଶସ୍ତିକରଣ ଓ ବହୁ ବାଇପାସ୍ ବିଶିଷ୍ଟ ଆଧୁନିକ ରୂପ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କ ତତ୍ତ୍ଵାବଧାନରେ ହେବା ଫଳରେ ପୂର୍ବୋକ୍ତ ରାଜପଥ ର କେତେକ ଅଂଶ ପ୍ରତ୍ୟାଖ୍ୟାତ ହୋଇ ଜନ ସାଧାରଣଙ୍କୁ ଘୋର ଦୁର୍ଦ୍ଦଶା ରେ ପକାଇଛି। ଏହି ପରିପ୍ରେକ୍ଷୀରେ ୧୬ନମ୍ବର ଜାତୀୟ ରାଜପଥ ର ହରିକୁଣ୍ଡ ଵରଡିହଠାରୁ ସରଳ ସିଂହ ଲେଭଲ୍ କ୍ରସିଙ୍ଗ ଦେଇ ବାଲୁଗାଁ ସହର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଦୟନୀୟ ହୋଇ ପଡ଼ିଛି। ଏକ ପକ୍ଷରେ କେନ୍ଦ୍ର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ୧୬ନମ୍ବର ଜାତୀୟ ରାଜପଥ ର ନିର୍ମାଣ ଓ ପ୍ରଶସ୍ତିକରଣ ରେ ବ୍ୟସ୍ତ ଥିବା ବେଳେ ଉକ୍ତ ପରିତ୍ୟକ୍ତ ରାସ୍ତା ରାଜ୍ୟ ସରକାର ଙ୍କ ରାସ୍ତା ନିର୍ମାଣ ଅଧୀନ ରେ ଅଛି । ଏହି ରାସ୍ତା କୁ ଵରଡିହଠାରୁ ଵଡକୂଳ ପର୍ଯ୍ୟନ୍ତ ରାଜ୍ୟ ପର୍ଯ୍ୟଟନ ବିଭାଗ ରାସ୍ତା ର ମାନ୍ୟତା ରାଜ୍ୟ ସରକାର ଦେବାକୁ ପ୍ରସ୍ତାବ ଥିବା ବେଳେ ୧୫କିଲୋମିଟର ପରିମିତ ଏହି ରାସ୍ତା ରୁ ପିଚୁ ଓ ମୋରମ ଉଠି ଠାଏ ଠାଏ ଖାଲ ଖମା ହେବା ଫଳରେ ପ୍ରତ୍ୟହ ବାଲୁଗାଁ ଭଳି ଵାଣିଜ୍ୟିକ ସହରକୁ ଯାତାୟତ କରିବା ଦୁରୂହ ବ୍ୟାପାର ହୋଇ ଯାଇଛି। ବରଡିହ ଠାରୁ ସରଳ ସିଂହ ପର୍ଯ୍ୟନ୍ତ ରାସ୍ତାରେ ପିଚୁ ରାସ୍ତା କୁ ନିର୍ମାଣ ଆଳରେ ତଡାଯାଇ ଏକ ପାର୍ଶ୍ବରେ ବିରାଟ କେନାଲ ସଦ୍ରୃଶ୍ୟ ଜମା ଓ ଅନ୍ୟ ପାର୍ଶ୍ବରେ ମାଟି ସ୍ତୁପ କରାଯିବା ଫଳରେ ପ୍ରତ୍ୟହ ବହୁ ଦୁର୍ଘଟଣା ଘଟୁଛି। ଛଅ ମାସରୁ ଉର୍ଦ୍ଧ୍ବ ଏହି ଅବ୍ୟବସ୍ଥା ଲାଗି ରହିଥିବାରୁ ଲୋକମାନେ ଏହି ପ୍ରକଳ୍ପ କ’ଣ,କିଏ କରୁଛି, କାହିଁକି ବନ୍ଦ ରହିଛି ଜାଣି ପାରୁ ନାହାଁନ୍ତି। କୌଣସି ସୂଚନା ଫଳକ ମଧ୍ୟ ଲଗାଇ ଦିଅ ଯାଇନାହିଁ। ତୂରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳ ଏ ଦିଗରେ ଦ୍ରୃଷ୍ଟି ଦେଇ ଜନ ସାଧାରଣଙ୍କର ଦୁର୍ଦ୍ଦଶା ଦୂର କରିବାକୁ ଅଞ୍ଚଳବାସୀଙ୍କ ପକ୍ଷ ରୁ ଦାବୀ ହେଉଛି।

ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କୃଷକ ସଚେତନତା ଶିବିର 

masiha

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର, ଭବାନୀପାଟଣା ଜନ୍ମାଷ୍ଟମୀ ଅବସରରେ କୃଷ୍ଣମୟ ହେଲା ବିଦ୍ୟାଳୟ ପରିସର

masiha

ବଜ୍ରପାତରେ ଶାଶୁ ବୋହୁ ମୃତ ! 

Leave a Comment

error: Content is protected !!